ରାଜ୍ୟ ସ୍ପେଶାଲ ରିପୋର୍ଟ

ମା’ ତାରିଣୀଙ୍କ ମାନସିକ ନଡ଼ିଆ ୧୧ଲକ୍ଷ ଟପିଲା: ନିଲାମ ହେଉନି, ନଷ୍ଟ ହେବା ଆଶଙ୍କା

ଘଟଗାଁ: ମାନସିକ ନଡ଼ିଆ କିଣିବା ପାଇଁ ଚୟନ ହୋଇଥିବା ନିଲାମଧାରୀଙ୍କୁ ହଇରାଣ କରି ବିଦା କରିବା ଏବେ ଘଟଗାଁ ମା’ ତାରିଣୀ ମନ୍ଦିର କର୍ତ୍ତୃପକ୍ଷଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ନିଲାମଧାରୀ ଜିତେନ୍ଦ୍ର ନାରାୟଣ ଜେନା ନଡ଼ିଆ ଗୋଟା ୪ ଟଙ୍କା ୬୫ ପଇସାରେ କିଣିବାକୁ ଚୁକ୍ତି କରିଥିଲେ। ସେ ଏହି ପ୍ରକ୍ରିୟାରୁ ହଟିବା ପରେ ଏବେ ନଡ଼ିଆ ଗୋଟା ୩ ଟଙ୍କା ୭୦ ପଇସାରେ କିଣିବାକୁ କେହି ରାଜି ହେଉନାହାନ୍ତି। ଫଳରେ ମା’ ତାରିଣୀ ମନ୍ଦିର ଗୋଦାମ ଗୃହରେ ଗଚ୍ଛିତ ଥିବା ମାନସିକ ନଡ଼ିଆ ସଂଖ୍ୟା ୧୧ ଲକ୍ଷ ପାର୍‌ କରିଥିବା ଜଣାପଡ଼ିଛି। ନିଲାମ ହୋଇପାରୁ ନଥିବାରୁ ନଡ଼ିଆ ସବୁ ପଚି ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି। ଶ୍ରୀ ଜେନା ଟେଣ୍ତର୍‌ରୁ ଓହରିବା ପରେ ମାନସିକ ନଡ଼ିଆ ନେବା ପାଇଁ ଚାରି ଚାରିଥର ଟେଣ୍ତର୍‌ ଡକାଗଲାଣି। ହେଲେ ଏଥିରେ କେହି ଅଂଶଗ୍ରହଣ କରୁନାହାନ୍ତି। ଗତ ୧ ତାରିଖରେ ଦେବୋତ୍ତର କମିସନର୍‌ଙ୍କ ଆଦେଶ ଅନୁଯାୟୀ ନଡ଼ିଆ ଉଠାଇବା ପାଇଁ ଖୋଲା ନିଲାମ ପ୍ରକ୍ରିୟା ହେବ ବୋଲି ନୋଟିସ୍‌ କରାଯାଇଥିଲା। ଆସନ୍ତା ୮ ତାରିଖରେ ନିଲାମ ପାଇଁ ଦିନଧାର୍ଯ୍ୟ କରାଯାଇଛି। କିଛି ସମୟ ପରେ ଏହି ନୋଟିସ୍‌କୁ ଚିରି ଦିଆଯାଇଥିଲା।

ଗଣମାଧ୍ୟମରେ ବିଜ୍ଞାପନ ପ୍ରକାଶ ପାଇଁ ରିଲିଜ୍‌ ଅର୍ଡର୍‌ ଦିଆଯାଇଥିଲା। ପରେ ସନ୍ଧ୍ୟାବେଳକୁ ଉକ୍ତ ରିଲିଜ୍‌ ଅର୍ଡର୍‌କୁ ଫେରାଇ ଅଣାଯାଇଥିଲା। ନଡ଼ିଆ ନିଲାମ ପାଇଁ ଗତକାଲି ପୁଣି ସଂଶୋଧିତ ନୋଟିସ୍‌ ମରାଯାଇଛି। ଆସନ୍ତା ୮ ତାରିଖରେ ନଡ଼ିଆ ଗୋଟା ୪ ଟଙ୍କା ୬୦ ପଇସାରୁ ନିଲାମ ଆରମ୍ଭ ହେବ ବୋଲି ଏଥିରେ ଉଲ୍ଲେଖ ରହିଛି। ସେହିପରି ପୂର୍ବ ନୋଟିସ୍‌ରେ ନିଲାମଧାରୀଙ୍କୁ ୩ ଲକ୍ଷ ୭୦ ହଜାର ଟଙ୍କା ଅମାନତ ରାଶି ଜମା କରିବାକୁ ଉଲ୍ଲେଖ ଥିଲା।
ଗତକାଲିର ସଂଶୋଧିତ ନୋଟିସ୍‌ରେ କୌଣସି ଅମାନତ ରାଶି ଜମା କରିବାକୁ ପଡ଼ିବ ନାହିଁ ବୋଲି ଉଲ୍ଲେଖ ରହିଛି। ସେହିପରି ଅବଧି ସମ୍ପର୍କରେ ମଧ୍ୟ କିଛି ଉଲ୍ଲେଖ ନାହିଁ। କିଛି ଦିନ ତଳେ ମନ୍ଦିର କର୍ତ୍ତୃପକ୍ଷ ନଡ଼ିଆ ଗୋଟା ୩ ଟଙ୍କା ୭୦ ପଇସାରେ ବିକ୍ରି କରିବାକୁ ଟେଣ୍ଡର୍‌ ଆହ୍ବାନ କରିଥିଲେ। କିନ୍ତୁ ଏହାକୁ କିଣିବାକୁ କେହି ରାଜି ହୋ‌ଇନଥିଲେ। ଏବେ ପୁଣି ନଡ଼ିଆ ଗୋଟା ୪ ଟଙ୍କା ୬୦ ପଇସାରୁ ନିଲାମ ଆରମ୍ଭ କରିବାକୁ ନୋଟିସ୍‌ ମରାଯିବା ସହ ବିଜ୍ଞାପନ ଦିଆଯାଇଛି। ୩ ଟଙ୍କା ୭୦ ପଇସାରେ ନଡ଼ିଆ କିଣିବାକୁ ରାଜି ହେଉ ନଥିବା ଲୋକେ କିପରି ୪ ଟଙ୍କା ୬୦ ପଇସା ଦେଇ କିଣିବେ, ତାକୁ ନେଇ ପ୍ରଶ୍ନ ଉଠିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।