ଆଠଗଡ଼ ୨୯।୦୮: ମୁଣ୍ଡଳୀ ବ୍ରିଜରେ ସ୍କୁଟି ରଖି ମହାନଦୀକୁ ଡେଇଁ ଆତ୍ମହତ୍ୟା ଘଟଣା । ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଠାବ । ଆଠଗଡ଼ ଗୁରୁଡିଝାଟିଆ ଥାନା ଲିଙ୍ଗାପଦା ନିକଟ ମହାନଦୀ କୂଳରୁ ମୃତଦେହ ଠାବ ହୋଇଛି । ପୋଲିସ ଘଟଣାସ୍ଥଳର ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, କିଛି ଦିନ ତଳେ ମୁଣ୍ଡଳୀ ବ୍ରିଜ୍ ଉପରେ ଜଣେ ବ୍ୟକ୍ତି ସ୍କୁଟି ରଖି ମହାନଦୀକୁ ଡେଇଁପଡିଥିଲେ । ବହୁ ଖୋଜାଖୋଜି ପରେ ବି ତାଙ୍କର କୌଣସି ପତ୍ତାମିଳିନଥିଲା । ଶେଷରେ ସୋମବାର ଦିନ ଗୁରୁଡିଝାଟିଆ ଥାନା ଲିଙ୍ଗାପଦା ନିକଟ ମହାନଦୀ କୂଳରେ ଲାଗିଥିବା ଦେଖି ଥାନାକୁ ଖବର ଦେଇଥିଲେ ସ୍ଥାନୀୟଲୋକେ । ଏହାପରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ତେବେ ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ ନାମ ବିଶ୍ୱଦେବ ଦାସ୍ । ତାଙ୍କ ଘର ଭୁବନେଶ୍ୱର ଶୈଳଶ୍ରୀ ବିହାର ଅଞ୍ଚଳର ବୋଲି ଜଣାପଡିଛି । ଯୁବକ ଜଣଙ୍କ ନିଶାଶକ୍ତ ଥିବା ଅବସ୍ଥାରେ ନଦୀକୁ ଡେଇଁ ଥିବା ସୂଚନା ରହିଛି ।