ଦେଶ ବିଦେଶ ସ୍ୱାସ୍ଥ୍ୟ

ମାସ୍କ ନପିନ୍ଧିଲେ ଗିରଫ ହେବେ, ଜରିମନା ଦେବା ସହ ୮ ଦିନ ରହିପାରନ୍ତି ଜେଲ୍‌ରେ…

ସିରମୌର ୨୮।୧୧: କରୋନା ସଂକ୍ରମଣକୁ ବ୍ରେକ୍ ଦେବା ପାଇଁ ମାସ୍କ ଏକ ଉପଯୋଗୀ ଉପାୟ ବୋଲି କୁହାଯାଉଛି । ମାତ୍ର ଏବେବି ଅଧିକାଂଶ ଲୋକ ମାସ୍କ ନପିନ୍ଧି ବାହାରେ ବୁଲୁଛନ୍ତି । ଦେଶର ବିଭିନ୍ନ ସ୍ଥାନରେ ମାସ୍କ ନପିନ୍ଧିଲେ ୫୦ଟଙ୍କାରୁ ନେଇ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମନା ଦେବାକୁ ପଡୁଛି । ଏମିତିରେ ହିମାଚଳ ପ୍ରଦେଶ ସିରମୌର ଜିଲ୍ଲାରେ ମାସ୍କ ନପିନ୍ଧିଲେ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସିରମୌରର ଏସ୍‌ପି ଶୁକ୍ରବାର ଦିନ କହିଛନ୍ତି ଯେ, କୌଣସି ବ୍ୟକ୍ତି ମାସ୍କ ନପିନ୍ଧିଲେ ତାଙ୍କୁ ବିନା ଓ୍ବାରେଣ୍ଟରେ ଗିରଫ କରାଯାଇପାରେ । ଦୋଷୀ ସାବ୍ୟସ୍ତ ହେଲେ ୮ ଦିନ ପର୍ଯ୍ୟନ୍ତ ଜେଲ୍ ଅଥବା ୫୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମନା ଦେବାକୁ ପଡିପାରେ ।

ଏହା ପୂର୍ବରୁ ହିମାଚଳ ପ୍ରଦେଶ କୁଲ୍ଲୁରେ ଜିଲ୍ଲା ପ୍ରଶାସନ ମଧ୍ୟ ମାସ୍କ ନପିନ୍ଧିଲେ ଦେଉଥିବା ଜରିମନା ରାଶିକୁ ବଢାଇ ଦେଇଛି । ଏଠାରେ ସର୍ବସାଧାରଣ ସ୍ଥାନରେ ବିନା ମାସ୍କରେ ବୁଲିବା ବେଳେ ଧରାପଡିଲେ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମନା ରାଶି ଦେବାକୁ ପଡିବ । ପ୍ରଥମେ ଏହି ଜରିମନା ରାଶି ୧୦୦୦ ଟଙ୍କା ଥିଲା । କୁଲ୍ଲୁ ଜିଲ୍ଲା ପ୍ରଶାସନ କହିଛି ଯେ, ରାଜ୍ୟରେ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ଅନିବାର୍ଯ୍ୟ । ନିର୍ଦ୍ଦେଶ ଅବମାନନା କରିଲେ ୧୦୦୦ଟଙ୍କାର ଜରିମନା ରାଶି ଦେବାକୁ ପଡିପାରେ । ଯାହାକୁ ଏବେ ବଢାଇ ୫୦୦୦ ଟଙ୍କା କରାଯାଇପାରେ ।

ହିମାଚଳ ପ୍ରଦେଶରେ କରୋନା ସଂକ୍ରମଣ ବଢୁଥିବା ବେଳେ ଶୁକ୍ରବାରର ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୬୦୧ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ୧୬୨ ଜଣ ସଂକ୍ରମିତ ହୋଇଥିବା ବେଳେ ୩୧୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ