ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ମୁକେଶ ଅମ୍ବାନୀଙ୍କ ଘର ବାହାରେ ବିସ୍ଫୋରକ ରଖିଥିବା ଅଭିଯୁକ୍ତର ଫଟୋ ସିସିଟିଭିରେ କଏଦ୍: ପିପିଇ କିଟ୍ ପିନ୍ଧି ଲୁଚାଇଛି ପରିଚୟ

ମୁମ୍ବାଇ ୦୯/୦୩ : ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ଘର ବାହାରେ ବିସ୍ଫୋରକ ଷଡଯନ୍ତ୍ର ମାମଲାରେ ନୂଆ ଖୁଲାସା ହୋଇଛି। ସୂଚନା ଅନୁଯାୟୀ, ଯିଏ ଗାଡିରେ ବିସ୍ଫୋରକ ରଖି ଏଣ୍ଟିଲିୟା ପାଖକୁ ଆସିଥିଲା ତାର ଫଟୋ ସିସିଟିଭିରେ କଏଦ ହୋଇଛି। ଉକ୍ତ ଅଭିଯୁକ୍ତ ପିପିଇ କିଟ୍ ପିନ୍ଧିଥିବାରୁ ତାକୁ ଚିହ୍ନଟ କରାଯାଇପାରିନାହିଁ।


ଏଟିଏସ ସୂତ୍ର ଅନୁଯାୟୀ, ଇନୋଭା ଡ୍ରାଇଭର ପୁଣିଥରେ ଏଣ୍ଟିଲିୟା ପାଖକୁ ଆସିଥିଲା। ନିଜ ପରିଚୟ ଲୁଚେଇବାକୁ ସେ ପିପିଇ କିଟ୍ ପିନ୍ଧିଥିଲା। ସନ୍ଦିଗ୍ଧର ଫଟୋ ସେହି ଅଞ୍ଚଳରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିଲା କିନ୍ତୁ ପିପିଇ କିଟ୍ ପିନ୍ଧିଥିବା ଯୋଗୁଁ ତାକୁ ଚିହ୍ନଟ କରାଯାଇ ପାରିନାହିଁ। ସନ୍ଦିଗ୍ଧ ଏକ ସ୍କର୍ପିଓରେ ୨୦ଟି ଜିଲିଟିନ୍ ଷ୍ଟିକ୍ସ ରଖି ମୁକେଶ ଅମ୍ବାନୀଙ୍କ ବଙ୍ଗଳା ଏଣ୍ଟିଲିୟାର ୫୦୦ ମିଟର ଦୂରରେ ପାର୍କିଙ୍ଗ୍ କରିଥିଲା। ତାପରେ ସ୍କର୍ପିଓ ଡ୍ରାଇଭର ଇନୋଭାରେ ଫେରାର ହୋଇଯାଇଥିଲା।


ସୂତ୍ର ଅନୁଯାୟୀ, ଏକ ଇନୋଭା କାର୍ ସ୍କର୍ପିଓ ଡ୍ରାଇଭରକୁ ମୁଲୁଣ୍ଡ ଟୋଲ୍ ଗେଟ୍ ପାର୍ କରିବା ପରେ ପୁଣି ଏଣ୍ଟିଲିୟା ପାଖକୁ ଆସିଥିଲା। ରାତି ୩ଟା ୫ ମିନିଟରେ ଇନୋଭା ମୁଲୁଣ୍ଡ ପରି କରିଥିଲା। ସୂତ୍ର ଅନୁଯାୟୀ, ସେହି ଇନୋଭା କାର୍ ଡ୍ରାଇଭର ଗାଡି ନମ୍ବର ପୁଣି ବଦଳାଇ ସକାଳ ପାଖାପାଖି ୪ଟା ସମୟରେ ଇନୋଭାକୁ ପୁଣି ମୁଲୁଣ୍ଡ ଟୋଲ ଗେଟ ପାର କରାଇ ମୁମ୍ବାଇ ଆସିଥିଲା। ଏହାପରେ ୪ଟା ୩୫ ମିନିଟରେ ଇନୋଭା ଡ୍ରାଇଭର ସ୍କର୍ପିଓ ପାଖରେ ପହଞ୍ଚିଥିଲା। ସନ୍ଦିଗ୍ଧ ସ୍କର୍ପିଓ ଗାଡି ଚେକ୍ କରି ପୁଣି ସେଠାରୁ ବାହାରି ଯାଇଥିଲା ଓ ସକାଳ ୫ଟା ୧୮ ମିନିଟରେ ମୁଣ୍ଡୁଳୀ ଟୋଲ ଗେଟ୍ ପାର କରିଥିଲା। ଅଭିଯୁକ୍ତ ପିପିଇ କିଟ୍ ପିନ୍ଧି କାର ଚଲାଉଥିଲା ବୋଲି କୁହାଯାଉଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ