ଖେଳ

ମିଷ୍ଟର ୱାର୍ଲଡ ପ୍ରତିଯୋଗିତା ଲାଗି ଭାରତୀୟ ଦଳରେ ଓଡ଼ିଶାରୁ ଚନ୍ଦନ ଓ ଶୁଭମ

ଭୁବନେଶ୍ବର: ଆସନ୍ତା‌ ମାସ ୧ରୁ ୭ ତାରିଖ ପର୍ଯ୍ୟନ୍ତ ଉଜବେକିସ୍ତାନର ତାସକେଣ୍ଟ୍‌ଠାରେ ମି‌ଷ୍ଟର ୱାର୍ଲଡ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଆୟୋଜିତ ହେବ। ଏହି ପ୍ରତିଯୋଗିତା ଲାଗି ଓଡ଼ିଶାରୁ ଦୁଇ ଜଣ ଚନ୍ଦନ କୁମାର ସାହୁ ଏବଂ ଶୁଭମ ମିଶ୍ର ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ଚନ୍ଦନ ୬୦ କେଜି ଓଜନ ବର୍ଗରେ ଏବଂ ‌ପୁରୁଷ ଆଥ୍‌ଲେଟ୍‌ ଫିଜିକ୍ସରେ ଶୁଭମ ମିଶ୍ର ଭାଗନେବେ। ଗତ ୩୦ ତାରିଖରେ ପଞ୍ଜାବର ଚଣ୍ଡିଗଡ଼ ବିଶ୍ବବିଦ୍ୟାଳୟଠାରେ ଆୟୋଜିତ ଚୟନ ପ୍ରତିଯୋଗିତାରେ ଓଡ଼ିଶା ରାଜ୍ୟ ସୁନ୍ଦର ସ୍ବାସ୍ଥ୍ୟ ସଂଘର ସଭାନେତ୍ରୀ ସୁମିତ୍ରା ତ୍ରିପାଠୀଙ୍କ ତତ୍ବାବଧନରେ ୩ ଜଣ ରାଜେଶ ବାବୁ ଆଚେରୀ, ଚନ୍ଦନ ଏବଂ ଶୁଭମ ‌ଅଂଶଗ୍ରହଣ କରିଥିଲେ। ଏମାନଙ୍କ ମଧ୍ୟରୁ ଚନ୍ଦନ ଓ ଶୁଭମ ଯୋଗ୍ୟତା ଅର୍ଜନ କରିଥିଲେ। ଉଭୟଙ୍କ ଏହା ପ୍ରଥମ ଅନ୍ତର୍ଜାତୀୟ ପ୍ରତିଯୋଗିତା ‌ହୋଇଥିଲେ ମଧ୍ୟ ବିଦେଶ ମାଟିରେ ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିପାରିବେ ବୋଲି ରାଜ୍ୟ ସୁନ୍ଦର ସ୍ବାସ୍ଥ୍ୟ ସଂଘର ସାଧାରଣ ସଂପାଦକ ପ୍ରସନ୍ନ ମହାସୁଆର ପ୍ରକାଶ କରିଛନ୍ତି।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ