ରାଜ୍ୟ ସ୍ପେଶାଲ ରିପୋର୍ଟ

ମିଳିଲାନି ସରକାରୀ ପ୍ରୋତ୍ସାହନ, ଛେଳି ଚରାଉଛନ୍ତି ହକି ଖେଳାଳି ଆନନ୍ଦପାଲ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ରାଉରକେଲା: ହକିର ଅନ୍ତୁଡ଼ିଶାଳରେ ଅବହେଳିତ ହକି ଖେଳାଳି। ପ୍ରୋତ୍ସାହନ ନ ମିଳିବାରୁ ଜାତୀୟସ୍ତରର ଜଣେ ହକି ଖେଳାଳି ଏବେ ଛେଳି ଚରାଉଛନ୍ତି। ସେ‌ ହେଲେ ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡା ବ୍ଲକ କଲେଇପୋଷ ପଞ୍ଚାୟତ ଧମଣାଧର ଗାଁର ଆନନ୍ଦପାଲ ଟପ୍ପୋ। ଏକଦା ତାଙ୍କ ହାତରେ ଥିଲା ହକି ଷ୍ଟିକ୍‌। ଏବେ ପରିବାର ପ୍ରତିପୋଷଣ ପାଇଁ ସେହି ହାତରେ ଧରୁଛନ୍ତି ଛେଳି ଓ ଗାଈଗୋରୁ ଚରାଇବାକୁ ବ୍ୟବହାର ବାଉଁଶ ଲାଠି। ପୂର୍ବରୁ ଖେଳ ଅଭ୍ୟାସ ପାଇଁ ଘରୁ ବାହାରି ଯାଉଥିଲେ ପଡିଆକୁ। ଏବେ ବାଉଁଶ ଲାଠି ଧରି ଛେଳି ଓ ଗାଈଗୋରୁଙ୍କୁ ଚରାଇବାକୁ ଘରୁ ବାହାରି ଯାଉଛନ୍ତି ଗାଁ ନିକଟସ୍ଥ ପଡିଆକୁ। କେବଳ ଯେ ହକି ଖେଳ ଛାଡ଼ି ନାହାନ୍ତି, ପରିବାରର ଆର୍ଥିକ ସ୍ଥିତି ତାଙ୍କୁ ପାଠରେ ଡୋରି ବାନ୍ଧିବାକୁ ମଧ୍ୟ ବାଧ୍ୟ କରିଛି। ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ଘରେ ପାଳିଥିବା ଛେଳି ଓ ଗାଈଗୋରୁଙ୍କୁ ଚରାଇ ଯାହା କିଛି ରୋଜଗାର କରୁଛନ୍ତି ସେଇଥିରେ ସେ ଓ ତାଙ୍କ ମା’ ଦୁଃଖେକଷ୍ଟେ ଚଳୁଛନ୍ତି। ଗରିବ ପରିବାର ହୋଇଥିଲେ ହେଁ ସେମାନଙ୍କୁ ଆଜି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଆବାସ ଖଣ୍ଡିଏ ମିଳିନାହିଁ। ମାଟିକାନ୍ଥ ଖପର ଘରେ ସେ ଓ ତାଙ୍କ ମା’ ଜୀବନ ଅତିବାହିତ କରୁଛନ୍ତି।

ଆନନ୍ଦପାଲ ୬ଷ୍ଠ ଶ୍ରେଣୀରେ ଗାଁ ସ୍କୁଲରେ ପାଠ ପଢ଼ୁଥିଲାବେଳେ ହକି ପ୍ରତି ଅହେତୁକ ଦୁର୍ବଳତା ଆରମ୍ଭ ହୋଇଥିଲା। ପ୍ରତ୍ୟେକ ଦିନ ସ୍କୁଲ ଛୁଟି ପରେ ଗାଁ ନିକଟରେ ସାଙ୍ଗମାନଙ୍କ ସହ ହକି ଖେଳୁଥିଲେ। ସେ ଭଲ ଖେଳାଳି ଭାବେ ନାଁ କଲେ। ମାଟ୍ରିକ ପଢ଼ୁଥିବାବେଳେ ଆର୍‌ଏସ୍‌ପି କ୍ରୀଡା ବିଭାଗ ପକ୍ଷରୁ ଆନନ୍ଦପାଲଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ହକି କୋଚ୍‌ ପିଟର ତିର୍କୀ ଓ ରାଜୁକାନ୍ତ ସାଇନଙ୍କ ଠାରୁ ସେ ପ୍ରଶିକ୍ଷଣ ନେଇଥିଲେ। ଚମତ୍କାର ଖେଳ ପ୍ରଦର୍ଶନ ପାଇଁ ତାଙ୍କୁ ସେଲ୍‌ ଏକାଡେମୀ ପକ୍ଷରୁ ଅନେକ ଥର ରାଜ୍ୟ ଓ ଜାତୀୟସ୍ତର ମ୍ୟାଚ୍ ଖେଳିବାର ସୁଯୋଗ ମିଳିଥିଲା। ଅଏଲ୍‌ ଆଣ୍ଡ ନ୍ୟାଚୁରାଲ୍‌ ଗ୍ୟାସ୍‌ କର୍ପୋରେସନ୍‌ (ଓଏନ୍‌ଜିସି) ଟିମ୍‌ରେ ସାମିଲ ହୋଇ ଜାତୀୟ ମ୍ୟାଚ୍‌ ଖେଳିଥିଲେ।

କେବଳ ଏତିକି ନୁହେଁ ଓଡ଼ିଶା ଓ ଝାଡ଼ଖଣ୍ଡରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ମ୍ୟାଚ୍‌ରେ ନିଜର ପାରଦର୍ଶିତା ପ୍ରତିପାଦିତ କରିଛନ୍ତି। ନିଜର ଚମତ୍କାର ପ୍ରଦର୍ଶନ ପାଇଁ ସେ ଅନେକ ଜାତୀୟ ଓ ରାଜ୍ୟସ୍ତରର ମେଡାଲ ଓ ପୁରସ୍କାର ପାଇଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆର୍ଥିକ ପ୍ରୋତ୍ସାହନ ନ ମିଳିବାରୁ ଖେଳ ଛାଡି ଦେଇଥିଲେ। ୨୦୧୪ରେ ବାପା ଅଗଷ୍ଟିନା ଟପ୍ପୋ ଆରପାରିକୁ ଚାଲିଯିବା ଓ ତାଙ୍କ ବଡ ଭାଇ ଅଲଗା ହୋଇଯିବା ପରେ ଆନନ୍ଦପାଲଙ୍କ ଚିନ୍ତା ଆହୁରି ବଢ଼ି ଯାଇଥିଲା। ବଣାଇ କଲେଜରେ ଯୁକ୍ତ ଦୁଇ ପାଠ ଅଧାରୁ ଛାଡି ଦେଇଥିଲେ। ପରିବାର ଚଳାଇବାକୁ ପାଖରେ ଟଙ୍କାଟିଏ ନଥିବାରୁ କିଛି ଉପାୟ ନ ପାଇ ସେ ଘରେ ‌ଛେଳି ଓ ଗାଈ ରଖିଲେ। ହକି ଖେଳ ଛାଡି ଦେଇଥିଲେ ହେଁ ଏବେ ବି ହକି ପ୍ରତି ତାଙ୍କର ଆଗ୍ରହ ପ୍ରବଳ। ଯଦି ସରକାରଙ୍କ ତାଙ୍କ ପରିବାର ଦୁଃଖ ବୁଝନ୍ତେ ଓ ‌ହକି ପାଇଁ କିଛି ପ୍ରୋତ୍ସାହନ ମିଳନ୍ତା, ପୁଣି ସେ ହାତରେ ହକି ଷ୍ଟିକ୍‌ ଧରନ୍ତେ ବୋଲି କହିଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।