କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ମା’ ମଙ୍ଗଳାଙ୍କ ଝାମୁଯାତ୍ରାରେ ଲାଗିଲା କଟକଣା: ଚୈତ୍ର ମାସର ୫ ମଙ୍ଗଳବାରରେ ଶ୍ରଦ୍ଧାଳୁଙ୍କୁ ମନ୍ଦିର ପ୍ରବେଶ ମନା

ପୁରୀ : କାକଟପୁର ମା’ ମଙ୍ଗଳାଙ୍କ ଚୈତ୍ର ପର୍ବ ଓ ଝାମୁଯାତ୍ରା ଉପରେ ଲାଗିଲା କରୋନା କଟକଣା । ଭକ୍ତଙ୍କୁ ମନ୍ଦିର ପ୍ରବେଶ ମନା କରାଯାଇଛି । କୋଭିଡ କଟକଣା ଭିତରେ ମା’ଙ୍କ ନୀତିକାନ୍ତି ସଂପନ୍ନ ହେବ । ପୁରୀ ଜିଲ୍ଲାର ପ୍ରମୁଖ ଶକ୍ତିପୀଠ ଭାବେ ପରିଚିତ କାକଟପୁର ମା’ ମଙ୍ଗଳା ମନ୍ଦିରରେ ଚୈତ୍ର ପର୍ବ ଝାମୁଯାତ୍ରା ଅନୁଷ୍ଠିତ ହୁଏ । ଚଳିତବର୍ଷ ୫ ପାଳି ଯାତ୍ରା ଉପରେ ପ୍ରଶାସନିକ କଟକଣା ଲାଗିଛି । ଚଳିତ ମାସ ୩୦ ତାରିଖ ମଙ୍ଗଳବାର ଦିନ ମା’ଙ୍କ ପ୍ରଥମ ପାଳି ଯାତ୍ରା ଅନୁଷ୍ଠିତ ହେବ । ମା’ଙ୍କ ନୀତିକାନ୍ତି, କୋଭିଡ ନିୟମ ମାନି ସେବାୟତମାନେ ସଂପନ୍ନ କରିବେ । କିନ୍ତୁ ଭକ୍ତମାନଙ୍କୁ ମନ୍ଦିର ପ୍ରବେଶ ଉପରେ ସମ୍ପୂର୍ଣ୍ଣ ବାରଣ କରାଯାଇଛି।

ଆଜି କାକଟପୁର ଡାକବଙ୍ଗଳାଠାରେ ମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଥିବା କାକଟପୁର ତହସିଲଦାର ଚିତ୍ତରଞ୍ଜନ ବେହେରା କହିଛନ୍ତି । ଝାମୁଯାତ୍ରାର ୫ଟି ପାଳିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ହଜାର ହଜାର ଭକ୍ତ ମାଆଙ୍କ ଦର୍ଶନ କରିବାକୁ ଆସିଥାନ୍ତି । ଏବେ ପୁଣି କରୋନା ସଂକ୍ରମଣ ସଂଖ୍ୟା ବଢିବାରୁ ଝାମୁଯାତ୍ରା ଉପରେ କଟକଣା ଲାଗିଛି । ଝାମୁ ଯାତ୍ରାକୁ ଛାଡି ଦେଲେ ଅନ୍ୟ ଦିନମାନଙ୍କରେ ଭକ୍ତମାନେ କରୋନା କଟକଣା ମାନି ମା’ ମଙ୍ଗଳାଙ୍କ ଦର୍ଶନ କରିପାରିବେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,