ଦେଶ ବିଦେଶ ମନୋରଞ୍ଜନ

‘ମିଷ୍ଟର ଇଣ୍ଡିଆ’ ଫିଲ୍ମ ପାଇଁ ଶ୍ରୀଦେବୀଙ୍କୁ ୧୧ଲକ୍ଷ ଦେଇଥିଲେ ବୋନି କପୁର

ବଲିଉଡ୍‌ ନିର୍ଦେଶକ ବୋନି କପୁର ବୁଧବାର ନିଜର ୬୫ତମ ଜନ୍ମଦିନ ପାଳନ ଅବସରରେ ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ପତ୍ନୀ ଭାବେ ପାଇବା ପଛରେ ଗୁମର ଖୋଲିଛି। ଯେବେ ଫିଲ୍ମ ‘ସୋଲ୍‌ବା ସାବନ’ରେ ବୋନି ଶ୍ରୀଦେବୀଙ୍କୁ ଦେଖିଲେ ସେବେଠୁ ତାଙ୍କୁ ‘ମିଷ୍ଟର ଇଣ୍ଡିଆ’ରେ ଅଭିନୟର ସୁଯୋଗ ଦେବା ଲାଗି ସେ ମନସ୍ଥ କରିସାରିଥିଲେ। ସେତେବେଳେ ଶ୍ରୀଦେବୀଙ୍କ ମା’ ଶ୍ରୀଦେବୀଙ୍କ ଫିଲ୍ମ କଥା ବୁଝୁଥିଲେ। ତେଣୁ ‌ଶ୍ରୀଦେବୀଙ୍କୁ ନିଜ ଫିଲ୍ମରେ ନେବା ପାଇଁ ବୋନିଙ୍କୁ ପ୍ରଥମେ ତାଙ୍କ ମା’ଙ୍କୁ ମନେଇବାକୁ ପଡ଼ିଥିଲା। ସେତେବେଳେ ଶ୍ରୀଦେବୀ ଗୋଟେ ଫିଲ୍ମ ପାଇଁ ୮ରୁ ସାଢ଼େ ୮ଲକ୍ଷ ଟଙ୍କା ନେଉଥିବା ‌େବ‌ଳେ ବୋନି ତାଙ୍କୁ ୧୧ ଲକ୍ଷ ଟଙ୍କା ଦେବାକୁ ପ୍ରସ୍ତୁତ ଥିଲେ। ଏପରିକି ଫିଲ୍ମ ସୁଟିଂ ସମୟରେ ଶ୍ରୀଦେବୀଙ୍କ ପାଇଁ ସେ ମେକଅପ ରୁମ୍‌ଠୁ ନେଇ ଆକର୍ଷଣୀୟ ପୋଷାକ ପ୍ରସ୍ତୁତ କରି ରଖୁଥିଲେ। ଯଦିଓ ସେ ମୋନା କପୁରଙ୍କୁ ବିବାହ କରିଥିଲେ, ତଥାପି ଶ୍ରୀଦେବୀଙ୍କ ପ୍ରେମରେ ପଡ଼ି ପରେ ତାଙ୍କୁ ବିବାହ କରିଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ