ଧର୍ମ

ମିଥୁନ ରାଶିରେ ପ୍ରବେଶ କଲେ ଦୁଇ ମିତ୍ର ଗ୍ରହ: ଏହି ରାଶିମାନଙ୍କର ହେବ ଶୁଭ ଦିନ ଆରମ୍ଭ

ନୂଆଦିଲ୍ଲୀ ୦୭/୦୭: ଜ୍ୟୋତିଷ ଶାସ୍ତ୍ରରେ ରାଶି ପରିବର୍ତ୍ତନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଗ୍ରହମାନଙ୍କର ରାଶି ପରିବର୍ତ୍ତନ ସମସ୍ତ ରାଶି ଉପରେ ଶୁଭ-ଅଶୁଭ ପ୍ରଭାବ ପକାଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ବୁଧ ଏବଂ ସୂର୍ଯ୍ୟଙ୍କୁ ମିତ୍ର ଗ୍ରହ ଭାବରେ ବିବେଚନା କରାଯାଏ । ଏହି ସମୟରେ ସୂର୍ଯ୍ୟ ମିଥୁନ ରାଶିରେ ବସିଛନ୍ତି । ଜୁଲାଇ ୧୬ ପର୍ଯ୍ୟନ୍ତ ସୂର୍ଯ୍ୟ ଏହି ରାଶିରେ ରହିବେ । ଜୁଲାଇ ୭ ଅର୍ଥାତ୍ ଆଜି ବୁଧ ମିଥୁନ ରାଶିରେ ପ୍ରବେଶ କରିଛନ୍ତି । ସୂର୍ଯ୍ୟ ଏବଂ ବୁଧ ଏକାଠି ହେବା ଦ୍ୱାରା ବୁଦ୍ଧାଦିତ୍ୟ ଯୋଗ ସୃଷ୍ଟି ହୋଇଛି । ବୁଦ୍ଧାଦିତ୍ୟ ଯୋଗକୁ କିଛି ରାଶି ମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଏହି ରାଶିଗୁଡିକ ପାଇଁ ଏହି ସମୟ କୌଣସି ବରଦାନ ଠାରୁ କମ୍ ନୁହେଁ । ଆସନ୍ତୁ ଜାଣିବା, କେଉଁ ରାଶି ମାନଙ୍କ ପାଇଁ ବୁଦ୍ଧାଦିତ୍ୟ ଯୋଗ ଶୁଭ ହେବାକୁ ଯାଉଛି।

ମିଥୁନ ରାଶି:

ମିଥୁନ ରାଶିର ବ୍ୟକ୍ତିମାନଙ୍କୁ ଶୁଭ ଫଳ ପ୍ରାପ୍ତ ହେବ । ଧନ ଲାଭ ହେବ । ଦାମ୍ପତ୍ୟ ଜୀବନରେ ସୁଖ ଅନୁଭବ କରିବେ । କାର୍ଯ୍ୟରେ ସଫଳତା ଯୋଗ ରହିଛି । ଆପଣଙ୍କ କାର୍ଯ୍ୟ ପ୍ରଶଂସିତ ହେବ ।

ତୁଳା ରାଶି:

ତୁଳା ରାଶିର ବ୍ୟକ୍ତି ମାନଙ୍କ ପାଇଁ ଏହି ସମୟ କୌଣସି ବରଦାନ ଠାରୁ କମ୍ ନୁହେଁ । କାର୍ଯ୍ୟ କ୍ଷେତ୍ରରେ ସମସ୍ତେ ଆପଣଙ୍କ ପ୍ରଶଂସା କରିବେ । କାରବାର ଏବଂ ବିନିଯୋଗ ପାଇଁ ସମୟ ଶୁଭ ରହିବ । ଆର୍ଥିକ ପକ୍ଷ ମଜବୁତ ରହିବ ।

ବିଛା ରାଶି:

ବିଛା ରାଶିର ବ୍ୟକ୍ତିମାନଙ୍କ ପାଇଁ ଧନ ଲାଭ ହୋଇପାରେ । କାରବାର ଏବଂ ବିନିଯୋଗରେ ଲାଭ ହେବ । ଜୀବନ ସାଥୀ ସହିତ ସମୟ ଅତିବାହିତ କରିବେ । ନୂତନ ଯାନ କିମ୍ବା ଘର କିଣି ପାରନ୍ତି । କାର୍ଯ୍ୟରେ ସଫଳତା ମିଳିବାର ଯୋଗ ରହିଛି ।

ଧନୁ ରାଶି:

ଧନୁ ରାଶିର ବ୍ୟକ୍ତିମାନଙ୍କ ପାଇଁ ସମୟ ଶୁଭ ରହିଛି । ଚାକିରି ଏବଂ ବ୍ୟବସାୟ କ୍ଷେତ୍ରରେ ଅଗ୍ରଗତିର ସମ୍ଭାବନା ରହିଛି । ଧାର୍ମିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟରେ ଭାଗ ନେବାର ସୁଯୋଗ ମିଳିବ ।

କୁମ୍ଭ ରାଶି:

କୁମ୍ଭ ରାଶିର ବ୍ୟକ୍ତି ମାନଙ୍କର ଭାଗ୍ୟର ସମର୍ଥନ ରହିବ । ଧନ ଲାଭ ହେବ । ମାନ-ସମ୍ମାନ ଏବଂ ପଦ-ପ୍ରତିଷ୍ଠାରେ ବୃଦ୍ଧି ହେବ । ପରିବାରର ସଦସ୍ୟମାନଙ୍କ ସହିତ ସମୟ ଅତିବାହିତ କରିବେ । ଚାକିରି ଏବଂ ବ୍ୟବସାୟ ପାଇଁ ସମୟ ଶୁଭ ରହିବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ