ରାଜ୍ୟ

ମୃତକଙ୍କ ଶବ ନେଇ ବିବାଦ: ପୁଅ ଉପରେ ଅଧିକାର କାହାର?

ଭୁବନେଶ୍ବର : ବାହାନଗା ରେଳ ଦୁର୍ଘଟଣାର ମୃତକ କାର୍ତ୍ତିକ ବେରାଙ୍କ ମରଶରୀର ନେବ କିଏ? ବାପା କି ସ୍ତ୍ରୀ ତାକୁ ନେଇ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଛି। ଏଥିଯୋଗୁଁ ଶବ ଚିହ୍ନଟ ହେବା ପରେ ମଧ୍ୟ ଏହା କାହାକୁ ହସ୍ତାନ୍ତରିତ କରାଯାଇ ନାହିଁ। ବାଲେଶ୍ବର ଜିଲ୍ଲାର ରମାମଣୀଙ୍କ ଆଖିର ଲୁହ ଶୁଖୁନଥିଲା। ଏତେ ବଡ଼ ରେଳ ଦୁର୍ଘଟଣାରେ ସ୍ବାମୀ କାର୍ତ୍ତିକ ବେରା ଅଛନ୍ତି କି ନାହାନ୍ତି ତାହା ସେ ଜାଣି ପାରୁନଥିଲେ। ପ୍ରଥମେ ବାଲେଶ୍ବର ଏହାପରେ ସୋମବାର ଠାରୁ ଏମ୍‌ସ, କିମ୍ସ ସମେତ ବିଭିନ୍ନ ଡାକ୍ତରଖାନା ଘୂରି ବୁଲୁଥିଲେ। ସ୍ବାମୀଙ୍କ କ’ଣ ହୋଇଗଲେ ୨ ବର୍ଷୀୟା ଝିଅର ଅବସ୍ଥା କ’ଣ ହେବ ଭାବି ଲୁହ ଝୁରାଉଥିଲେ। ଶେଷରେ ଗୋଡ଼ ଆଙ୍ଗୁଠି ଦେଖି ସ୍ବାମୀଙ୍କୁ ଚିହ୍ନିଥିଲେ। ଏହା ସତ୍ତ୍ବେ ଏମ୍‌ସ ପକ୍ଷରୁ ତାଙ୍କୁ ତାଙ୍କ ମରଶରୀର ଦିଆଯାଇନଥିଲା।

କାରଣ ପୁଅକୁ ହରାଇଥିବା ବୁଢ଼ା ବାପା ପଞ୍ଚାନନଙ୍କ ଦୁଃଖ ମଧ୍ୟ କମ ନଥିଲା। ସେ ମଧ୍ୟ ଟ୍ରେନ ଦୁର୍ଘଟଣା ଖବର ପାଇ ପୁଅକୁ ଖୋଜିବା ପାଇଁ ପଶ୍ଚିମବଙ୍ଗରୁ ଦୌଡ଼ି ଆସିଥିଲେ। ଶ୍ବଶୁର-ବୋହୂ ଗୋଟିଏ ଘରେ ରହୁନଥିବାରୁ ଉଭୟ କାର୍ତ୍ତିକଙ୍କୁ ନେବା ପାଇଁ ଅଡ଼ି ବସିଥିଲେ। ଯାହା ଏମ୍‌ସ ଏବଂ ବିଏମ୍‌ସି ପାଇଁ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥିଲା। ଫଳରେ ଦୁଇ ଦିନ ହେଲା କାର୍ତ୍ତିକଙ୍କ ମରଶରୀର ରମାମଣୀ କିମ୍ବା ପଞ୍ଚାନନ କାହାକୁ ଦିଆଯାଇ ନାହିଁ। ରମାମଣୀଙ୍କ ଦୁଇ ବର୍ଷୀୟା ଝିଅ ଏବଂ ବାପା ପଞ୍ଚାନନ ବେରାଙ୍କ ରକ୍ତ ନମୁନା ଏମ୍‌ସ ପକ୍ଷରୁ ସଂଗ୍ରହ କରାଯାଇ ଡିଏନଏ ପରୀକ୍ଷା ପାଇଁ ଦିଲ୍ଲୀ ପଠାଯାଇଛି। ସେଠାରୁ ରିପୋର୍ଟ ଆସିବା ପରେ ଶବ ଦିଆଯିବ ବୋଲି କୁହାଯାଇଛି। ରିପୋର୍ଟ ଆସିବା ପରେ ମଧ୍ୟ ଏହି ବିବାଦ ସମାଧାନ ହେବା ନେଇ ଅନିଶ୍ଚିତତା ରହିଛି।

ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର କାର୍ତ୍ତିକ ବେରା ବାଲେଶ୍ବର ଜିଲ୍ଲାର ରମାମଣୀଙ୍କୁ ବିବାହ କରିଥିଲେ। କାର୍ତ୍ତିକ ଚେନ୍ନାଇର ଏକ କମ୍ପାନିରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ। ଏଣେ ରମାମଣୀ ନିଜ ୨ ବର୍ଷୀୟା ଶିଶୁ କନ୍ୟାଙ୍କ ସହିତ ବାପଘରେ ରହୁଥିଲେ। ଶ୍ବଶୁର ଘର ପରିବାର ସହିତ କିଛି ଦିନ ହେଲା ତାଙ୍କର କୌଣସି ସମ୍ପର୍କ ନଥିଲା। କିନ୍ତୁ ସ୍ବାମୀଙ୍କ ସହିତ ସମ୍ପର୍କ ସ୍ବାଭାବିକ ଥିଲା। ଆହୁରି ଗୁରୁତ୍ବପୂର୍ଣ୍ଣ କଥା ହେଲା, କାର୍ତ୍ତିକ ବେରାଙ୍କ ଆଉ ଜଣେ ସ୍ତ୍ରୀ ମଧ୍ୟ ଅଛନ୍ତି। ଅନେକ ବର୍ଷ ହେଲା କାର୍ତ୍ତିକଙ୍କ ସହିତ ଏକାଠି ନାହାନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।