କଳା ଓ ସଂସ୍କୃତି ରାଜ୍ୟ

ମା’ ଭଦ୍ରକାଳୀଙ୍କ ଜଗଦ୍ଧାତ୍ରୀ ବେଶ, ଚର୍ତୁଭୁଜା ରୂପେ ଦେଲେ ଦର୍ଶନ

ଭଦ୍ରକ, ୦୮/୧୧: କାଳୀପୂଜା ଉପଲକ୍ଷେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶ ଅନୁଷ୍ଠିତ ହେଉଛି । ସପ୍ତମାତୃକା ବେଶର ପଞ୍ଚମ ଦିନରେ ଆଜି ମା’ ଜଗଦ୍ଧାତ୍ରୀ ବେଶ ଧାରଣ କରିଛନ୍ତି । ଜଗଦ୍ଧାତ୍ରୀ ବେଶରେ ମା’ଙ୍କର ଆଜି ବାଘ ବାହନ ଥିବା ବେଳେ ମା’ ନାଲି ପାଟ ବସ୍ତ୍ର ପରିଧାନ କରିଛନ୍ତି ଓ ସ୍ୱର୍ଣ୍ଣ ରୌପ୍ୟ ଅଳଙ୍କାରରେ ଭୂଷିତ ହୋଇଛନ୍ତି ।

ମା’ ହସ୍ତରେ ଶଙ୍ଖ, ଚକ୍ର, ଗଦା,ଖଡ୍ଗ ଧାରଣ କରି ଚର୍ତୁଭୁଜା ମୂର୍ତ୍ତୀରେ ପ୍ରକଟ ହୋଇଛନ୍ତି । ଜଗଦ୍ଧାତ୍ରୀ ବେଶରେ ମା’ଙ୍କୁ ଦର୍ଶନ କଲେ ଭକ୍ତର ମାନସିକ ପୂରଣ ହୁଏ ବୋଲି ଦୃଢ଼ ବିଶ୍ୱାସ ରହିଛି । ଆଦ୍ୟାଶକ୍ତି ମା’ ଭଦ୍ରକାଳୀ ସୃଷ୍ଟିର ସମସ୍ତ ଶକ୍ତିର ଅଧିକାରିଣୀ ଜଗତର ପାଳନକର୍ତ୍ତି । ସମସ୍ତ ଜୀବ ଜଗତ, ପ୍ରାଣୀ ଜଗତ ତଥା ଉଦ୍ଭିଦ ଜଗତ, ଜଳ, ସ୍ଥଳ ସର୍ବତ୍ର ତାଙ୍କର ସତ୍ତା ଉପଲବ୍ଧି ହେଉଛି । ଆସନ୍ତାକାଲି ମା’ ପଦ୍ମାସନା ହଂସ ବାହନରେ ମହାସରସ୍ୱତୀ ବେଶରେ ଦର୍ଶନ ଦେବେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,