ରାଜ୍ୟ

ମା ମାଣିକେଶ୍ୱରୀ ପୀଠରେ ଲାଗି ହେଲା ନବାନ୍ନ ଭୋଗ

ଭବାନୀପାଟଣାର ମା ମାଣିକେଶ୍ୱରୀ ପୀଠରେ ନବାନ୍ନ ଭୋଗ ଲାଗି ହୋଇଛି। ସର୍ବସାଧାରଣଙ୍କ ନିମନ୍ତେ ସକାଳ ୧୦ଟା ୩୦ ମିନିଟ ଗତେ ଓ ଅପରାହ୍ନ ୧୨ଟା ୩୬ମିନିଟ ମଧ୍ୟେ ନବାନ୍ନ ଭକ୍ଷଣ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି। 

ଭବାନୀପାଟଣା: ଭବାନୀପାଟଣାର ମା ମାଣିକେଶ୍ୱରୀ ପୀଠରେ ନବାନ୍ନ ଭୋଗ ଲାଗି ହୋଇଛି। ସର୍ବସାଧାରଣଙ୍କ ନିମନ୍ତେ ସକାଳ ୧୦ଟା ୩୦ ମିନିଟ ଗତେ ଓ ଅପରାହ୍ନ ୧୨ଟା ୩୬ମିନିଟ ମଧ୍ୟେ ନବାନ୍ନ ଭକ୍ଷଣ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି। 
କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହର, ମଦନପୁର ରାମପୁର, ଲାଞ୍ଜିଗଡ଼, ଥୁଆମୂଳ ରାମପୁର, ଜୟପାଟଣା ସମେତ ଗଡ଼ଜାତ ଅଞ୍ଚଳରେ ଆଜି ନୂଆଁଖାଇ ଅନୁଷ୍ଠିତ ହେଉଛି।  ଭବାନୀପାଟଣା ରାଜବାଟି ସୂତ୍ରରୁ ପ୍ରକାଶ ଯେ, ଆଜି ସେପ୍ଟେମ୍ବର ୧୩ ତାରିଖ ଶୁକ୍ରବାର ଭାଦ୍ରବ ଶୁକ୍ଳପକ୍ଷ ସକାଳ ୮ଟା ୨୫ ରୁ ସକାଳ ୯ଟା୧୫ମିନିଟ ମଧ୍ୟରେ ଭବାନୀପାଟଣା  ମା ମାଣିକେଶ୍ୱରୀ ପୀଠ ରେ ନବାନ୍ନ ଭୋଗ ଲାଗିବା ପାଇଁ ସ୍ଥିର  ହୋଇଥିଲା ଏବଂ କଳାହାଣ୍ଡିବାସୀ କିଛି ଅଞ୍ଚଳରେ ନୂଆ ଖାଇ ସାରିଥିବା ବେଳେ  ଏଥିପାଇଁ ଗଡ଼ଜାତ ଅଞ୍ଚଳରେ ନୂଆଖାଇ ପାଇଁ  ପ୍ରସ୍ତୁତି ହୋଇଛି। କୃଷି ସହ ଜଡ଼ିତ ଥିବାରୁ ଚାଷୀ ମଧ୍ୟ ବେଶ ଉତ୍ସାହିତ। ଚାଷୀଟିଏ ଏହି ଦିନ ନିଜ ଜମିରେ ପୂଜା କରିବା ପରମ୍ପରା ରହିଛି। ପିଲାଠୁ ବୟସ୍କ ସମସ୍ତେ ନୂଆ ପୋଷାକ କିଣିବାରେ ଲାଗିଛନ୍ତି। ଏଥିପାଇଁ  ଭବାନୀପାଟଣା ସହରର କପଡ଼ା ଦେକାନମାନଙ୍କରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। 
ସୂଚନାଯୋଗ୍ୟ, କଳାହାଣ୍ଡି ଜିଲାରେ ପାଞ୍ଚଟି ପର୍ଯ୍ୟାୟରେ ନୂଆଖାଇ ପାଳନ ହେଉଥିବା ବେଳେ ଧର୍ମଗଡ଼ ଉପଖଣ୍ଡ ଆଞ୍ଚଳ ସମେତ ଜିଲ୍ଲାର ପ୍ରାୟ ସ୍ଥାନରେ  ପଞ୍ଚମୀ ତିଥିରେ ପର୍ବ ପାଳନ ହେଇସାରିଛି । ଦଶମୀ ତିଥି ପର୍ଯ୍ୟାୟକ୍ରମେ ଭବାନୀପାଟଣା ସମେତ ଗଡଜାତ ଅଞ୍ଚଳର ଲାଞ୍ଜିଗଡ଼ , ମହୁଲପାଟଣା, କର୍ଲାପାଟ, ମଦନପୁର ରାମପୁର, ଥୁଆମୂଳ ରାମପୁର, ଜୟପାଟଣା ଆଦି ଅଞ୍ଚଳରେ ନୂଆଖାଇ ପାଳନ ହେଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।