ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମିଳିତ ବିରୋଧୀ ମେଣ୍ଟକୁ ମୋଦୀଙ୍କ ସମାଲୋଚନା: ‘ପରିବାରର, ପରିବାର ଦ୍ବାରା, ପରିବାର ପାଇଁ’

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମିଳିତ ବିରୋଧୀ ମେଣ୍ଟକୁ କଡ଼ା ସମାଲୋଚନା କରିଛନ୍ତି। ମୋଦୀ କହିଛନ୍ତି, ବେଙ୍ଗାଲୁରୁରେ ଆଜି ଦୁର୍ନୀତିଗ୍ରସ୍ତମାନଙ୍କର ବୈଠକ ହୋଇଛି। ଆଣ୍ଡାମାନ ନିକୋବରରେ ପୋର୍ଟ ବ୍ଲେୟାର ବିମାନବନ୍ଦରର ଏନଆ‌ଇଟିବି ( ନ୍ୟୁ ଇଣ୍ଟିଗ୍ରେଟେଡ୍‌ ଟର୍ମିନାଲ ବିଲ୍ଡିଂ)କୁ ଭର୍ଚୁଆଲ ଭାବେ ଉଦ୍‌ଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବିରୋଧୀ ଦଳ ନେତାମାନେ କେବଳ ବ୍ୟକ୍ତିଗତ ଫାଇଦାରେ ଆଗ୍ରହୀ । ସେମାନଙ୍କ ମନ୍ତ୍ର ହେଉଛି -‘ ପରିବାରର, ପରିବାର ଦ୍ବାରା ଏବଂ ପରିବାର ପାଇଁ’। ନିଜ ନିଜ ମଧ୍ୟ‌ରେ ଦୁର୍ନୀତିଗ୍ରସ୍ତଙ୍କୁ ସୁରକ୍ଷା ଦେବାପାଇଁ ବିରୋଧୀ ଏକଜୁଟ ହୋଇଛନ୍ତି। ମୋଦୀ କହିଛନ୍ତି, ଗତ ୯ ବର୍ଷ ମଧ୍ୟରେ ତାଙ୍କ ସରକାର ପୂର୍ବ ସରକାରର କେବଳ ତ୍ରୁଟି ସଂଶୋଧନ କରିନାହାନ୍ତି ବରଂ ଲୋକମାନଙ୍କୁ ନୂଆ ସୁବିଧା ପ୍ରଦାନ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ