ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମୁସଲିମ ପର୍ସନାଲ ଲ’ ବୋର୍ଡ‌୍‌ର ରାତିଅଧିଆ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ମଧ୍ୟପ୍ରଦେଶର ଭୋପାଳରେ ୟୁସିସି ପ୍ରସଙ୍ଗରେ ଦେଇଥିବା ଟିପ୍ପଣୀ ପରେ ଏଆଇଏମ୍‌ପିଏଲବି (ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ) ଗତରାତିରେ ଏକ ଜରୁରୀ ବୈଠକ କରିଛି। ଏଆଇଏମ୍‌ପିଏଲବିର ସଦସ୍ୟମାନେ ୟୁସିସିକୁ ବି‌ରୋଧ କରିବାପାଇଁ ନିଷ୍ପତ୍ତି ନେଇଛନ୍ତି ଏବଂ ଏହାର ନ୍ୟ‌ାୟିକ ଦିଗ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ଦେଶରେ ୟୁସିସି କାର୍ଯ୍ୟକାରୀ କରିବାପାଇଁ ଆଗକୁ ଆସିବାକୁ ଥିବା ପ୍ରତ୍ୟେକଟି ପଦକ୍ଷେପକୁ ସେମାନେ ବିରୋଧ କରିବେ ବୋଲି କହିଛନ୍ତି। ମୁସଲିମ ଲ ବୋର୍ଡ ୟୁସିସି ଲ କମିସନ୍‌ ନିକଟରେ ସେମାନଙ୍କ ପକ୍ଷ ଉପସ୍ଥାପନ କରିବେ ଏବଂ ଆବଶ୍ୟକୀୟ କାଗଜପତ୍ର ମଧ୍ୟ ଉପସ୍ଥାପନ କରିବେ ବୋଲି ବୋର୍ଡ ସଦସ୍ୟମାନେ ନିଷ୍ପତ୍ତି ନେଇଛନ୍ତି।

ଗତକାଲିର ବୈଠକରେ ଏଆ‌ଇଏମ୍‌ପିଏଲବି ସଭାପତି ସୈଫୁଲ୍ଲା ରେହମାନି, ଇସଲାମିକ ସେଣ୍ଟର ଅଫ ଇଣ୍ଡିଆର ଅଧ୍ୟକ୍ଷ ଏବଂ ଏଆଇଏମ୍‌ପିଏଲବି ସଦସ୍ୟ ମୌଲାନା ଖଲିଦ ରସିଦ ଫରାଙ୍ଗି ମହାଲି, ଏଆଇଏମ୍‌ପିଏଲମ୍‌ବିର ଓକିଲ ଏବଂ ଅନ୍ୟ ସଦସ୍ୟମାନେ ଯୋଗ ଦେଇଥିଲେ। ମୌଲାନା ଖଲିଦ ରସିଦ କହିଛନ୍ତି, ସରକାରଙ୍କ ପ୍ରସ୍ତାବିତ ବିଧେୟକକୁ ବିରୋଧ କରିବାପାଇଁ ଏଆଇଏମ୍‌ପିଏଲବି ଏକ ରଣନୀତି ପ୍ରସ୍ତୁତ କରିଛି। ଲ କମିସନ୍‌ରେ ଆମେ ଦୃଢ଼ ଭାବେ ଆମର ମତ ଉପସ୍ଥାପନ କରିବୁ। ଗତ କିଛି ବର୍ଷ ଧରି ରାଜନେତାମାନେ କେବଳ ନିର୍ବାଚନ ପୂର୍ବରୁ ୟୁସିସି ପ୍ରସଙ୍ଗ ଉଠାଉଛନ୍ତି। ଚଳିତ ଥର ମଧ୍ୟ ସେମାନେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏହି ପ୍ରସଙ୍ଗ ଉଠାଇଛନ୍ତି। ଖଲିଦ କହିଛନ୍ତି, ୟୁସିସି କେବଳ ମୁସଲିମଙ୍କୁ ପ୍ରଭାବିତ କରିବନି ବରଂ ଏହା ହିନ୍ଦୁଙ୍କୁ ମଧ୍ୟ ପ୍ରଭାବିତ କରିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ