ରାଜ୍ୟ

ମା’ ଶାରଳାଙ୍କ ମନ୍ଦିରରେ ନୂଆ ନିୟମ କାର୍ଯ୍ୟକାରିତାକୁ ନେଇ ଦ୍ବନ୍ଦ୍ବ

ଜଗତସିଂହପୁର : ମାଶାରଳା ମନ୍ଦିରରେ ଶୃଙ୍ଖଳା ରକ୍ଷା ପାଇଁ ନୂଆ ନିୟମ ଜାରି କରାଯାଇଛି। ୨୦ଜଣିଆ କୋର୍ କମିଟିର ପ୍ରତିନିଧିଙ୍କୁ ନେଇ ହୋଇଥିବା ଆଲୋଚନାରେ ୧୮ଟି ପ୍ରସ୍ତାବ ଉପରେ ମୋହର ବାଜିଥିବା କୁହାଯାଇଛି। ଏଥିରେ ଯାତ୍ରୀଙ୍କ ସୁରକ୍ଷା, ମାଙ୍କ ନୀତିକାନ୍ତିରେ ସଂସ୍କାର, ପୀଠର ପବିତ୍ରତା ଓ ପରିବେଶ ସୁରକ୍ଷା ଉପରେ ଗୁରୁତ୍ବ ପ୍ରଦାନ କରାଯାଇଛି। ଏମିତିକି ଏହି ନିୟମ ନ ମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଉଛି। ହେଲେ ଏହାକୁ ହିଁ ନେଇ ବର୍ତ୍ତମାନ କେଁ ସୃଷ୍ଟି ହୋଇଛି। ବାସ୍ତବରେ ଏହି ନିୟମ ଉଲ୍ଲଂଘନକାରୀଙ୍କୁ ଜଗିବ କିଏ ଓ ସେମାନଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ଏହାକୁ ନେଇ ସମସ୍ତେ ଅନ୍ଧାରରେ ଅଛନ୍ତି। ଯାହା ଫଳରେ ଏହି ନିୟମ କାର୍ଯ୍ୟକାରିତାକୁ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି।

ଶାରଳା ମନ୍ଦିରର ନୀତି କେତେ ଦୃଢ଼ ଓ ଏହାର କାର୍ଯ୍ୟକାରୀ କେମିତି ହୁଏ, ଏହା ବୋଧହୁଏ କାହାକୁ ଅଛପା ନାହିଁ। ମନ୍ଦିରର କିଛି ବି ନିୟମ ନାହିଁ ଓ ଏହାକୁ କିଏ ଚଳାଉଛି, ତାହା ମଧ୍ୟ ଜଣାନାହିଁ। ବାସ୍ତବରେ ମନ୍ଦିରରେ କିଛି ବି ସଂସ୍କାର ନାହିଁ। ମନ୍ଦିରରେ ମିଳୁଥିବା ପ୍ରସାଦକୁ ନେଇ ଶ୍ରଦ୍ଧାଳୁମାନେ ପ୍ରଶ୍ନ ଉଠାଇବା ଆରମ୍ଭ କଲେଣି। ଏହା ଉପରେ କଣ ପଦକ୍ଷେପ ନିଆଯାଉଛି। ‌ଭୋଗ ତିଆରି ମାନ ଓ ଦୀପରେ ଦିଆଯାଉଥିବା ଘିଅ ଠିକ୍ ରହୁଛି କି ନାହିଁ, ଏହାର ଯାଞ୍ଚ ମଧ୍ୟ କରାଯାଉ ନାହିଁ। ଛୋଟଛୋଟ ନିୟମ ଓ ପ୍ରଥାକୁ କାର୍ଯ୍ୟକାରୀ କରାଇବା ମନ୍ଦିର ପ୍ରଶାସନ ପାଇଁ ମୁସ୍କିଲ୍‌ ସ୍ଥିତି ସୃଷ୍ଟି କରିଛି। ଏଣୁ କମିଟି ପ୍ରଣୟନ କରିଥିବା ନୂଆ ନିୟମର କାର୍ଯ୍ୟକାରିତାକୁ ନେଇ ସ୍ବାଭାବିକ ଭାବେ ସମସ୍ତଙ୍କ ମନରେ ଟିକିଏ ସନ୍ଦେହ ରହିଛି।

ମାଙ୍କର ପର୍ବପର୍ବାଣୀରେ ବହୁ ବେଆଇନ କାର୍ଯ୍ୟ କରାଯାଉଛି। ନିକଟରେ ଶେଷ ହୋଇଥିବା ଚନ୍ଦନ ଯାତ୍ରାରେ ବହୁ ବିଶୃଙ୍ଖଳା ସୃଷ୍ଟି ହେଲା। ଠିକ୍ ସମୟରେ ଠାକୁରାଣୀ ମନ୍ଦିର ମଧ୍ୟକୁ ପ୍ରବେଶ କରିପାରିଲେ ନାହିଁ। କାହିଁକି ଏମିତି ହେଲା ଓ କାହା ଯୋଗୁଁ ହେଲା, ତାର ତଦନ୍ତ ଆଜି ପର୍ଯ୍ୟନ୍ତ ହେଲାନି। ଜଣେ ହେଲେ ବି ପଣ୍ଡା ଓ ସେବାୟତଙ୍କ ବିରୋଧ‌ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ସତେ ଯେମିତି ଏଠି କେହି କାହାକୁ ମାନିବାକୁ ପ୍ରସ୍ତୁତ ନାହାନ୍ତି। ଏଣୁ, ଏହି ନିୟମକୁ କଡ଼ାକଡ଼ି କରିବା ପାଇଁ ମନ୍ଦିର ପ୍ରଶାସନ କି ପଦକ୍ଷେପ ନେଉଛି, ଏହା ଉପରେ ସମସ୍ତ ନଜର ରହିଛି।

ଅନ୍ୟପଟେ ଏନେଇ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସୌର୍ଯ୍ୟରଂଜନ ପରିଜା କୁହନ୍ତି ଯେ, ଏ ପର୍ଯ୍ୟନ୍ତ ଏହି ନିୟମକୁ ଚୂଡ଼ାନ୍ତ କରାଯାଇ ନାହିଁ। ଏଣୁ ଏନେଇ ସେମିତି କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଏହି ନିୟମଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଦୁଇ ଦୁଇଟି ବୈଠକରେ କମିଟିର ନିଷ୍ପତ୍ତିକୁ ଜିଲ୍ଲାପାଳଙ୍କ ଅନୁମୋଦନ ପାଇଁ ପଠାଯିବ। ସେଠାରେ ଏଥିରେ ମୋହର ବାଜିବା ପରେ ଏନେଇ ସମସ୍ତ ବ୍ୟବସ୍ଥା କରାଯିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।