ଦେଶ ବିଦେଶ ମନୋରଞ୍ଜନ

ମୃତ୍ୟୁ ଏମିତି ବି ଆସେ, ଲାଇଭ୍‌ କନସର୍ଟରେ ଟଳିପଡିଲେ ମାଲାୟଲମ୍‌ ସିଙ୍ଗର

ନୂଆଦିଲ୍ଳୀ ୩୦।୦୫ : ସାଉଥ ଫିଲ୍ମରୁ ଏବେ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ମାଲାୟାଲମ୍ ସଂଗୀତ ଜଗତର ଜଣେ ଭେଟେରାନ୍ ତଥା କିମ୍ବଦନ୍ତୀ ଗାୟକ ଏଡଭା ବଶିରଙ୍କ ଦେହାନ୍ତ ହୋଇଛି । ପ୍ରସିଦ୍ଧ ଗାୟକ ୭୮ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କର ଆକସ୍ମିକ ଦେହାନ୍ତରେ କେବଳ ତାଙ୍କ ପ୍ରଶଂସକମାନେ ହିଁ ନୁହଁନ୍ତି, ମନୋରଞ୍ଜନ ଜଗତ ସହ ସଂଗୀତ ଜଗତରେ ମଧ୍ୟ ଶୋକର ଲହରୀ ଖେଳିଯାଇଛି। ଅନେକ ଫିଲ୍ମ ଗୀତରେ କଣ୍ଠ ଦେଇଥିବା ଏଡଭା ଅଧିକାଂଶ ସମୟରେ ତାଙ୍କ ଲାଇଭ୍ କନ୍ସର୍ଟ ପାଇଁ ବେଶ୍‌ ଜଣାଶୁଣା।

ନିକଟରେ ସେ କେରଳର ଗୋଲଡେନ୍ ଜୟନ୍ତୀ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପହଞ୍ଚିଥିଲେ। ଏହି ସମୟରେ ସେ ପ୍ରସିଦ୍ଧ ଗୀତ ମଧ୍ୟ ଗାଇଥିଲେ। କିନ୍ତୁ କିଏ ଜାଣିଥିଲା ​​ଯେ ଏହି ଗୀତ ତାଙ୍କର ଶେଷ ଗୀତ ହେବ ବୋଲି । ସେ ମଞ୍ଚରେ ଗୀତ ଗାଇବା ସମୟରେ ହଠାତ୍‌ ତଳେ ଗଳିପଡିଥିଲେ। ଯାହା ପରେ ତାଙ୍କର ମୃତ୍ୟୁ ହୋଇଥିଲା।

ଘଟଣା ସମୟରେ ତାଙ୍କୁ ତୁରନ୍ତ ନିକଟସ୍ଥ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା, ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଗତକାଲି ରାତି ପ୍ରାୟ ୯.୩୦ ସମୟରେ ଏହି ଘଟଣା ଘଟିଥିବା କୁହାଯାଉଛି। ଗାୟକଙ୍କ ଏହି ଲାଇଭ୍ ଷ୍ଟେଜ୍ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ