କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ ।

ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ । କନ୍ଧମାଳ ଜ଼ିଲ୍ଲା କ. ନୂଆଗାଁ ରାଜୀବଗାନ୍ଧୀ ସେବାକେନ୍ଦ୍ର ପରିସରରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ ଦକ୍ଷତା ପରୀକ୍ଷା ଆରମ୍ଭ ହୋଇଯାଇଛି l ଜ଼ିଲ୍ଲାରେ ସମୁଦାୟ 2198 ଜଣ କଳାକାର ଆବେଦନ କରିଥିଲେ ତନ୍ମଧ୍ୟରୁ 742 ଦରଖାସ୍ତକୁ ବାଦ ଦିଆଯାଇଛି ସମୁଦାୟ 1456 କଳାକାର ଙ୍କ ତାଲିକା ଜ଼ିଲ୍ଲାପାଳ ଙ୍କ ଆଦେଶ କ୍ରମେ ବିଚାରକୁ ନିଆଯାଇ ଦକ୍ଷତା ପରୀକ୍ଷା ଆରମ୍ଭ ହୋଇଯାଇଛି l ଆଜି ପ୍ରଥମ ଦିନରେ ବାଲିଗୁଡା ବ୍ଲକ ବାଲିଗୁଡା ଏନ ଏ ସି ତୁମୁଡିବନ୍ଧ ବ୍ଲକ ଦାରିଙ୍ଗବାଡି ବ୍ଲକ କୋଟଗଡ ବ୍ଲକ ର 379ରୁ ଉର୍ଦ୍ଧ କଳାକାର ଦକ୍ଷତା ପରୀକ୍ଷା ଦେଇଥିଲେ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଭଞ୍ଜନ କହଁର କାର୍ଯ୍ୟକ୍ରମ ଆୟୋଜନ କରିଥିବା ବେଳେ ପାରମ୍ପରିକ ଲୋକକଳାକାର ସଂଘର ସଭାପତି ଅକ୍ଷୟ କର୍ଣ୍ଣ ଲାଇବ୍ରେରୀ ଆସିଷ୍ଟାଣ୍ଡ ନରେଶ ସାହୁ ସୁବ୍ରତ ମହାନ୍ତି ପଞ୍ଚାନନ କହଁର ସରୋଜ କୁମାର ପାତ୍ର ବିଜୟ ପାତ୍ର ସିମାଞ୍ଚଳ ମାଝୀ ଦାରିଙ୍ଗବାଡି ବ୍ଲକକଳା ଓ ସଂସ୍କୃତି ସଂଘର ଉପ ସଭାପତି ଗୋଲକ ବିହାରୀ ମଲ୍ଲିକ ବାଲିଗୁଡା ବ୍ଲକ କଳା ସଂସ୍କୃତି ସଂଘର ଉପ ସଭାପତି ପ୍ରମୋଦ କୁମାର ଦଣ୍ଡସେନା କ ନୂଆଗାଁ ବ୍ଲକ କଳା ସଂସ୍କୃତି ସଂଘର ଉପ ସଭାପତି ତ୍ରିନାଥ ପଣ୍ଡା ସହଯୋଗ କରିଥିଲେ । କନ୍ଧମାଳ ଜିଲ୍ଲା ରୁ ମନୋଜ କୁମାର ସାହୁ ଙ୍କ ରିପୋର୍ଟ

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,