ରାଜ୍ୟ ସ୍ୱାସ୍ଥ୍ୟ

ମାସକ ଭିତରେ ଆମେ ଭଲ ସ୍ଥିତିରେ ପହଞ୍ଚିବ, ଭିଡ଼ଠୁ ଦୂରେଇ ରହିବା-ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର ୦୮।୦୨ : ଆଗାମୀ ମାସେ ଭିତରେ ଆମ ରାଜ୍ୟ ଭଲ ସ୍ଥିତିରେ ପହଞ୍ଚିବା ଭଳି ଲାଗୁଛି । ଏବେ ରାଜ୍ୟରେ କୋଭିଡ ରୋଗୀଙ୍କ ହସ୍ପିଟାଲ ଲାଇଜେସନ ୮ରୁ ୯ ପ୍ରତିଶତକୁ ଖସି ଆସିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ତୃତୀୟ ଲହର ବେଳେ ଆମ ରାଜ୍ୟରେ ୧୫ % ଶିଶୁ ସଂକ୍ରମିତ ହେବେ ବୋଲି ଆକଳନ କରାଯାଇଥିଲା । ହେଲେ କିଛି ଦିନ ପାଇଁ ଏହା ୧୦ ରୁ ୨୮ %କୁ ବୃଦ୍ଧି ପାଇଥିଲା । ତୃତୀୟ ଲହରରେ ଓଡ଼ିଶାରେ ଜଣେ ୧୨ ଦିନର ଶିଶୁର ବି ମୃତ୍ୟୁ ହୋଇଛି । ମହାମାରୀ ନିୟମ ଅନୁସାରେ ସଂକ୍ରମଣ ବଢିବ କମିବ । ଏହା ଏକ ବାୟୁ ବାହିତ ରୋଗ, ତେଣୁ ଆମେ ସମସ୍ତେ ନିୟମ ମାନିବା । ତେଣୁ ମାସ୍କ ବ୍ୟବହାର ନିହାତି ଦରକାର ।

ସେପଟେ ସ୍କୁଲ ଖୋଲିଲାଣି, ତେଣୁ ଅଭିଭାବଙ୍କ ଦାୟିତ୍ୱ ଲକ୍ଷଣ ଆସିଲେ ବାପ’ ମା ଟେଷ୍ଟ ଓ ଟ୍ରିଟ କରନ୍ତୁ। ଆମେ ଭିଡକୁ ଯିବା ନାହିଁ । ଚତୁର୍ଥ ଲହର ଏବେ ଆସିବା କହି ହେବ ନାହିଁ। ଯେଉଁମାନଙ୍କର ମୃତ୍ୟୁ ହୋଇଛି ସେମାନେ କେଉଁ ଭ୍ୟାରିଏଣ୍ଟରେ ମୃତ୍ୟୁ ବରଣ କରିଛନ୍ତି ତାହା ଜେନମ ସିକ୍ୟେୁନ୍‌ସି କଲେ ଜଣାପଡିବ । ମୃତ୍ୟୁ ଲୋକଙ୍କ ମଧ୍ୟରେ ସିଙ୍ଗଲ ଡୋଜ, ଡବଲ ଡୋଜ ଓ କିଛି ଟୀକା ନେଇ ନଥିବା ଲୋକୋ ବି ଅଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ