ରାଜନୀତି ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଶୀର୍ବାଦ ନେଲେ ବର୍ଷା

ଭୁବନେଶ୍ବର : ପଦ୍ମପୁର ଉପନିର୍ବାଚନରେ ବିଜୟୀ ହେବା ପରେ ଶୁକ୍ରବାର ଦିନ ବର୍ଷା ସିଂ ବରିହା ଦଳର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଦଳର ବରିଷ୍ଠ ନେତା ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, କଳିକେଶ ସିଂହଦେଓ, ପ୍ରଭାସ କୁମାର ସିଂ, ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ, ମନ୍ତ୍ରୀ ଟୁକୁନି ସାହୁ, ରୀତା ସାହୁ, ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖଙ୍କ ସହିତ ଯାଇ ବର୍ଷା ନବୀନଙ୍କ ଆଶୀର୍ବାଦ ନେଇଥିଲେ।

ଏହା ପୂର୍ବରୁ ସେ ନିଜ ଶ୍ବଶୁର ଘର ବିଜେପି ନେତା ତଥା ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଂଜନ ବଳିଆର ସିଂହ ଓ ତାଙ୍କ ପତ୍ନୀଙ୍କ ଠାରୁ ଆଶୀର୍ବାଦ ନେଇଥିଲେ।

ବର୍ଷା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ପଦ୍ମପୁରର ବିଧାୟକ ଭାବେ ନିର୍ବାଚିତ ହେବା ପରେ ତାଙ୍କୁ ଖୁସି ଲାଗୁଛି। ନିର୍ବାଚନ ଲଢ଼ିବା ପାଇଁ ଶ୍ୱଶୁର ଓ ପରିବାର ତରଫରୁ ମାନସିକ ସମର୍ଥନ ମିଳିଥିଲା। ଏବେ ପଦ୍ମପୁର ହେଉଛି ତାଙ୍କର କର୍ମଭୂମି ଏବଂ ସେ ଅଞ୍ଚଳର ବିକାଶ ତାଙ୍କର ପ୍ରାଥମିକତା। ବାପାଙ୍କ ପରି ଲୋକଙ୍କ ସେବା କରିବି ଓ ଲୋକଙ୍କ ଭରସା ଓ ବିଶ୍ୱାସ ଭାଙ୍ଗିବିନି ବୋଲି ବର୍ଷା କହିଛନ୍ତି। ସେହିଭଳି ଶ୍ରୀ ବଳିଆର ସିଂ କହିଛନ୍ତି ଯେ ଗଣତନ୍ତ୍ରରେ ଲୋକମତ ଠାରୁ ଆଉ କିଛି ବଡ଼ ନାହିଁ। ଲୋକମାନେ ଯେଉଁ ମତ ଦେଇଛନ୍ତି, ତାହାକୁ ଦଳମତ ନିର୍ବିଶେଷରେ ସମସ୍ତଙ୍କୁ ମାନିବାକୁ ପଡ଼ିବ। ସେ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ଆହୁରି କହିଛନ୍ତି ଯେ ଗୋଟିଏ ପରିବାରରେ ଭିନ୍ନ ଭିନ୍ନ ଦଳର ଲୋକ ଥାନ୍ତି। ବର୍ଷା ତା ଦଳରେ ରହିବ ଓ ମୁଁ ମୋ ଦଳରେ ରହିବି। ବର୍ଷାର ଅଭିଜ୍ଞତା ନ ଥାଇ ପାରେ ହେଲେ ଅନୁଭବ ରହିଛି ବୋଲି ଶ୍ରୀ ବଳିଆର ସିଂ କହିଛନ୍ତି।

ଭୁବନେଶ୍ବରରେ ଶ୍ବଶୁର ଓ ଶାଶୁଙ୍କୁ ବି ଭେଟିଲେ
ଲୋକଙ୍କ ଭରସା ଓ ବିଶ୍ବାସ ଆଦୌ ଭାଙ୍ଗିବିନି
ଜୟନାରାୟଣ କହିଲେ ପରାଜୟର କାରଣ
ଫଳାଫଳ ୨୦୨୪ ପାଇଁ ମନୋବଳ ବଢାଇବ: ଦେବୀ

ଏପଟେ ନିର୍ବାଚନ ଫଳାଫଳକୁ ନେଇ ରାଜନୈତିକ ଦଳ ମଧ୍ୟରେ କାଦୁଅ ଫିଙ୍ଗା ଜାରି ରହିଛି। ଅଧିକାଂଶ ନେତା ଆଜି ଗଣମାଧ୍ୟମ ସାମ୍ନାରେ ଖୋଲାଖୋଲି ପରସ୍ପର ଓ ନିଜ ଦଳ ବିରୋଧରେ ମଧ୍ୟ ବିଷୋଦ୍‌ଗାର କରିବାକୁ ଭୁଲିନାହାନ୍ତି। ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ମଧ୍ୟ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ପରାଜୟର କାରଣ କାଢ଼ିବା ବେଳେ ସରକାରଙ୍କ ଆଡ଼କୁ ଆଙ୍ଗୁଠି ଉଠାଇଛନ୍ତି। ଶ୍ରୀ ମିଶ୍ର କହିଛନ୍ତି ଯେ ପଦ୍ମପୁରରେ କଂଗ୍ରେସ ଭୋଟ୍ ବିଜେଡି ନେଇଯିବା କାରଣରୁ ବିପଦ ହେଲା। ଏହାବ୍ୟତୀତ ବିଜେଡି ଜିତିବାର କାରଣ ଅର୍ଥବଳ, ବାହୁବଳ ଓ ସରକାରୀ କଳ ବୋଲି ସେ ଆକ୍ଷେପ କରିବା ସହିତ ନବୀନ ପଟ୍ଟନାୟକ ନିର୍ବାଚନକୁ ବ୍ୟୟବହୁଳ କରିଦେଲେଣି ବୋଲି ଅଭିଯୋଗ ଆଣିଛନ୍ତି।

ଯଦିଓ ଗତ ଥର ଠାରୁ ବିଜେପିକୁ ଅଧିକ ଭୋଟ ମିଳିଛି, ତଥାପି ପରାଜୟର ସମୀକ୍ଷା କରାଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି। ସେ ଆହୁରି କହିଛନ୍ତି ଯେ ୨୦୨୪ ନିର୍ବାଚନରେ ଲଢ଼େଇ ଅଧିକ ଜୋରଦାର ହେବ। କଂଗ୍ରେସ ଏବେ ଭୋଟ ରାଜନୀତିରୁ ବାହାରି ଯାଇଥିବାରୁ ବିଜେଡି-ବିଜେପି ମଧ୍ୟରେ ମୁଖ୍ୟତଃ ଲଢ଼େଇ ହେବ ବୋଲି ଶ୍ରୀ ମିଶ୍ର ପୂର୍ବାନୁମାନ କରିଛନ୍ତି।

ବିଜେଡି ମଧ୍ୟ ଏହି ଘଟଣାରେ ଜବାବ ରଖିଛି। ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ ପଦ୍ମପୁର ବିଜୟ ୨୦୨୪ ନିର୍ବାଚନ ପାଇଁ ଦଳର ମନୋଭାବ ବଢ଼ାଇବ। ତେବେ ସେ ଏହି ବିଜୟର ସବୁ ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଥିଲେ। ସେ କହିଥିଲେ ଯେ ନବୀନଙ୍କ ଭାବମୂର୍ତି ଆଜି ବି ଚମ୍‌କୁଛି ଓ ଭୋଟରଙ୍କର ସେ ମୁଖ୍ୟ ଆକର୍ଷଣ ହୋଇ ରହିଛନ୍ତି।
ତେବେ କଂଗ୍ରେସ ଭୋଟ ବିଜେଡିକୁ ମିଳିବା ପ୍ରସଙ୍ଗକୁ ସେ ଏଡ଼ାଇ ଯାଇଥିଲେ। ଶ୍ରୀ ମିଶ୍ର କହିଥିଲେ ଯେ ଏହା ଏକ ଅବାନ୍ତର ପରିକଳ୍ପନା। ସେହିପରି ମନ୍ତ୍ରୀ ସମୀର ଦାଶ ପାଲଟା ଅଭିଯୋଗ ଆଣି କହିଥିଲେ ଯେ ୨୦୧୪ରେ କଂଗ୍ରେସ ସହିତ ସଲାସୁତରା କରି ବିଜେପି ସେଠାରେ ଜିତିଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର