ରାଜ୍ୟ ସ୍ପେଶାଲ ରିପୋର୍ଟ

ମୁଲାକାତରେ କଟକଣା ନାହିଁ: ଗୋପାଳକୁ ଭେଟିବା ପାଇଁ ଆସୁନାହାନ୍ତି ପରିବାର

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଚୌଦ୍ବାର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଅଭିଯୋଗରେ ଗିରଫ ଗୋପାଳ ଦାସ ଚୌଦ୍ବାର ଜେଲ୍‌ରେ ୮ ଦିନ ହେଲା ରହିଲାଣି। ତାକୁ ଜେଲ୍‌ରେ ମୁଲାକାତ ବ୍ୟବସ୍ଥାରେ ଭେଟିବା ଉପରେ କୌଣସି ଅଙ୍କୁଶ ନାହିଁ। ହେଲେ, ଗୋପାଳକୁ ଭେଟିବା ପାଇଁ ତା’ର ପରିବାର ଲୋକ ଅଥବା ଅନ୍ୟ କେହି ଆସି ନଥିବା ଜଣାପଡ଼ିଛି।

ଜେଲ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗୋପାଳ ଦାସର ଜୀବନଯାପନ ସ୍ବାଭାବିକ ରହିଛି। ସକାଳୁ ଉଠି ଏକଘଣ୍ଟାରୁ ଅଧିକ ସମୟ ଧରି ନିଜ ସେଲ୍‌ ବାରଣ୍ତାରେ ବ୍ୟାୟାମ କରୁଛି। ସବୁ ଖବରକାଗଜରୁ ଟିକିନିଖି ଖବର ପଢୁଛି। ଜେଲ୍‌ ଲାଇବ୍ରେରିରୁ ନୂଆନୂଆ ବହି ଆଣି ଦିନକୁ ପ୍ରାୟ ୮ରୁ ୧୦ଘଣ୍ଟା ପଢ଼ାପଢ଼ି କରୁଛି। ଜେଲ୍‌ ଆସିବାର ଦ୍ବିତୀୟ ଦିନରୁ ଲାଇବ୍ରେରିରୁ ଆଣିଥିବା ଗୀତା ଓ ଭାଗବତ ବହିକୁ ନିଜ ପାଖରେ ରଖି ପଢୁଛି। ଏବେ ସୁଦ୍ଧା ଲାଇବ୍ରେରିରୁ ପ୍ରାୟ ୧୦ରୁ ଅଧିକ ବହି ପଢ଼ି ଫେରାଇ ସାରିଲାଣି। ବହି ଓ ଖବରକାଗଜ ମାଗିବା ବ୍ୟତୀତ ଆଉ କୌଣସି ଜିନିଷ ପାଇଁ ‌ଗୋପାଳ କହୁ ନାହିଁ।
ଅନ୍ୟପକ୍ଷରେ, ଗୋପାଳର ଗତିବିଧି ଉପରେ ସିସି କ୍ୟାମେରାରେ ନଜର ରଖାଯିବା ସହିତ ଜେଲ କର୍ମଚାରୀମାନେ ୨୪ ଘଣ୍ଟିଆ ପହରା ଦେଉଛନ୍ତି। ଗୋପାଳ ରହୁଥିବା ସେଲ୍‌ର ସମ୍ମୁଖରେ ଖାଲିଥିବା ଦୁଇଟି ସେଲ୍‌ରେ ଏବେ ଦୁଇଜଣ ଆସାମୀଙ୍କୁ ରଖାଯାଇ ତାଙ୍କ ଦ୍ବାରା ମଧ୍ୟ ଗୋପାଳର କାର୍ଯ୍ୟକଳାପ ଉପରେ ନଜର ରଖାଯାଉଛି। ଗୋପାଳ ପ୍ରତ୍ୟେକ ଦିନ ନିଜ ପିନ୍ଧା କପଡ଼ାକୁ ସଫା କରି ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରହିବା ପାଇଁ ପସନ୍ଦ କରୁଥିବା ଦେଖିବାକୁ ମିଳିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।