ଟାଙ୍ଗୀ ୦୫।୦୫: ରେଳ ଧାରଣାରୁ ମିଳିଲା ମହିଳାଙ୍କ ମୃତଦେହ । ଖୋର୍ଦ୍ଧା ରେଳ ଡିଭିଜନର କୁହୁଡ଼ି ରେଳ ଷ୍ଟେସନର ଅନତି ଦୂରରେ ପଡ଼ିଛି ମହିଳାଙ୍କର ଗଳିତ ମୃତଦେହ । ପାରିପାର୍ଶ୍ଵିକ ସ୍ଥିତିରୁ ଏହା ଟ୍ରେନ୍ ଦୁର୍ଘଟଣା ନୁହେଁ ବୋଲି ଅନୁମାନ କରାଯାଉଛି।
ଖବର ଅନୁଯାୟୀ, ଖୋର୍ଦ୍ଧା ରେଳ ଡିଭିଜନର କୁହୁଡ଼ି ରେଳ ଷ୍ଟେସନର ଠାରୁ ଦୂରରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମହିଳାଙ୍କ ମୃତଦେହଟି ପଚି ସଢି ନଷ୍ଟ ହେବାକୁ ବସିଲାଣି । ହେଲେ କୁହୁଡି ରେଳ ଷ୍ଟେସନର ଷ୍ଟେସନ ମାଷ୍ଟରଙ୍କ ନିକଟରେ କୌଣସି ସୂଚନା ନାହିଁ । ପାରିପାର୍ଶ୍ଵିକ ସ୍ଥିତିରୁ ଏହା ଟ୍ରେନ୍ ଦୁର୍ଘଟଣା ନୁହେଁ ବୋଲି ଜଣାପଡ଼ିଛି। ସେପଟେ ମୃତ ମହିଳା ଜଣକ କି’ଏ, ସେ ଏଠାକୁ କିପରି ଆସିଲେ ଏବଂ ତାଙ୍କର ମୃତ୍ୟୁ କିଭଳି ହୋଇଛି ତାହାର କାରଣ ଅସ୍ପଷ୍ଟ ଥିବା ବେଳେ ତଦନ୍ତ ପରେ ଜଣାପଡ଼ିବ ବୋଲି ସୂଚନା ମିଳିଛି।