ରାଜ୍ୟ ସ୍ପେଶାଲ ରିପୋର୍ଟ

ମୁଁ ମଲେ ମୋ ସମାଧି ପାଇଁ ଆବାସ ଦେବେ‌ କି ସରକାର ? ଏମିତି କହିଲେ ୮୦ ବର୍ଷୀୟା ନିରାଶ୍ରୟା ହୀରାବତୀ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ସୁନ୍ଦରଗଡ଼: ‘ମୋତେ ତ ଏବେ ୮୦ ଛୁଇଁଲାଣି। କୁଡ଼ିଆରେ ରହୁଛି, କିନ୍ତୁ ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ ମୋ ନାଁ ନାହିଁ। ଯମ ମତେ ହାତ ଠାରି ଡାକିଲାଣି। ମୁଁ ମଲେ ମୋ ସମାଧି ପାଇଁ ଆବାସ ଦେବେ କି ସରକାର!’

ଏହା କହିଛନ୍ତି ସୁନ୍ଦରଗଡ଼ ସଦର ବ୍ଲକ୍‌ କିରେଇ ପଞ୍ଚାୟତ ଅନ୍ତର୍ଗତ କିରେଇ ଗାଁର ବୃଦ୍ଧା ହୀରାବତୀ ଗର୍ଡ଼ିଆ। ଆବାସ ଖଣ୍ଡିକ ପାଇଁ ଗୁହାରି କରି ଥକିପଡ଼ିବା ପରେ ତାଙ୍କ ମୁହଁରୁ ଏହି କ୍ଷୋଭୋକ୍ତି ବାହାରିଛି। ୮୦ ବର୍ଷର ଏହି ନିରାଶ୍ରୟା ବୃଦ୍ଧା ହୀରାବତୀ ଭଙ୍ଗା କୁଡ଼ିଆ ଘରେ ଜୀବନ କାଟୁଛନ୍ତି। ସରକାରୀ ଭତ୍ତା ଓ ଚାଉଳକୁ ଭରସା କରି ପଡ଼ିରହିଛନ୍ତି। ହେଲେ, ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କ ନଁାକୁ ଆବାସ ତାଲିକାରୁ ବାଦ୍‌ ଦିଆଯାଇଛି।

ଯେଉଁଥିପାଇଁ ସେ ‌ଅତ୍ୟନ୍ତ କ୍ଷୋଭର ସହିତ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। କେବଳ ହୀରାବତୀ ନୁହନ୍ତି, କିରେଇ ଗାଁର ରାଧାମଣି ସିଂ, ମଂଜୁଲତା ନାଏକ, ସୁଭଦ୍ରା ପ୍ରଧାନ, ସୁରେଖା ସିଂ, ରିଙ୍କି ସିଂ, ନଳିନୀ ନାଏକ, ପଦ୍ମା ଜାମତୋଲିଆ, ରେବତୀ ନାଏକ, ଗୀତା ନାଏକ ଓ ବିଧବା ଏକ୍କା ପ୍ରମୁଖ ଝାଟିମାଟିର କୁଡ଼ିଆରେ ରହୁଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ପାଇବାକୁ ଯୋଗ୍ୟ ବିବେଚିତ ହୋଇନାହାନ୍ତି। ସେମାନେ ସମସ୍ତେ ଆଜି ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚି ଅଭିଯୋଗ କରିଥିଲେ। ସେମାନଙ୍କ ଦୁଃଖ କାହାଣୀ ଓ କ୍ଷୋଭରେ ପରିବେଶ ଓଦା ହୋଇ ଯାଇଥିଲା। କିନ୍ତୁ, ଯୋଜନାରେ ନୂଆ ନାଁ ଯୋଡ଼ିବା ବ୍ୟବସ୍ଥା ନଥିବା ଓ କେବଳ ଅଭିଯୋଗକ୍ରମେ ଅଯୋଗ୍ୟଙ୍କ ନାଁ କାଟିବା ବ୍ୟବସ୍ଥା ଥିବାରୁ ପ୍ରଶାସନ ହାତ ଟେକି ଦେଇଥିବା ଜଣାପଡ଼ିଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।