ରାଜ୍ୟ ସ୍ପେଶାଲ ରିପୋର୍ଟ

ମୁଦ୍ରା ସଂଗ୍ରହକାରୀ ସତ୍ୟକାନ୍ତ ପାଇବେ ଅର୍ନ୍ତଜାତୀୟ ଷ୍ଟାର ଆୱାର୍ଡ଼

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ସୋରଡ଼ା ରଘୁନାଥ ମନ୍ଦିର ସାହିର ସତ୍ୟକାନ୍ତ ପାତ୍ର ବିଭିନ୍ନ ଦେଶର ଷ୍ଟାମ୍ପ, ନୋଟ ଓ ମୁଦ୍ରାର ସଂଗ୍ରାହକ ଭାବେ ପରିଚିତ। ବିଶେଷ କରି ତାଙ୍କ ସଂଗ୍ରହରେ ବିଭିନ୍ନ ଦେଶର ମୁଦ୍ରା ସହ ସବୁଠାରୁ ପୁରୁଣା ମୁଦ୍ରାରେ ଖ୍ରୀଷ୍ଟ ପୂର୍ବ ୨୦୦ର ଏକ ମୁଦ୍ରା ରହିଥିବ‌ା ବେଳେ ମ‌ୋଗଲ ସାମ୍ରାଜ୍ୟ ସମୟରେ ପ୍ରଚଳିତ ତମ୍ବା ମୁଦ୍ରା ରହିଥିବା ସତ୍ୟକାନ୍ତ କହିଛନ୍ତି। ଦେଶ ସ୍ବାଧୀନ ପୂର୍ବରୁ ବ୍ୟବହାର ହେଉଥିବା ବହୁ ମୁଦ୍ରାକୁ ସେ ସାଇତି ରଖିବା ସହ ତାହାର ବିଷୟରେ ତଥ୍ୟ ମଧ୍ୟ ସଂଗ୍ରହ କରି ରଖିଛନ୍ତି। ଏଭଳି ନିଆରା ସଉକ ପାଇଁ ସେ ଆସନ୍ତା ୧୧ ତାରିଖ ଦିନ ହାଇଦ୍ରାବାଦ ଠାରେ କଏନ୍‌ ସଂଗ୍ରହାକ ଭାବେ ଗଞ୍ଜାମ ଜିଲ୍ଲାରୁ ଆର୍ନ୍ତଜାତୀୟ ଏକ୍ସକ୍ଳୁସିଭ୍‌ ଷ୍ଟାର ଆୱାର୍ଡ ପାଇବ ପାଇଁ ଯୋଗ୍ୟ ବିବେଚିତ ‌ହୋଇଥିବା ପ୍ରକାଶ କରିଛନ୍ତି।

ସତ୍ୟକାନ୍ତ ଏଭଳି ପୁରୁଣା ମୁଦ୍ରା ନୋଟ ସଂଗ୍ରହ କରିବା ପାଇଁ ତାଙ୍କ ବାପା ଦେବେନ୍ଦ୍ରଙ୍କ ଠାରୁ ପ୍ରେରଣା ପାଇଥିବା କହିଛନ୍ତି। ସତ୍ୟକାନ୍ତଙ୍କୁ ଯେତେବେଳେ ମାତ୍ର ୧୨ ବର୍ଷ ବୟସ ହୋଇଥିଲା ସେହି ସମୟରେ ବାପା କିଛି ପୁରୁଣା ମୁଦ୍ରା ରଖିଥିବା ଦେଖି ଏହା ସଂର୍ପକରେ ବାପାଙ୍କ ନିକଟରୁ ଜାଣିବାକୁ ଚାହିଁଥିଲେ। ପୁରୁଣା ମୁଦ୍ରା ଅଚଳ ହୋଇ ପଡିଥିବା ବେଳେ ତାକୁ ସେ ସ୍ମୃତି ଭାବେ ରଖିଥିବା ପ୍ରକାଶ କରିଥିଲେ। ତା ପରଠାରୁ ସତ୍ୟ ମୁଦ୍ରା ସଂଗ୍ରହ କରିବା ପାଇଁ ଲାଗି ପଡିଥିଲେ। କିନ୍ତୁ ଛୋଟ ବୟସରେ ଅର୍ଥ ଅଭାବ ସହ ପୁରୁଣା ମୁଦ୍ରା ସଂଗ୍ରହ କରିବା ତାଙ୍କ ପକ୍ଷରେ ସମ୍ଭବପର ନଥିଲା। ଏହାପରେ ଘର ନିକଟରେ ଥିବା ଏକ ମିସନ ସ୍କୁଲକୁ ସ୍ପେନ୍‌ର ଚିଠି ଆସୁଥିବା ସେ ଦେଖିଥ‌ିଲେ। ସେଠାରୁ ସେ ଚିଠି ଉପରୁ ଷ୍ଟାମ୍ପ ବାହାର କରି ସଂଗ୍ରହ କରିବା ଆରମ୍ଭ କରିଲେ। ସେହି ସମୟ ଠାରୁ ସେ ଦେଶ ବିଦେଶର ବିଭିନ୍ନ ପ୍ରକାରର ଷ୍ଟାମ୍ପ ସଂଗ୍ରହ କରିବା ସହ ମୁଦ୍ରା ଓ ନୋଟ ସଂଗ୍ରହ ଅଦ୍ୟାବଧି ଜାରି ରଖିଛନ୍ତି।

ଏଭଳି ପୁରୁଣା ଜିନିଷ ସଂଗ୍ରହ କରିବା ସମୟରେ ସେ ଆମ ଇତିହାସ ‌ ଓ ଦେଶ ବିଦେଶର ଅନେକ ଲୁକ୍କାୟିତ ବିଷୟ ଜାଣିବାକୁ ପାଇଥିବା କହିଛନ୍ତି। ଏହି ସବୁ ପୁରାତନ ଜିନଷ ଆମ ମାନବ ସମାଜ ଇତିହାସର ଦର୍ପଣ କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ସତ୍ୟକାନ୍ତ କହିଛନ୍ତି। ନିଜର ଦୃଢ ଇଚ୍ଛାଶକ୍ତି ଫଳରେ ଏଭଳି ଏକ ନିଆରା ସଂଗ୍ରହାଳୟ ତିଆରି କରିବାରେ ସଫଳ ହୋଇପାରିଛନ୍ତି। ସେ ଗତ ୨୦୦୪ ମସିହାରେ ଭାରତୀୟ ଡାକ ବିଭାଗ ପକ୍ଷରୁ ବ୍ରହ୍ମପୁରରେ ଆୟୋଜିତ ପ୍ରଦର୍ଶନୀରେ ତାଙ୍କର ସଂଗୃହିତ ଷ୍ଟ‌ାମ୍ପ ଗୁଡ଼ିକୁ ପ୍ରଦର୍ଶିତ କରିବାକୁ ସୁଯୋଗ ପାଇଥିଲେ। ତାଙ୍କୁ ଅଧିକ ପ୍ରୋତ୍ସାହନ ମିଳିଲେ ଏହି ସଂଗ୍ରହକୁ ନିଜ ଘର ଭିତରେ ସୀମିତ ନରଖି ବହୁ ଛାତ୍ରଛାତ୍ରୀ ପିଲାଙ୍କୁ ଦେଖାଇ ସେମାନଙ୍କୁ ମଧ୍ୟ ଏହାରି ମାଧ୍ୟମରେ ଇତିହାସକୁ ଦେଖିବାର ସୁଯୋଗ ଦେଇପାରନ୍ତେ ବୋଲି ସତ୍ୟକାନ୍ତ କହିଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।