ଅପରାଧ ରାଜ୍ୟ

ମାହାଙ୍ଗା ଡବଲ ମର୍ଡର ଘଟଣା, କୋର୍ଟରେ ଅପ ଟୁ ଡେଟ୍ କେସ୍‌ ଡାଏରୀ ଦାଖଲ !

ସାଲେପୁର ୨୦।୦୬ : ମାହାଙ୍ଗା ଡବଲ ମର୍ଡର ଘଟଣା। ଜେଏମ୍ଏଫସି କୋର୍ଟଙ୍କ ନିର୍ଦ୍ଦେଶ ମୁତାବିକ ମାହାଙ୍ଗା ଥାନା ପକ୍ଷରୁ ସାଲେପୁର ଏସ୍‌ଡିପିଓ ଅପ ଟୁ ଡେଟ କେସ୍‌ ଡାଏରି ଦାଖଲ କରିଛନ୍ତି । କୋର୍ଟରେ ଏହିସବୁ ଦସ୍ତାବିଜ ଦାଖଲ କରାଯାଇଛି ।

ଖବର ଅନୁଯାୟୀ, ଗତ ୧୩ ଜୁନରେ ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟ କେସ୍‌ ଡାଏରୀ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାସହିତ ତଦନ୍ତରେ କାହିଁକି ବିଳମ୍ବ ହୋଇଛି । ଏହାର କାରଣ ଦର୍ଶାଇଭାକୁ ମାହାଙ୍ଗା ପୋଲିସକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ତେବେ ଧାର୍ଯ୍ୟ ତାରିଖ ମୁତାବକ ମାହାଙ୍ଗା ଡବଲ ମର୍ଡର ଘଟଣାର ବର୍ତ୍ତମାନ ତଦନ୍ତ ଦାୟିତ୍ବରେ ଥିବା ସାଲେପୁର ଏସ୍‌ଡିପିଓ ଆଜି ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟରେ ପହଞ୍ଚିଛନ୍ତି । ତେବେ ମାନ୍ୟବର ଅଦାଲତଙ୍କୁ ରିପୋର୍ଟ କଣ ଦେଇଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। କୋର୍ଟରେ କେସ୍‌ ଡାଏରୀ ଦାଖଲ କରିଥିବା ଅନୁମାନ କରାଯାଉଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।