ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଯାଜପୁର : ଚଳିତବର୍ଷ ଧାନ କିଣାବିକା କେଳେଙ୍କାରୀ ଚରମ ସୀମାରେ ପହଞ୍ଚିଛି। କେତେକ ମିଲରଙ୍କର ଦୌରାତ୍ମ୍ୟରେ ଧାନଚାଷୀମାନେ ତଳିତଳାନ୍ତ ହେବାରେ ଲାଗିଛନ୍ତି। ସରକାରୀ ଧାନମଣ୍ଡି ପ୍ୟାକ୍ସ ଓ ଏଚଏଚଜିରେ ଖୋଲିଥିବାର କାଗଜପତ୍ରରେ ଦର୍ଶାଯାଉଥିବାବେଳେ ଧାନ କିଣାବିକା ମିଲରଙ୍କ ଗୋଦାମରେ ହେଉଛି। ମିଲରଙ୍କ ଗୋଦାମ ଅଘୋଷିତ ଧାନମଣ୍ଡି ପାଲଟିଛି। ଚାଷୀମାନେ ନିଜ ଗାଡ଼ିରେ ମିଲଗୁଡ଼ିକୁ ଧାନ ନେଉଛନ୍ତି। ସେଠାରେ କେତେକ ମିଲ କର୍ମଚାରୀଙ୍କ ମର୍ଜିରେ ଧାନ ବୋଝେଇ ଗାଡ଼ିକୁ ୨/୩ଦିନ ଅଟକାଇ ଅନ୍ଲୋଡ୍ କରିବା ସହିତ ପ୍ରତି କୁଇଣ୍ଟାଲରେ ୫ ରୁ ୧୦କେଜି ଧାନ କଟନିଛଟନିରେ କାଟୁଛନ୍ତି। ଏଭଳି ଚରମ ଅବ୍ୟବସ୍ଥା ବିଗତଦିନଠାରୁ ବଳି ପଡ଼ିଛି।
ସୂଚନା ଅନୁସାରେ, କୋରେଇ ବ୍ଲକ୍ରେ ଥିବା ୧୮ଟି ପ୍ୟାକ୍ସରୁ ଅଧିକାଂଶରେ ସରକାରୀ ଧାନମଣ୍ଡି କାଗଜପତ୍ରରେ ଖୋଲାଯାଇଛି। ହେଲେ, ଏହି ମଣ୍ଡିରେ ଧାନ କିଣାନଯାଇ ଚାଷୀମାନଙ୍କୁ ଧାନଗାଡ଼ି ନେଇ ସିଧାସଳଖ ମିଲ୍କୁ ଯିବାକୁ କୁହାଯାଉଛି। ଏହାର ସୁଯୋଗରେ କେତେକ ମିଲର୍ ଚାଷୀମାନଙ୍କଠାରୁ ମନଇଚ୍ଛା କଟ୍ନି ଛଟ୍ନି କରୁଛନ୍ତି। ହଳଦିଗଡ଼ିଆ ପଞ୍ଚାୟତ ବ୍ରାହ୍ମଣଦା ଗ୍ରାମର ଚାଷୀ କାର୍ତ୍ତିକ ଚନ୍ଦ୍ର ଦାସ କହିଛନ୍ତି ଯେ ତାଙ୍କର ୬୧ କୁଇଣ୍ଟାଲ ଧାନରୁ ୯ କୁଇଣ୍ଟାଲ୍ ଧାନ କଟ୍ନିଛଟ୍ନି କରାଯାଇଛି। ତାଙ୍କୁ କୋରେଇ ପ୍ୟାକ୍ସରେ ଧାନ ବିକିବାକୁ ରାଜ୍ୟ ଯୋଗାଣ ବିଭାଗ ତରଫରୁ ୪୨.୫୧ କୁଇଣ୍ଟାଲ୍ର ଟୋକନ୍ ମିଳିଥିଲା। ଧାନ ନେଇ ତାଙ୍କୁ ନିକଟ ଏକ ଧାନ ମିଲ୍କୁ ଯିବାକୁ ପ୍ୟାକ୍ସ କର୍ତ୍ତୃପକ୍ଷ କହିଥିଲେ। ଗତ ୭ ତାରିଖରେ ଧାନଗାଡ଼ି ନେଇ ମିଲରେ ପହଞ୍ଚିବା ପରେ ଦୁଇଦିନ ସେଠାରେ ଅପେକ୍ଷା କରି ରହିବାକୁ ପଡ଼ିଲା। ଲମ୍ବା ସମୟ ଅପେକ୍ଷା କଲା ପରେ ତାଙ୍କ ଗାଡ଼ିକୁ ମିଲ୍ ଭିତରକୁ ଛଡ଼ାଗଲା। ଭିତରେ ଥିବା କଣ୍ଟାରେ ଓଜନ କରିବା ପରେ ତାଙ୍କ ଧାନ ୬୧ କୁଇଣ୍ଟାଲ୍ ହୋଇଥିଲା। ଟୋକନ ଅନୁଯାୟୀ ୪୨.୫୧ କୁଇଣ୍ଟାଲ ଧାନକୁ ସରକାରୀ ମୂଲ୍ୟରେ ନେଇ ଅବଶିଷ୍ଟ ଧାନକୁ ମିଲ୍ ରେଟ୍ ହିସାବରେ ବିକ୍ରି କରିବା ପାଇଁ ତାଙ୍କୁ କୁହାଗଲା। ହେଲେ, ସେଠାରେ ଥିବା କିଛି କର୍ମଚାରୀ ଧାନ ରଙ୍ଗ ଖରାପ ବୋଲି ଆଳ କରି ତାଙ୍କୁ ଧାନଗାଡ଼ି ଫେରାଇ ନେବାକୁ ଧମକ ଦେଲେ। ଧାନ ବୋଝେଇ ଗାଡ଼ି ଦୀର୍ଘ ସମୟ ଅଟକ ରଖିବା ପରେ ଅତ୍ୟଧିକ ଭଡ଼ା ଗଣିଥିବା ଶ୍ରୀ ଦାସ ଧାନ ଫେରେଇ ନେବାକୁ ସାହସ ଜୁଟାଇପାରିଲେ ନାହିଁ। ସେମାନଙ୍କ ପ୍ରସ୍ତାବରେ ବାଧ୍ୟ ହୋଇ ରାଜି ହେଲେ। ଫଳରେ ସେ ଆଣିଥିବା ଧାନରୁ ୯ କୁଇଣ୍ଟାଲ୍ କାଟି ଦିଆଯାଇଥିଲା।
କେବଳ ଶ୍ରୀ ଦାସ ନୁହନ୍ତି, ଏହିପରି ବହୁଚାଷୀ ମିଲର୍ଙ୍କ ଶୋଷଣର ଶିକାର ହେଉଛନ୍ତି। ଜିଲ୍ଲାରେ ଖୋଲାଯାଇଥିବା ଅଧିକାଂଶ ମଣ୍ଡିରେ ଧାନ କିଣାଯାଉନାହିଁ। ଚାଷୀମାନଙ୍କୁ ଧାନ ନେଇ ମିଲ୍କୁ ଯିବାକୁ କୁହାଯାଉଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l