ଖେଳ ରାଜ୍ୟ

ମୁମ୍ବାଇ ମହାଲଜ୍ଜା: ୮ରୁ ୮ ପରାଜୟ

ମୁମ୍ବାଇ: ଆଇପିଏଲ୍‌ର ସଫଳତମ ଦଳ ମୁମ୍ବାଇ ଇଣ୍ଡିଆନ୍ସର ଶୋଚନୀୟ ପରାଜୟଧାରା ଜାରି ରହିଛି। ରବିବାର ନବାଗତ ଲକ୍ଷ୍ନୌ ସୁପରଜିଆଣ୍ଟ୍ସଠାରୁ ୩୬ ରନ୍‌ରେ ପରାଜିତ ହୋଇ ଆତ୍ମବିଶ୍ବାସ ବିହୀନ ମୁମ୍ବାଇ ପ୍ରଥମ ଦଳ ଭାବେ କୌଣସି ଋତୁର ପ୍ରଥମ ୮ଟି ଯାକ ମ୍ୟାଚ୍ ହାରିବା ଭଳି ଲଜ୍ଜାଜନକ ପ୍ରଦର୍ଶନ କରିଛି। ରୋହିତ ଶର୍ମାଙ୍କ ଦଳ ଏକଦା ଆଇପିଏଲ୍‌ର ଅପ୍ରତିଦ୍ବନ୍ଦ୍ବୀ ନାୟକର ମାନ୍ୟତା ଲାଭ କରିଥିଲା ବେଳେ ଚଳିତବର୍ଷ ନାଟକୀୟ ଢଙ୍ଗରେ ଗୋଟିଏ ପରେ ଗୋଟିଏ ପରାଜୟ ବରଣ କରି ଚାଲିଛି। ଯାହା ମୁମ୍ବାଇ ପ୍ରଶଂସକଙ୍କୁ ବ୍ୟଥିତ କରିଛି। କ୍ରିକେଟ୍ ବିଶେଷଜ୍ଞଙ୍କୁ ମଧ୍ୟ ଏହି ଦଳର ଅଚାନକ ଅଧୋପତନ ଏବଂ ଲଗାତାର ପରାଜୟ ବିସ୍ମିତ କରିଛି। ଅନ୍ୟପକ୍ଷରେ ଅଧିନାୟକ କେଏଲ୍ ରାହୁଲଙ୍କ ବଳରେ ବଳିୟାନ ହୋଇ ଲକ୍ଷ୍ନୌ ଅଷ୍ଟମ ମ୍ୟାଚ୍‌ରୁ ପଞ୍ଜମ ବିଜୟ ହାସଲକରି ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନକୁ ଉଠିଛି। ମୁମ୍ବାଇ କିନ୍ତୁ ଆଶ୍ଚର୍ଯ୍ୟଜନକ ଏବଂ ଅବିଶ୍ବସନୀୟ ଭାବେ ଗୋଟିଏ ହେଲେ ବି ମ୍ୟାଚ୍ ଜିତି ନପାରି ପଏଣ୍ଟ ତାଲିକାର ସବାଶେଷ ସ୍ଥାନରେ ପଡ଼ି ରହିଛି। ଲକ୍ଷ୍ନୌ ୧୬୯ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଜବାବରେ ମୁମ୍ବାଇ କେବେବି ବିଜୟର ନିକଟତର ନହୋଇ ୮ ୱିକେଟ୍ ବିନିମୟରେ ମାତ୍ର ୧୩୨ ରନ୍ କରି ପାରିଥିଲା।

ରାହୁଲଙ୍କ ରୋମାଞ୍ଚକ ଶତକ
ପ୍ରଥମ ବିଜୟ ସନ୍ଧାନରେ ଥିବା ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ଲକ୍ଷ୍ନୌ ସୁପରଜିଆଣ୍ଟ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ୨୭ ରନ୍‌ରେ ଓପନର କ୍ବିଣ୍ଡନ୍ ଡି’କକ୍‌ (୧୦)ଙ୍କୁ ହରାଇବା ସତ୍ତ୍ବେ ଅଧିନାୟକ କେଏଲ୍ ରାହୁଲ (୧୦୩*)ଙ୍କ ଚିତ୍ତାକର୍ଷକ ଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୬୮ ରନ୍ କରି ନେଇଥିଲା। ଅନ୍ୟମାନଙ୍କ ମଧ୍ୟରେ ମନୀଷ ପାଣ୍ଡେ ୨୨, ଦୀପକ ହୁଦା ୧୦ ଏବଂ ଆୟୁଷ ବାଦୋନି ୧୪ ରନ୍ କରିଥିଲେ। ରାହୁଲ ରବିବାର ମୁମ୍ବାଇ ଇଣ୍ଡିଆନ୍ସର ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ରିଲେ ମେରେଡିଥଙ୍କୁ ମିଡୱିକେଟ୍ ଉପରେ ଛକା ମାରି ତାଙ୍କ ଶତକ ପୂରଣ କରିଥିଲେ। ଚଳିତ ଋତୁରେ ମୁମ୍ବାଇ ବିପକ୍ଷରେ ଏହା ତାଙ୍କର ଦ୍ବିତୀୟ ଏବଂ ମୋଟ ଉପରେ ଚତୁର୍ଥ ଆଇପିଏଲ୍ ଶତକ ଥିଲା। ଏହା କରି ରାହୁଲ ମଧ୍ୟ ଆଇପିଏଲ୍‌ରେ ସର୍ବାଧିକ ଶତକ ହାସଲକାରୀ ତାଲିକାର ମିଳିତ ତୃତୀୟ ସ୍ଥାନରେ ପହଞ୍ଚି ଯାଇଥିଲେ। ଏହି ନିଆରା ତାଲିକାରେ କ୍ରିସ୍ ଗେଲ୍ ୬ ଶତକ ସହ ପ୍ରଥମ ସ୍ଥାନରେ ଥିଲା ବେଳେ ବିରାଟ କୋହଲି ୫ ଶତକ ଅର୍ଜନ କରି ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଜୋସ୍ ବଟଲର, ସେନ୍ ୱାଟସନ୍ ଓ ଡେଭିଡ୍ ୱାର୍ଣ୍ଣର (ପ୍ରତ୍ୟେକ ଚାରିଟି ଲେଖାଏଁ ଶତକ)ଙ୍କ ସହ ରାହୁଲ ଏବେ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଗୋଟିଏ ଋତୁରେ କୌଣସି ପ୍ରତିପକ୍ଷ ବିପକ୍ଷରେ ଦୁଇଟି ଶତକ ଅର୍ଜନ କରିବାରେ ରାହୁଲ କିନ୍ତୁ କୋହଲି (ବନାମ ଗୁଜରାଟ ଲାୟନ୍ସ, ୨୦୧୬)ଙ୍କ ପରେ ଦ୍ବିତୀୟ ଖେଳାଳି ହୋଇଥିଲେ। ରାହୁଲଙ୍କ ଶତକ ସତ୍ତ୍ବେ ମୁମ୍ବାଇ ବୋଲର ଲକ୍ଷ୍ନୌକୁ ୧୭୦ ରନ୍ ତଳେ ଅଟକାଇ ନୈତିକ ବିଜୟ ହାସଲ କରିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ