ରାଜ୍ୟ ସ୍ପେଶାଲ ରିପୋର୍ଟ

ମୁକ୍ତା ଯୋଜନା: ଖର୍ଚ୍ଚ ହେବ ୧୪କୋଟି ୮୩ଲକ୍ଷ, ପୁଷ୍କରିଣୀ ପୁନରୁଦ୍ଧାର, ମୁକ୍ତାକାଶ ଜିମ୍‌, ପାର୍କକୁ ଗୁରୁତ୍ବ

ପୁରୀ: ମୁକ୍ତା ଯୋଜନାରେ ବଦଳିବ ସହରର ଦୃଶ୍ୟପଟ୍ଟ। ଅଲୋଡ଼ା ସ୍ଥାନ ପାଲଟିବ ପାର୍କ। ଜାଗା ଘରଠାରୁ ନେଇ ଜିମ୍‌ ଓ ୱାଲ ପେଣ୍ଟିଂଠାରୁ ନେଇ ପୁଷ୍କରିଣୀ। ଡ୍ରେନ୍‌ଠାରୁ ନେଇ ଶୌଚାଳୟ ପର୍ଯ୍ୟନ୍ତ ଉନ୍ନତୀକରଣ କରାଯିବ। ସମସ୍ତ ୩୨ଟି ୱାର୍ଡରେ ଏହି ଉନ୍ନତୀକରଣ କାର୍ଯ୍ୟ କରାଯିବ। ମୁକ୍ତା ଯୋଜନାରେ ସମୁଦାୟ ୧୪କୋଟି ୮୩ ଲକ୍ଷ ୭ ହଜାର ଟଙ୍କାର ବ୍ୟୟ ବରାଦ କରାଯାଇଛି। ସମସ୍ତ କାମ ସ୍ବୟଂ ସହାୟକ ଗୋଷ୍ଠୀ ଓ ବସ୍ତି ବାସିନ୍ଦା ସଂଗଠନ ମାଧ୍ୟମରେ କରାଯିବ।

ବଡ଼ ଆଖଡ଼ା ଜାଗା ନିକଟ ପୋଖରୀ ପାଇଁ ୧୪ଲକ୍ଷ ୯୪ ହଜାର ଟଙ୍କା, ଘୁମୁରାପଲ୍ଲୀ ନିକଟ ପୋଖରୀର ପୁନରୁଦ୍ଧାର ପାଇଁ ୫ଲକ୍ଷ ୭୦ ହଜାର, କୃଷ୍ଣକାଳୀ ଜାଗା ନିକଟରେ ୬ଲକ୍ଷ ୪୦ ହଜାର ଟଙ୍କାରେ ପୁଷ୍କରିଣୀ ପୁନରୁଦ୍ଧାର, ଅମିନ ଜାଗା ଫେଜ-୨ରେ ୧୪ଲକ୍ଷ ୯୫ ହଜାର ଟଙ୍କାରେ ପୋଖରୀ ପୁନରୁଦ୍ଧାର, ଜଗତ ପ୍ରତିହାରୀ ଜାଗା ଘର ନିକଟରେ ୧୪ଲକ୍ଷ ୯୯ ହଜାର ଟଙ୍କାରେ ପୋଖରୀ ନବୀକରଣ ଓ ସୌନ୍ଦର୍ଯ୍ୟୀକରଣ, ଅଲାମଚଣ୍ଡୀ ମନ୍ଦିର ନିକଟ ପଥର ପୋଖରୀର ନବୀକରଣ ପାଇଁ ୧୪ଲକ୍ଷ ୯୫ ହଜାର ଖର୍ଚ୍ଚ ବୋକୁ ଯୋନା କରାଯାଇଥିବା ବେଳେ ଚୈତନ୍ୟ ବିହାର ରାଧାକାନ୍ତ ମଠ ପୋଖରୀର ମଧ୍ୟ ନବୀକରଣ କରାଯିବ। ମଶାଣି ଚଣ୍ଡୀ ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର୍‌ ନିକଟରେ ୧୪ ଲକ୍ଷ ୯୦ ହଜାର ଟଙ୍କାରେ ପାର୍କ, ଭଟ୍ଟ ଜାଗାରେ ଥିବା ୧୪ଲକ୍ଷ ୨୦ ହଜାର ଟଙ୍କାରେ ପାର୍କ ସହ ଖୋଲାସ୍ଥାନର ଉନ୍ନତୀକରଣ, ମୁଦୁଲି ଜାଗା ନିକଟରେ ୧୪ଲକ୍ଷ ୨୦ ହଜାର ଟଙ୍କାରେ ଖୋଲା ସ୍ଥାନର ଉନ୍ନତୀକରଣ, ମଙ୍ଗଳାଘାଟ କଲ୍ୟାଣମଣ୍ଡପ ନିକଟରେ ୧୦ଲକ୍ଷ ଟଙ୍କାରେ ଖୋଲା ସ୍ଥାନର ଉନ୍ନତୀକରଣ କରାଯିବ।

ସେହିଭଳି ମଙ୍ଗଳାସାହି ଫେଜ- ଓ ଫେଜ-୨, ବୁଢ଼ି ମା’ ଠାକୁରାଣୀ ସମ୍ମୁଖ, ସରସ୍ବତୀ କ୍ଲବ୍‌, ପୁରୀ ହୋଟେଲ ନିକଟ, ଅମିନ ଜାଗା, ଯଦୁ ତିଆଡ଼ି ଜାଗା, ମୋଚିସାହି କଲ୍ୟାଣମଣ୍ଡପ, ବିସୁନି ଜାଗା, ବୁଢ଼ି ମା’ ମନ୍ଦିର ସମ୍ମୁଖ, ବଡ଼ୁ ମହାପାତ୍ର ଜାଗା, ବାଙ୍କୀ ମୁହାଣ, ଝାଡ଼େଶ୍ବରୀ କ୍ଲବ୍‌, ଅଲାମଚଣ୍ଡୀ ମନ୍ଦିର, ୱାର୍ଡ ନମ୍ବର ୩୦ସ୍ଥିତ ସନ୍ତୋଷୀ ମା’ ମନ୍ଦିର, ନୂଆସାହି ଚକ୍ରତୀର୍ଥ ପାର୍କ, ନୂଆସାହି କମ୍ୟୁନିଟି ସେଣ୍ଟର୍‌, ଗଣପତି କ୍ଲବ୍‌ ପଛ ପାର୍ଶ୍ବ, ଚକ୍ରତୀର୍ଥ ବେହେରାସାହି, ମାଛ ବ୍ୟବସାୟୀ କ୍ଲବ୍‌ ସମ୍ମୁଖ, ପିକେଆର୍‌ଆଇଟି କଲୋନି, ତ୍ରେକେଶ୍ବର ମନ୍ଦିର, ରାମମନ୍ଦିର, ମଙ୍ଗଳା ମନ୍ଦିର କମ୍ୟୁନିଟି ସେଣ୍ଟର୍‌, କପିଳେଶ୍ବର ମନ୍ଦିର, ସିଦ୍ଧ ମହାବୀର ମନ୍ଦିର ନିକଟ, ବିଧାନସଭା ଅତିଥି ଭବନ ସମ୍ମୁଖ, ଉସ୍ତି ଫାଉଣ୍ଡେସନ ପରିସରରେ ଖୋଲାସ୍ଥାନକୁ ସୌନ୍ଦର୍ଯ୍ୟୀକରଣ ସହ ପାର୍କର ରୂପ ଦିଆଯିବ। ଜାତୀୟ ସଂଗୀତ ପରିଷଦରେ ମିନି ପାର୍କ ପାଇଁ ୧୪ଲକ୍ଷ ୯୮ ହଜାର ଟଙ୍କା ମଧ୍ୟ ଖର୍ଚ୍ଚ ହେବ।

କୁସୁନି ଖୁଣ୍ଟିଆ ଜାଗା ନିକଟରେ ୧୨ ଲକ୍ଷ ୩୦ ହଜାର ଟଙ୍କାରେ ମୁକ୍ତାକାଶ ଜିମ୍‌, ଦୁବେଇ ଜାଗାରେ ୧୪ଲକ୍ଷ ୯୦ ହଜାର ଟଙ୍କାରେ ଜିମ୍‌, ଏସ୍‌ସିଏସ୍‌ କଲେଜ ନିକଟ ପାର୍କରେ ୮ଲକ୍ଷ ଟଙ୍କାରେ ମୁକ୍ତାକାଶ ଜିମ୍‌, ମାତା ଗୋସେଇଁ ମହାବୀର ମନ୍ଦିର ନିକଟରେ ୧୪ଲକ୍ଷ ୯୫ ହଜାର ଟଙ୍କାରେ ମୁକ୍ତାକାଶ ଜିମ୍‌, ତ୍ରିନାଥ କ୍ଲବ୍‌ର ନବୀକରଣ ସହ ଜିମ୍‌ ସ୍ଥାପନ ପାଇଁ ୭ଲକ୍ଷ ୩୦ ହଜାର, ମଙ୍ଗଳା ମନ୍ଦିରରେ ଜଗିଂ ଟ୍ରାକ୍‌ ନିର୍ମାଣ ପାଇଁ ୧୦ଲକ୍ଷ ଟଙ୍କା, ବୈଷ୍ଣବ ଦେବୀ ଲେନ୍‌ରେ ଜଗିଂ ଟ୍ରାକ୍‌ ନିର୍ମାଣ ପାଇଁ ୧୦ ଲକ୍ଷ, ପିକେଡିଏ ଅଫିସ ନିକଟ ମୁସଲିମ ଲେନ୍‌ରେ ଜଗିଂ ଟ୍ରାକ୍‌ ନିର୍ମାଣ ପାଇଁ ୧୪ଲକ୍ଷ ୫୦ ହଜାର, ସ୍ବିପର କଲୋନି ସମ୍ମୁଖରେ ମୁକ୍ତାକାଶ ଜିମ୍‌ ପାଇଁ ୮ଲକ୍ଷ, ଆଖଣ୍ଡଳମଣି ୫ ନମ୍ବର ଲେନ୍‌ରେ ଜଗିଂ ଟ୍ରାକ୍‌, ପୁଲିସ ହାଇସ୍କୁଲରେ ୱାକିଂ ଟ୍ରାକ୍‌ ନିର୍ମାଣ ପାଇଁ ୧୪ଲକ୍ଷ ୯୮ ହଜାର, ପେଣ୍ଠକଟା ୨୬ ନମ୍ବର ୱାର୍ଡରେ ଜଗିଂ ଟ୍ରାକ୍‌ ପାଇଁ ୯ଲକ୍ଷ ୮୦ ହଜାର, ନରସିଂହ ବଡ଼ ଜାଗାରେ ମୁକ୍ତାକାଶ ଜିମ୍‌ ପାଇଁ ୪ଲକ୍ଷ ୮୦ ହଜାର, ସିଦ୍ଧନୃସିଂହ ବଡ଼ ଜାଗା ନିକଟରେ ଭେଣ୍ଡିଂ ଜୋନ୍‌ ପାଇଁ ୧୨ ଲକ୍ଷ ଟଙ୍କା ବ୍ୟୟ କରାଯିବ। ଏହା ସହ ମଧୁସୂଦନ ନଗରରେ ଜିମ୍‌ ସ୍ଥାପନ କରାଯିବ। ଶୌଚାଳୟ, ପେଭର୍‌ ବ୍ଲକ୍‌ ବିଛା ଓ ଡ୍ରେନ୍‌ କାମ କରାଯିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।