ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ମା’-ପୁଅକୁ ଦଳିଦେଲା ଦନ୍ତା, ଗୁରୁତର ବାପା ମେଡିକାଲରେ ଭର୍ତ୍ତି

କୁଚିଣ୍ଡା ୨୪।୨: ହାତୀ ଆକ୍ରମଣରେ ମା’ ଓ ପୁଅଙ୍କ ମୃତ୍ୟୁ । ସମ୍ବଲପୁର ଜିଲ୍ଲା ଜମନକିରା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମହଦା ପଞ୍ଚାୟତ ଅଖରାଦାଣ୍ଡ ଗାଁ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ଅବସ୍ଥାରେ ବାପାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲା ମହଦା ପଞ୍ଚାୟତ ଗଡାକୁନା ଗାଁର ପ୍ରଶାନ୍ତ ମୁଣ୍ଡାଙ୍କ ପରିବାର ନିକଟସ୍ଥ ଅଖରାଦାଣ୍ଡ ଗାଁକୁ ଇଟା ଗଢିବା ପାଇଁ ଯାଇଥିଲେ । ସେଠାରେ ସେ ତାଙ୍କ ସ୍ତ୍ରୀ ରିନା ମୁଣ୍ଡା ଓ ୧୦ ବର୍ଷର ପୁଅ ସାହିଦ ମୁଣ୍ଡାଙ୍କୁ ନେଇ ଅସ୍ଥାୟୀ କୁଡିଆ କରି ରହୁଥିଲେ । ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଦନ୍ତା ହାତୀ ସେଠାକୁ ଆସି ଅସ୍ଥାୟୀ କୁଡିଆକୁ ଭାଙ୍ଗିବା ସହ ମା’ ଓ ପୁଅଙ୍କୁ ଦଳି ଦେଇଥିଲା । ଏହାସହ ପ୍ରଶାନ୍ତଙ୍କୁ ମଧ୍ୟ କଚାଡି ଦେଇଥିବା ବେଳେ ତାଙ୍କର ପଞ୍ଜରା ହାଡ ଭାଙ୍ଗିଯାଇଛି । ତାଙ୍କୁ ଚିକିତ୍ସା ପାଇଁ କୁଚିଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ମା’-ପୁଅଙ୍କର ମୃତ୍ୟୁ ହୋଇଛି । ବନବିଭାଗ ଓ କୁଚିଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରୁଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ