ଅପରାଧ ରାଜ୍ୟ

ମାସକରେ ୪୨ ଅପହରଣ: କିଡ୍‌ନାପିଂ ଆଣ୍ଡ୍ ମ୍ୟାନ୍ ମିସିଂ ସେଲ୍ ଦ୍ବାରା ୧୨ ଠାବ

ଭୁବନେଶ୍ବର: ରାତାରାତି ରାଜଧାନୀରୁ ଗାଏବ୍ ହୋଇଯାଉଛନ୍ତି ନାବାଳକ ନାବାଳିକା। ଅନେକ କ୍ଷେତ୍ରରେ ପ୍ରେମଜନିତ ମାମଲା କହି ପୁଲିସ ତଦନ୍ତରେ ଢିଲା ମାରୁଥିବା ବେଳେ ପରିବାରଲୋକ ପୁଅ, ଝିଅକୁ ପାଇବା ଆଶାରେ ସବୁ ଦିନ ଥାନା ଦୁଆରକୁ ଦୌଡ଼ୁଛନ୍ତି। କମିସନରେଟ୍ ପୁଲିସ୍‌ ଦେଇଥିବା ତଥ୍ୟ ଅନୁସାରେ, ଏପ୍ରିଲରେ ରାଜଧାନୀର ବିଭିନ୍ନ ଥାନାରେ ମୋଟ ୪୨ଟି ଅପହରଣ ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ପୁଲିସର କିଡ୍‌ନାପିଂ ଆଣ୍ଡ ମ୍ୟାନ୍‌ ମିସିଂ ସେଲ୍‌ ମାତ୍ର ୧୨ଟି ମାମଲାରେ ଉଭୟ ଅପହର୍ତ୍ତା ଓ ଅପହରଣକାରୀଙ୍କୁ ଠାବ କରିଛି। ଖଣ୍ଡଗିରି ଥାନା ଅଞ୍ଚଳରୁ ସର୍ବାଧିକ ୭ଟି ମାମଲା ରୁଜୁ ହୋଇଥିବା ବେଳେ ଭରତପୁର ଓ ନୂଆପଲ୍ଲୀରେ ୫ଟି ଲେଖାଁଏ ମାମଲା ରୁଜୁ ହୋଇଛି। ପୂର୍ବରୁ ରୁଜୁ ହୋଇଥିବା ଅପହରଣ ମାମଲାକୁ ମିଶାଇ ଏପ୍ରିଲରେ ମୋଟ ୪୨ଟି ଘଟଣାରେ ମୋଟ ୬୫ଜଣଙ୍କୁ ଉଦ୍ଧାର କରାଯାଇଛି।

ଉଲ୍ଲେଖଯୋଗ୍ୟ, ଅଧିକାଂଶ ଘଟଣାରେ ପାରିବାରିକ ଗଣ୍ଡଗୋଳ କିମ୍ବା ପ୍ରେମ ସଂପର୍କକୁ କେନ୍ଦ୍ର କରି ପୁଅ-ଝିଅ ଘର ଛାଡ଼ି ପଳାଉଛନ୍ତି। ବାଳୁତ ସମୟରେ ନିଷ୍ପତ୍ତି ନେବାରେ ତ୍ରୁଟି ରହିଥିବାରୁ ଭୁବନେଶ୍ବର ଡିସିପି ପକ୍ଷରୁ ‘ପ୍ରାରମ୍ଭ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ରମାଦେବୀ ବିଶ୍ବବିଦ୍ୟାଳୟରେ ଏହି ସଚେତନଧର୍ମୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଅପହରଣ ମାମଲାରେ ଅଭିଯୋଗକାରୀଙ୍କୁ ତୁରନ୍ତ ସହଯୋଗ ପ୍ରଦାନ କରିବାକୁ ଜିଲ୍ଲା ପୁଲିସ ପକ୍ଷରୁ ହେଲ୍ପ ଲାଇନ୍ ନମ୍ବର ୦୬୭୪-୨୫୪୫୪୪୫ ଜାରି କରାଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।