ଅଯୋଧ୍ୟା: ଜାନୁଆରି ୨୨ ତାରିଖରେ ଅଯୋଧ୍ୟାରେ ରାମମନ୍ଦିର ପ୍ରତିଷ୍ଠା ହୋଇଥିଲା। ପ୍ରାୟ ଏକ ମାସ ମଧ୍ୟରେ ମନ୍ଦିରକୁ ପ୍ରତ୍ୟକ୍ଷ ଭାବେ ୨୫ କୋଟି ଟଙ୍କାର ଦାନ ମିଳିଛି। ରାମ ମନ୍ଦିର ଟ୍ରଷ୍ଟର ଅଧିକାରୀ ପ୍ରକାଶ ଗୁପ୍ତା କହିଛନ୍ତି ଯେ ଦାନଗୁଡ଼ିକ ମଧ୍ୟରେ ଚେକ୍, ଡ୍ରାଫ୍ଟ, ନଗଦ ଟଙ୍କା ସହ ୨୫ କିଲୋଗ୍ରାମ ସୁନା ଓ ରୁପା ଅଳଙ୍କାର ରହିଛି। ଦାନରେ ମିଳୁଥିବା ନଗଦ ରାଶିର ଗଣନା ପାଇଁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ସ୍ବୟଂକ୍ରିୟ ଟେଲର ମେସିନ୍ ଲଗାଯାଇଛି। ତେବେ ଅନ୍ଲାଇନରେ ଟ୍ରଷ୍ଟର ବ୍ୟାଙ୍କ ଖାତାରେ କେତେ ଟଙ୍କା ଜମାହୋଇଛି ତାହା ଜଣାପଡ଼ିନାହିଁ। ସୂଚନାଯୋଗ୍ୟ, ଜାନୁଆରି ୨୨ରୁ ଫେବ୍ରୁଆରି ୨୫ ତାରିଖ ମଧ୍ୟରେ ରାମମନ୍ଦିରରେ ୬୦ଲକ୍ଷ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ସମାଗମ ହୋଇଛି। ରାମ ନବମୀରେ ୫୦ ଲକ୍ଷ ଭକ୍ତଙ୍କ ସମାଗମ ହେବା ସମ୍ଭାବନା ରହିଛି।
ମାସକରେ ରାମମନ୍ଦିରକୁ ୨୫ କୋଟି ଦାନ