ମନୋରଞ୍ଜନ

ମୁହଁରେ କୁଞ୍ଚନ, ଧଳା ପଡିଯାଇଛି କେଶ… କେମିତି ହେଲା କମେଡି କୁଇନ୍ ଭାରତୀଙ୍କ ଏପରି ଅବସ୍ଥା

ନୂଆଦିଲ୍ଲୀ ୧୨/୭ : କମେଡି କୁଇନ୍ ଭାରତୀର ସିଂ ଏବଂ ହର୍ଷ ଲିମ୍ବାଚିଆ ଟେଲି ଶୋ ର ପ୍ରିୟ ଦମ୍ପତିମାନଙ୍କ ମଧ୍ୟରୁ ଅନ୍ୟତମ । ଉଭୟ ଦର୍ଶକଙ୍କୁ ଖୁବ୍ ହସାନ୍ତି । ଭାରତୀ ଏବଂ ହର୍ଷ ସୋସିଆଲ ମିଡିଆରେ ବହୁତ ସକ୍ରିୟ । ଦୁହେଁ କିଛି ନା କିଛି ଫଟୋ କିମ୍ବା ମଜାଳିଆ ଭିଡିଓ ସେୟାର କରିଥାନ୍ତି । ଯାହାକୁ ଦେଖି ତାଙ୍କ ଫ୍ୟାନ୍ସମାନେ ହସି ହସି ବେଦମ ହୋଇଯାଆନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ହର୍ଷ ଏକ ଭିଡିଓ ମାଧ୍ୟମରେ ଭାରତୀଙ୍କର ଭିନ୍ନ ରୂପ ଦେଖାଇଛନ୍ତି। ଯାହାକୁ ଦେଖିଲେ ଆପଣ ହସି ଉଠିବେ କହିବେ ଏହା ଭାରତୀଙ୍କ ସହ କଣ ହୋଇଛି …

ଭିଡିଓଟିକୁ ଦେଖି ଆପଣ ବିଶ୍ବାସ ପାରିବେ ନାହିଁ ଯେ ଭାରତୀ କାହିଁକି ଏହି ବୟସରେ ଏମିତି ବୁଢି ଦେଖାଯାଉଛନ୍ତି ? ତାଙ୍କ କେଶ ଧଳା ହେବା ସହ ମୁହଁରେ କୁଞ୍ଚ ପଡିଯାଇଛି ଏବଂ ଦାନ୍ତ ମଧ୍ୟ ଝଡିଯାଇଛି । ଏହି ସମୟରେ ସେ ମୋବାଇଲରେ ବ୍ୟସ୍ତ ଥିବାର ନଜର ଆସିଛନ୍ତି । ଭାରତୀଙ୍କର ଏହି ଭିଡିଓଟିକୁ ସେୟାର କରି ହର୍ଷ କହିଛନ୍ତି, ‘ସେ ବୁଢୀ ହୋଇସାରିଲେଣି ତଥାପି ମୋବାଇଲର ଅଭ୍ୟାସ ଛାଡିନି ।’ ଏହା କହିବା ମାତ୍ରେ ଭାରତୀ କାଶିବା ଆରମ୍ଭ କରିଦିଅନ୍ତି। ଭାରତୀଙ୍କୁ ଏହିପରି ଭାବରେ ଦେଖି ଆଶ୍ଚର୍ଯ୍ୟ ହେବା ଦରକାର ନାହିଁ । ବାସ୍ତବରେ ହର୍ଷ ଇନଷ୍ଟାଗ୍ରାମର ଫେସ୍ ଫିଲ୍ଟର ବ୍ୟବହାର କରିଛନ୍ତି । ଯେଉଁଥିରେ ସେ ଏକ କ୍ୟାପସନରେ ଲେଖିଛନ୍ତି- ପ୍ରେମ ସଦାସର୍ସବଦା ଜବାନ ରୁହେ , ବୁଢୀ ତ ସ୍ତ୍ରୀ ହୋଇଥାଏ । ଏହି ଭିଡିଓଟି ଅପଲୋଡ ହେବା ମଧ୍ୟରେ ୬ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ଏହାକୁ ଦେଖିବା ମାତ୍ର ତାଙ୍କ ଫ୍ୟାନ୍ସମାନେ ଜବରଦସ୍ତ କମେଣ୍ଟସ୍ ଦେଇଛନ୍ତି । ଭାରତୀ ସିଂ ଓ ହର୍ଷ ଲିମ୍ବାଚିୟା ବର୍ତ୍ତମାନ ଡ୍ୟାନ୍ସ ରିଅଲିଟି ଶୋ ‘ଡ୍ୟାନ୍ସ ଦିୱାନ’ ‘କୁ ହୋଷ୍ଟ କରୁଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ