ରାଜ୍ୟ ସ୍ପେଶାଲ ରିପୋର୍ଟ

ମୁଁ ଏଥର ବରୀରୁ ନିଶ୍ଚିତ ଲଢ଼ିବି: ଦେବାଶିଷ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ମୁଁ ଆସନ୍ତା ନିର୍ବାଚନରେ ନିଶ୍ଚିତ ଲଢ଼ିବି। ଆଉ ବରୀରୁ ହିଁ ଲଢ଼ିବି। ବରୀର ପୂର୍ବତନ ବିଧାୟକ ଦେବାଶିଷ ନାଏକ ଆଜି ଏମିତି ଜୋର୍‌ ଦେଇ କହିଛନ୍ତି। ବିଜେଡି କ’ଣ ଆପଣଙ୍କୁ ଟିକେଟ୍‌ ଦେବ ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ କରିବାରୁ ଦେବାଶିଷ ପାଲଟା ପ୍ରଶ୍ନ କରିଥିଲେ, ଆପଣ କେମିତି ଜାଣିଲେ ବିଜେଡି ଟିକେଟ୍ ଦେବନି ବୋଲି?

ବିଆର୍‌ଏସ୍‌ରେ ମିଶିବା ଚର୍ଚ୍ଚାକୁ ଦେବାଶିଷ ଅସ୍ବୀକାର କରିଛନ୍ତି। ଯେଉଁ ଦିନ ଓଡ଼ିଶାର ନେତାମାନେ ବିଆର୍‌ଏସ୍‌ରେ ଯୋଗ ଦେଲେ, ସେହିଦିନ ଦେବାଶିଷ ହାଇଦ୍ରାବାଦରେ ଥିଲେ। ଏପରିକି ବିଆର୍‌ଏସ୍‌ରେ ମିଶିଥିବା ନେତାଙ୍କ ତାଲିକାରେ ତାଙ୍କ ନାମ ବି ଥିଲା। ଆଜି ଭୁବନେଶ୍ବର ଫେରିଲା ପରେ ଗଣମାଧ୍ୟମକୁ ଦେବାଶିଷ କହିଛନ୍ତି ଯେ ବିଏସ୍‌ଆର୍‌ରେ ଯୋଗ ଦେବାର ପ୍ରଶ୍ନ ଉଠୁନି। ସେଥିରେ ଯୋଗ ଦେବା ପାଇଁ କେହି ମୋ ସହ ଯୋଗାଯୋଗ ବି କରିନାହାନ୍ତି। ମୁଁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଯାଇଥିଲି। କିଏ କ’ଣ ଚର୍ଚ୍ଚା କଲା ମୁଁ ଜାଣିନି।

ବିଜେଡି ଛା‌ଡ଼ିବେନି ବୋଲି ଜୋର୍‌ ଦେଇ ଦେବାଶିଷ କହିଲେ, ବିଜେଡିକୁ ଆମେ ସବୁ ତିଆରି କରିଥିଲୁ। ମୁଁ ଜଣେ ପ୍ରତିଷ୍ଠାତା ସଦସ୍ୟ। ଘର ଛାଡ଼ି କାହିଁକି କୁଆଡ଼େ ଯିବି? ନବୀନ ବାବୁ ସାଂସଦ ଥିଲା ବେଳେ ମୁଁ ତାଙ୍କ ସହ ସମ୍ପୂର୍ଣ୍ଣ ଭାବେ ରହିଥିଲି। ଆମେ ଦଳ ତିଆରି କରିଥିଲୁ ବୋଲି ଏବେ ନୂଆ ଚେହେରାଙ୍କୁ ଆପଣମାନେ ଦେଖୁଛନ୍ତି। ଯୁବପିଢ଼ି ରାଜନୀତିକୁ ଆସିବା କଥା। ତାହା ସହ ବରିଷ୍ଠ ନେତାମାନଙ୍କ ଅଭିଜ୍ଞତା ବି ଗୁରୁତ୍ବ ବହନ କରେ। ତେଣୁ ସେମାନେ ବି ସମାନ ଭାବେ ଗୁରୁତ୍ବ ପାଇବା ଆବଶ୍ୟକ।

ବିଜେଡି‌ରେ ଆପଣ କଣଠେସା ହୋଇଛନ୍ତି କି ବୋଲି ପ୍ରଶ୍ନର ଉତ୍ତରରେ ଦେବାଶିଷ କହିଥିଲେ, ନା ସେମିତି ନୁହେଁ। ମୁଁ ମୋ କାମରେ ବ୍ୟସ୍ତ ଅଛି।
ସୂଚନାଯୋଗ୍ୟ ଯେ ଦେବାଶିଷ ନାଏକ ୨୦୦୦ରୁ ୨୦୧୯ ଯାଏ ବରୀର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୪ରୁ ୨୦୦୮ ଯାଏ ସେ ମନ୍ତ୍ରୀ ଥିଲେ। ୨୦୧୯ରେ ସେ ବିଜେଡି ଟିକେଟ୍‌ ନ ପାଇବାରୁ ନିର୍ବାଚନ ଲଢ଼ି ନଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।