ଖେଳ

ମୁମ୍ବାଇକୁ ବୋଝ ହାର୍ଦ୍ଦିକ ପାଣ୍ଡ୍ୟା ! ବ୍ୟାଟିଂରେ ଫ୍ଲପ୍, ଏବେସୁଦ୍ଧା କରିନାହାଁନ୍ତି ବୋଲିଂ

ମୁମ୍ବାଇ,୨୪/୦୪ ଆଇପିଏଲର ସବୁଠାରୁ ସଫଳ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ସିଜିନରେ ସଙ୍ଘର୍ଷ କରୁଛି । ଦଳ ୫ଟି ମ୍ୟାଚରୁ ୨ଟିରେ ଜିତିଥିବା ବେଳେ ୩ଟିରେ ପରାସ୍ତ ହୋଇ ଟେବୁଲରେ ଚତୁର୍ଥ ସ୍ଥାନରେ ରହିଛି । ଯେଉଁ ଖେଳାଳି ଦଳର ମ୍ୟାଚ୍ ଓ୍ୱିନର ଥିଲେ ସେମାନେ ଏବେ ଫ୍ଲପ୍ ହେଉଛନ୍ତି ।

ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୫ ମ୍ୟାଚ୍‌ରେ ସମ୍ପୂର୍ଣ୍ଣ ଭାବେ ଫ୍ଲପ୍ ହୋଇଛନ୍ତି । ସେ ଖରାପ ଫର୍ମ ଦେଇ ଗତି କରୁଛନ୍ତି । ସେ ଏବେସୁଦ୍ଧା ବୋଲିଂ ମଧ୍ୟ କରିନାହାଁନ୍ତି । ସେ ବହୁତ ଜଲଦି ବୋଲିଂ କରିବେ ବୋଲି ଟିମ୍ ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଛି । ତେବେ ଦଳ ଉପରେ ବୋଝ ବଢିବାରେ ଲାଗିଛି ।

ଆଇପିଏଲ ୨୦୨୧ରେ ହାର୍ଦ୍ଦିକ ଗୋଟିଏ ମ୍ୟାଚରେ ହେଲେ ୨୦ ଛୁଇଁନାହାଁନ୍ତି । ସେ ଆରସିବି ବିପକ୍ଷରେ ୧୩, କୋଲକାତା ବିପକ୍ଷରେ ୧୫, ସନରାଇଜର୍ସ ବିପକ୍ଷରେ ୭, ଦିଲ୍ଲୀ ବିପକ୍ଷରେ ୦ ଓ ପଞ୍ଜାବ ବିପକ୍ଷରେ ୧ ରନ୍ କରି ଆଉଟ୍ ହୋଇଥିଲେ । ମୋଟ୍ ୫ଟି ମ୍ୟାଚରୁ ମାତ୍ର ୩୬ ରନ୍ କରିଛନ୍ତି ହାର୍ଦ୍ଦିକ ।

ହାର୍ଦ୍ଦିକଙ୍କ ଖରାପ ପ୍ରଦର୍ଶନର ପ୍ରଭାବ ମୁମ୍ବାଇ ଉପରେ ପଡିଛି । ପଞ୍ଜାବ ବିପକ୍ଷରେ ୯ ଓ୍ୱିକେଟରେ ହାରିବା ପରେ ଦଳର ଚିନ୍ତା ଆହୁରି ବଢିଯାଇଛି । ଦଳ ସବୁଠାରୁ ସଫଳ ଟିମ୍ ହୋଇଥିଲେ ମଧ୍ୟ ଏଥର କିନ୍ତୁ ଫେଲ୍ ମାରିଛି । ହାର୍ଦ୍ଦିକଙ୍କ ବାବଦରେ ଟିମ୍ ମ୍ୟାନେଜମେଣ୍ଟ କିଛି କଠୋର ନିଷ୍ପତ୍ତି ନେବାକୁ ଯୋଜନା କରୁଥିବା ସୂଚନା ମିଳିଛି ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ