ରାଜ୍ୟ

ମିଲର୍‌ଙ୍କ ହାତରେ ଧାନ ସଂଗ୍ରହ ବ୍ୟବସ୍ଥା, ପ୍ରତିବର୍ଷ ୩ ହଜାର କୋଟି ଦୁର୍ନୀତି ଅଭିଯୋଗ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ଧାନ ବିକ୍ରିରେ ପ୍ରତିବର୍ଷ ସର୍ବନିମ୍ନ ୩ ହଜାର କୋଟି ଟଙ୍କାର ଦୁର୍ନୀତି ହେଉଛି। ଧାନ କ୍ରୟ ବ୍ୟବସ୍ଥାକୁ ମିଲରମାନଙ୍କ ହାତକୁ ଟେକି ଦିଆଯାଇଛି। ଧାନସଂଗ୍ରହ ଅବ୍ୟବସ୍ଥା ବିରୋଧରେ ଧାରଣା ଦେବା ସହିତ ଏହି ଅଭିଯୋଗ କରିଛନ୍ତି ଓଡ଼ିଶା ବଞ୍ଚାଅ ଅଭିଯାନ।

ସମତାକ୍ରାନ୍ତି ଦଳ, ସିପିଆଇ(ଏମ୍), ସିପିଆଇ, ସିପିଆଇ(ଏମଏଲ) ଲିବରେସନ, ଅଲଇଣ୍ଡିଆ ଫର୍‌ୱାର୍ଡ ବ୍ଲକ୍‌, ସମାଜବାଦୀ ପାର୍ଟି, ସମୃଦ୍ଧ ଓଡ଼ିଶା, ରାଷ୍ଟ୍ରୀୟ ଜନତା ଦଳ, ଜନତା ଦଳ(ୟୁନାଇଟେଡ୍), ଆରପିଆଇ ସମେତ ୧୦ ରାଜନୈତିକ ଦଳକୁ ନେଇ ଗଠିତ ଓଡ଼ିଶା ବଞ୍ଚାଅ ଅଭିଯାନ ପକ୍ଷରୁ ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ଗଣଧାରଣା ଦିଆଯାଇଥିଲା। ଏଥିରେ ଆନ୍ଦୋଳନକାରୀମାନେ ଧାନ ବିକ୍ରି ଅବ୍ୟବସ୍ଥା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଦାୟୀ କରିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ ବିଧାନସଭାରେ ଓଡ଼ିଶା ସରକାର କ୍ବିଣ୍ଟାଲ ପ୍ରତି ଧାନ ଦର ୨୯୫୦ ଟଙ୍କା ପାଇଁ ସର୍ବଦଳୀୟ ସଂକଳ୍ପ ପାରିତ କଲେ ସିନା, ହେଲେ କେରଳ ଏବଂ ଛତିଶଗଡ଼ ଭଳି ଚାଷୀଙ୍କୁ ବୋନସ ଦେବାପାଇଁ ପଦକ୍ଷେପ ନିଆଗଲା ନାହିଁ। ଅନ୍ୟଦିଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଫସିଆଇକୁ ପଙ୍ଗୁ କରି ଦିଆଯାଇ ଘରୋଇ କର୍ପୋରେଟ୍‌ମାନଙ୍କୁ ଧାନ ବିକ୍ରି ବ୍ୟବସ୍ଥା ଟେକି ଦେବାପାଇଁ ମସୁଧା କରାଯାଉଥିବା ଅଭିଯୋଗ କରିଥିଲେ

ଅନ୍ୟପକ୍ଷରେ, ଚାଷୀ ଆନ୍ଦୋଳନ ଯୋଗୁଁ କେନ୍ଦ୍ର ସରକାର ୩ କୃଷି ଆଇନକୁ ପ୍ରତ୍ୟାହାର କଲେ। ଆଜି ପର୍ଯ୍ୟନ୍ତ ଧାନ ସମେତ ଅନ୍ୟ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ପାଇଁ ଆଇନଗତ ମାନ୍ୟତା ଦିଆଗଲା ନାହିଁ। ଫଳରେ ବିଭିନ୍ନ ସ୍ଥାନରେ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ଚଳିତ ବର୍ଷ କେନ୍ଦ୍ର ସରକାର ବାର୍ଷିକ ବଜେଟରେ ଖାଦ୍ୟ ନିରାପତ୍ତା ବାବଦରେ ୯୦ ହଜାର କୋଟି, ସାର ରିହାତି ୫୦ ହଜାର କୋଟି ହ୍ରାସ ଯୋଗୁଁ ଖାଦ୍ୟ ନିରାପତ୍ତା ବିପନ୍ନ ହୋଇଛି। ପୂର୍ବରୁ ଚାଷୀଙ୍କ ଆୟ ଦ୍ବିଗୁଣିତ କରାଯିବା ଘୋଷଣା ତ କାର୍ଯ୍ୟକାରୀ ହେଲା ନାହିଁ, କିଷାନ ଫଣ୍ଡ ଟଙ୍କାକୁ ୬୮ ହଜାରରୁ ୬୦ ହଜାର କୋଟିକୁ ହ୍ରାସ କରାଯାଇଛି।

ଧାରଣାରେ ପୂର୍ବତନ ମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ଅଳିକିଶୋର ପଟନାୟକ, ଅଭୟ ସାହୁ, ଯୁଧିଷ୍ଠିର ମହାପାତ୍ର, ଜ୍ୟୋତିରଞ୍ଜନ ମହାପାତ୍ର, ରବି ବେହେରା, ହେମନ୍ତ ବାବୁ, ଚିତ୍ତରଞ୍ଜନ ମହାନ୍ତି, ଯତୀଶ ମହାନ୍ତି, ପ୍ରଭାତ ସାମନ୍ତରା, ଆଶିଷ କାନୁନ୍‌ଗୋ, ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ଶେଖ୍‌ ଅବଦୁଲ ୱାଲି, ପଞ୍ଚାନନ ଧାଙ୍ଗଡ଼ା ମାଝି, ସୁଦର୍ଶନ ଦାଶ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।