ଅପରାଧ ରାଜ୍ୟ

ମା ଶାରଳାଙ୍କ ଚନ୍ଦନ ଯାତ୍ରାରେ ଅଘଟଣ: ବାଣ ବିସ୍ଫୋରଣରେ ୧୦ ଆହତ

ତିର୍ତ୍ତୋଲ : ତିର୍ତ୍ତୋଲ ବ୍ଲକ୍‌ କନକପୁର ମା ଶାରଳା ପୀଠରେ ଆୟୋଜିତ ଚନ୍ଦନ ଯାତ୍ରାରେ ଅଘଟଣ ଘଟିଛି। ଯାତ୍ରା ଚାଲିଥିବା ବେଳେ ବାଣ ବିସ୍ଫୋରଣ ଘଟି ୧୦ ଜଣ ଆହତ ହୋଇଛନ୍ତି। ସମସ୍ତେ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ମିଳିଥିଲେ ମଧ୍ୟ ସେମାନଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରି ନାହିଁ। ଆହତଙ୍କ ମଧ୍ୟରେ ୨ଜଣ ପୁଲିସ କର୍ମଚାରୀ ଥିବା ଜଣାପଡ଼ିଛି। ସମସ୍ତ ଆହତଙ୍କୁ ପ୍ରଥମେ ମଣିଜଙ୍ଗା ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ମା ଶାରଳାଙ୍କ ଚନ୍ଦନ ଯାତ୍ରା ଚନ୍ଦନ ପୁଷ୍କରିଣୀରେ ଆୟୋଜିତ ହେଉଥିଲା। ଏହି ଅବସରରେ ପ୍ରତିବର୍ଷ ପରି ବାଣଫୁଟା କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଯାତ୍ରା ଓ ବାଣଫୁଟା ଦେଖିବା ପାଇଁ ପ୍ରାୟ ହଜାରେରୁ ଅଧିକ ଶ୍ରଦ୍ଧାଳୁ ଏକାଠି ହୋଇଥିଲେ। ଏହି ସମୟରେ ବାଣ ଫୁଟିଯାଇ ତାହାର ଅବଶେଷ ବାଣୁଆ ଗଚ୍ଛିତ ରଖିଥିବା ବାଣ ଉପରେ ପଡ଼ିବାରୁ ବଡ଼ ବିସ୍ଫୋରଣ ହୋଇଥିଲା। ମିଳିଥିବା ସୂଚନାନୁସାରେ, ପ୍ରତିବର୍ଷ ବାଣଫୁଟା କାର୍ଯ୍ୟକ୍ରମ ପାଇଁ ସ୍ବୀକୃତିପତ୍ର ଅଣାଯାଇଥାଏ। କିନ୍ତୁ ଏ ବର୍ଷ ଏହା ପାଳନ କରାଯାଇ ଥିଲା ନା ନାହିଁ ଜଣାପଡ଼ି ନାହିଁ। ଦୁର୍ଘଟଣା ସମ୍ପର୍କରେ ଏସ୍‌ଡିପିଓଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ବାଣ ଫୁଟାଇବା ପାଇଁ ସୀକୃତିପତ୍ର ମିଳିଛ ନା ନାହିଁ ସେ ସଂପର୍କରେ ତିର୍ତ୍ତୋଲ ଥାନା ଆଇଆଇସି ଯୁଗଳ କିଶୋର ଦାସଙ୍କୁ ପଚାରିବାରୁ, ମୁଁ ଛୁଟିରେ ଅଛି, ଘଟଣା କଣ ହୋଇଛି ବୁଝୁଛି ବୋଲି କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।