କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ମା’ ବାଙ୍କେଶ୍ବରୀଙ୍କ ପୀଠରେ କୋଭିଡ୍ କଟକଣା ଉଲ୍ଲଂଘନ ! ପୂଜାର୍ଚ୍ଚନା ବେଳେ ହଜାର ହଜାର ଭକ୍ତଙ୍କ ସମାଗମ

ଗଞ୍ଜାମ ୨୪।୩: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ବି.ତୁରିବୁଡି ସ୍ଥିତ ମା’ ବାଙ୍କେଶ୍ବରୀଙ୍କ ପୀଠରେ କୋଭିଡ୍ କଟକଣା ଉଲ୍ଲଂଘନ ଅଭିଯୋଗ । ପୂଜାର୍ଚ୍ଚନା ବେଳେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା । ଏଥିସହ ଶତାଧିକ ବୋଦା ବଳି ପଡ଼ିଥିଲା । ଆଉ ସମସ୍ତେ ମସଗୁଲ ହୋଇ ଭୋଜିଭାତ ଖାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ପୁଣି କରୋନା ସଂକ୍ରମଣକୁ ନେଇ ଚିନ୍ତା ବଢୁଥିବା ବେଳେ ଏଭଳି ଦୃଶ୍ୟ ଦେଖିଲେ ଜିଲ୍ଲା ପ୍ରଶାସନର ପଦକ୍ଷେପ ନେଇ ପ୍ରଶ୍ନ ଉଠିଛି ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ବି.ତୁରିବୁଡି ପଞ୍ଚାୟତର ମା’ ବାଙ୍କେଶ୍ବରୀଙ୍କ ପୀଠରେ ମଙ୍ଗଳବାର ପୂଜାର୍ଚ୍ଚନା ବେଳେ ଅସଂଖ୍ୟ ଭକ୍ତଙ୍କ ସମାଗମ ସହ ଶତାଧିକ ଛେଳି ବୋଦା ବଳି ପଡ଼ିଥିଲା । ଆନନ୍ଦରେ ମସଗୁଲ ହୋଇ ଭୋଜିଭାତ ସମସ୍ତେ ଖାଉଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । କୋଭିଡ୍ ସଂକ୍ରମଣ ବଢୁଥିବା ବେଳେ ସମସ୍ତେ ଭୁଲିଯାଇଥିଲେ କଟକଣା । ମା’ଙ୍କ ପୂଜାର୍ଚ୍ଚନା ଏବଂ ପରମ୍ପରା ନୀତିକାନ୍ତିକୁ ବିରୋଧ ନୁହେଁ ବରଂ ଏତେ ସଂଖ୍ୟକ ବଳି ବୋଦା ପଡିବା ବେଳେ ଆମ ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରୁଥିବା ଆଉ ଆମ ସେବାରେ ତପ୍ତର ଥିବା ବ୍ଲକ୍ ଏବଂ ଜିଲ୍ଲା ସ୍ତରୀୟ ପୋଲିସ ପ୍ରଶାସନ କୁଆଡେ ଚୁପ୍ ବସିଥିଲେ ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପଟେ ଏ ଦୃଶ୍ୟ ସାମଗ୍ରିକ ଭାରତ ବର୍ଷ ଆଉ ବିଶ୍ବରେ କରୋନା ଭାଇରସର ସଂକ୍ରମଣ ସ୍ଥିତି ପାଇଁ କଣ ସନ୍ଦେଶ ଦେଉଛି ତାହାକୁ ନେଇ ଏବେ ବୁଦ୍ଧିଜୀବୀ ଏବଂ ସାମାଜିକ କର୍ମୀଙ୍କ ଗହଣରେ ତୀବ୍ର ସମାଲୋଚନା ଜୋର ଧରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,