ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ମିଳିଲା ନୂଆ ଜୀବନ ! ଡାକ୍ତର ଯୁବକଙ୍କ ଶରୀରରେ ପ୍ରତିରୋପଣ କଲେ ଅନ୍ୟ ଜଣକଙ୍କ ହାତ ଓ ମୁହଁ

ନୂଆଦିଲ୍ଲୀ: ଆମେରିକୀୟ ଅଙ୍ଗପ୍ରତ୍ୟଙ୍ଗ ପ୍ରତିରୋପଣ ବ୍ୟବସ୍ଥାକୁ ପରିଚାଳନା କରୁଥିବା ସଂସ୍ଥା ୟୁନାଇଟେଡ଼ ନେଟୱାର୍କ ଫର ଅର୍ଗାନ ସେୟାରିଂ ଅନୁସାରେ ଦୁନିଆରେ ସର୍ଜନ ଏଯାବତ ପାଖାପାଖି ୧୮ଜଣଙ୍କ ମୁହଁ ଓ ୩୫ଟି ହାତ ପ୍ରତିରୋପଣ କରିସାରିଛନ୍ତି। କିନ୍ତୁ ଏକାଥରେ ମୁହଁ ଓ ଦୁଇଟି ହାତ ପ୍ରତିରୋପଣ କରିବା ଘଟଣା କମ ରହିଥିବା ବେଳେ ନିକଟରେ ଜଣେ ଯୁବକଙ୍କ ଏଭଳି ପ୍ରତିରୋପଣ ସଫଳ ହୋଇଛି।

ଆମେରିକାରେ ରହୁଥିବା ୨୨ ବର୍ଷୀୟ ଜୋ ଡିମିୟୋ ୨୦୧୮ରେ ଏକ ଡ୍ରଗ୍ କମ୍ପାନିର ପ୍ରଡକ୍ଟ ଟେଷ୍ଟର ଥିଲେ। ଏକ କାର ଦୁର୍ଘଟଣାରେ ଡିମିୟୋଙ୍କର ଶରୀର ପୋଡ଼ି ଯାଇଥିଲା। ସୌଭାଗ୍ୟବଶତଃ ତାଙ୍କର ଜୀବନ ବଞ୍ଚି ଯାଇଥିଲା। ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅନେକ ଚିକିତ୍ସା ପରେ ଡିମିୟୋଙ୍କର ଅବସ୍ଥାରେ ସୁଧାର ଆସି ନଥିଲା। ଏଥିପାଇଁ ଡାକ୍ତରମାନେ ତାଙ୍କ ଚେହେରା ଓ ହାତର ଏକାସାଙ୍ଗରେ ଅସ୍ତ୍ରୋପଚାର କରିବାକୁ ସ୍ଥିର କରିଥିଲେ।

ଏଥିପାଇଁ ଜଣେ ଡୋନରଙ୍କ ଆବଶ୍ୟକତା ଥିଲା। ୨୦୨୦ ଅଗଷ୍ଟରେ ଡାକ୍ତରଙ୍କ ଟିମ ଡେଲାବରରେ ଜଣେ ଡୋନରଙ୍କୁ ଚିହ୍ନଟ କଲେ ଓ ଡିମିୟୋଙ୍କ ଅପରେସନ କରିଥିଲେ। ଡିମିୟୋଙ୍କ ଅସ୍ତ୍ରୋପଚାର ସଫଳ ବୋଲି କୁହାଯାଉଥିଲେ ହେଁ, କିନ୍ତୁ କିଛି ଦିନ ଅପେକ୍ଷା କରିବାକୁ ହେବ ବୋଲି ବିଶେଷଜ୍ଞ କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ