ମନୋରଞ୍ଜନ

ମୁକ୍ତିଲାଭ ପୂର୍ବରୁ ପ୍ରଘଟ

ବଲିଉଡ୍ ଅଭିନେତ୍ରୀ କ୍ରୀତି ସାନନ୍‌ଙ୍କ ଅଭିନୀତ ନୂଆ ଚଳଚ୍ଚିତ୍ର ‘ମିମି’ ମୁକ୍ତିଲାଭ କରିବାର ଚାରିଦିନ ପୂର୍ବରୁ ସୋସିଆଲ୍ ମିଡିଆରେ ପ୍ରଘଟ (ଲିକ୍) ହେଇଯାଇଛି। ଏହାର ଅଫିସିଆଲ୍ ରିଲିଜ୍ ନେଟ୍‌ଫ୍ଲିକ୍ସରେ ହେବାକୁ ନିଷ୍ପତ୍ତି ନିଆଯାଇଥିଲା। ହେଲେ ଆଶ୍ଚର୍ଯ୍ୟର କଥା ‘ମିମି’ ନିର୍ଦ୍ଧାରିତ ତାରିଖରେ ରିଲିଜ୍ ପୂର୍ବରୁ ଅନ୍‌ଲାଇନ୍ ପାଇରେସିର ଶିକାର ହେଇଛି।

ରିପୋର୍ଟ ଅନୁସାରେ ଜିଓ ଷ୍ଟୁଡିଓ ଓ ମେଡାକ୍ ଫିଲ୍ମସ୍ ଦ୍ବାରା ପ୍ରସ୍ତୁତ ‘ମିମି’ର ପାଇରେଟେଡ୍ ଭର୍ସନ୍ ଗତ ୨୬ ତାରିଖରେ ଟେଲିଗ୍ରାମ୍‌ରେ ଦେଖିବାକୁ ମିଳିଛି। ଟେଲିଗ୍ରାମ୍ ହେଉଛି ପାଇରେସି କରିବାର ସହଜ ମାଧ୍ୟମ। ଅତୀତରେ ଏମିତି ରିଲିଜ୍ ପୂର୍ବରୁ କେତେକ ଚଳଚ୍ଚିତ୍ର ପ୍ରଘଟ ହେବାର ନଜିର ରହିଛି। ଏହା ଜଣାପଡ଼ିବା ପରେ ପ୍ରଯୋଜନା ସଂସ୍ଥା‌ ପକ୍ଷରୁ ଧରପଗଡ଼ ପ୍ରକ୍ରିୟା ଆରମ୍ଭ ହେଇଯାଇଛି। ‘ମିମି’ର ନିର୍ଦ୍ଦେଶନା ଦେଇଛନ୍ତି ଲକ୍ଷ୍ମଣ ଉତେକର। ଏଥିରେ ଜଣେ ମହିଳା ବିବାହ ପୂର୍ବରୁ କିପରି ଅନ୍ୟ ଏକ ଦମ୍ପତିଙ୍କ ପାଇଁ ପିଲାଜନ୍ମ କରିବାକୁ କୌତୁହଳପ୍ରଦ ଢଙ୍ଗରେ ତୟାର ହେଇଛି, ତାହା ଦେଖିବାକୁ ମିଳିବ। ଏଥିପାଇଁ କ୍ରୀତିଙ୍କୁ ପେଟ ଉପରେ ୧୫ କେ.ଜି. ଓଜନର ସାମଗ୍ରୀ ଧରି କ୍ୟାମେରା ସାମ୍‌ନାରେ ଅଭିନୟ କରିବାକୁ ପଡ଼ିଛି। ଏଥିରେ କ୍ରୀତିଙ୍କ ବ୍ୟତୀତ ପଙ୍କଜ ତ୍ରିପାଠୀ, ସାଇ ତମହଙ୍କର ଓ ସୁପ୍ରିୟା ପାଠକ ଅଭିନୟ କରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ