ରାଜ୍ୟ ସ୍ୱାସ୍ଥ୍ୟ

ମା ତାରିଣୀଙ୍କ ମନ୍ଦିରରେ କରୋନା କଟକଣା କୋହଳ, ଦର୍ଶନ ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ଘଟଗାଁ ୦୨।୦୩ : ଘଟଗାଁ ମା ତାରିଣୀଙ୍କ ମନ୍ଦିରରେ କୋହଳ ହେଲା କରୋନା କଟକଣା । କେବଳ ମାସ୍କ ପରିଧାନ କରି ଦର୍ଶନ କରିବେ ସମସ୍ତ ଭକ୍ତ । ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରେସ୍‌ମିଟ୍‌ ଜରିଆରେ ସୂଚନା ଦିଆଯାଇଛି ।

ଖବର ଅନୁଯାୟୀ, କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ତାରିଣୀଙ୍କ ଦର୍ଶନ ପାଇଁ କୋହଳ ହୋଇଛି କୋରୋନା କଟକଣା । ଆସନ୍ତା ୦୩ ତାରିଖ ଠାରୁ ସମସ୍ତ ଭକ୍ତ ମାଙ୍କୁ ଦର୍ଶନ କରିପାରିବେ । ପୂର୍ବରୁ ୧୦ ବର୍ଷରୁ କମ୍ ବୟସର ଛୋଟ ଶିଶୁ ଓ ୬୫ ବର୍ଷରୁ ଉର୍ଦ୍ଧ ବୟସ୍କ ବୃଦ୍ଧବଦ୍ଧାମାନେ ମାଙ୍କ ଦର୍ଶନ ପାଇବାରୁ ବଞ୍ଚିତ ରହୁଥିଲେ । କିନ୍ତୁ ଏବେ ସେମାନେ ମଧ୍ୟ ମାଙ୍କୁ ଦର୍ଶନ କରିପାରିବେ । ତା ସହିତ ମାଙ୍କ ନିକଟରେ ଭୋଗ ଲାଗି କରିପାରିବେ । ଦର୍ଶନ ସମୟରେ ସମସ୍ତ ଭକ୍ତ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯିବ ବୋଲି ପ୍ରେସମିଟ୍ ଜରିଆରେ ମନ୍ଦିର ପ୍ରଶାସନ ସୂଚନା ଦେଇଛନ୍ତି |

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ