ରାଜ୍ୟ ସ୍ପେଶାଲ ରିପୋର୍ଟ

ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ମନେପକାଇବାକୁ ରାଜଧାନୀରେ ମୁକ୍ତିକାନ୍ତ Latestରାଜ୍ୟ

ଭୁବନେଶ୍ବର : ରାଉଲକେଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯ବର୍ଷ ତଳେ ଦେଇଥିବା ପ୍ରତିଶ୍ରୁତି ମନେପକାଇ ଦେବା ପାଇଁ ରାଉରକେଲାରୁ ପଦଯାତ୍ରାରେ ବାହାରିଥିବା ସମାଜସେବୀ ମୁକ୍ତିକାନ୍ତ ବିଶ୍ବାଳ ବୁଧବାର ଦିନ ରାଜଧାନୀରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟି ସେ ଦେଇଥିବା ପ୍ରତିଶ୍ରୁତି ମନେପକାଇଦେବାକୁ ମୁକ୍ତିକାନ୍ତ ରାଉରକେଲାବାସୀଙ୍କ ସମସ୍ୟାର ଦୁଇଟି ମଡେଲ୍‌ କାନ୍ଧରେ ବୋହି ଆଣିଛନ୍ତି।

ନଭେମ୍ବର ୧୬ରୁ ରାଉରକେଲାରୁ ବାହାରିଥିବା ମୁକ୍ତିକାନ୍ତ ୨୮ଦିନ ପରେ ଭୁବନେଶ୍ବରରେ ପହଞ୍ଚିଛନ୍ତି। ସେ କହିଛନ୍ତି ଯେ, ୯ବ‌ର୍ଷ ତଳେ ମୁଖ୍ୟମନ୍ତ୍ରୀ ରାଉରକେଲା ଗସ୍ତବେଳେ କୋଏଲ ବ୍ୟାରେଜ୍, କୋଏଲ୍ ନଦୀ ପାର୍ଶ୍ବରେ ରିଂ ରୋଡ୍ ନିର୍ମାଣର ଶୁଭ ଦେଇଥିଲେ। ଆର୍‌ଜିଏଚ୍‌କୁ କ୍ୟାପିଟାଲ ହସ୍ପିଟାଲର ସୁବିଧା ବିଷୟରେ ଘୋଷଣା କରିଥିଲେ। ଏହାକୁ ନେଇ ରାଉରକେଲାବାସୀଙ୍କ ମନରେ ଏକ ନୂତନ ଆଶା ସଞ୍ଚାର ହୋଇଥିଲା। ହେଲେ ତାହା ପୂରଣ ହେଲାନି। ସେହିପରି ବିଶ୍ରା ଓ ନୂଆଗାଁ ପରିବା ଚାଷର ଗନ୍ତାଘର ହୋଇଥିବାବେଳେ ଏଠାରେ ଶୀତଳ ଭଣ୍ଡାର ନଥିବାରୁ ଚାଷୀମାନେ ବାଧ୍ୟ ହୋଇ ପରିବାକୁ ଶାଗମାଛ ଦରରେ ବିକ୍ରି କରୁଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ଏ ବିଷୟରେ ଅବଗତ କରାଇବାକୁ ଆସିଛି। ମୁଖ୍ୟମନ୍ତ୍ରୀ ବହୁତ ଭଲ ଲୋକ , ଓଡ଼ିଶା ପାଇଁ ଭଲ କାମ କରୁଛନ୍ତି। ହେଲେ ବୟସାଧିକ ଯୋଗୁଁ ସେ ଦେଇଥିବା ପ୍ରତିଶ୍ରୁତି ଭୁଲି ଯାଇଥିବାରୁ ତାହାକୁ ମନେପକାଇବାକୁ ଆସିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।