କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ

ମାଷ୍ଟର କ୍ୟାଣ୍ଟିନ ଛକରୁ ପୁଲିସର ପିକେଟିଂ, ବିଭିନ୍ନ ସ୍ଥାନରେ ଚଢାଉ

ଭୁବନେଶ୍ବର: ଆଜି ରଙ୍ଗର ପର୍ବ ହୋଲି। ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆଜି ଲୋକମାନେ ହୋଲି ପାଳନ କରୁଥିବା ଦେଖିବାକୁ ମିଳିଛି । ତେବେ ଏସବୁ ଭିତରେ ମାଷ୍ଟର କ୍ୟାଣ୍ଟିନ ଛକରୁ ପିକେଟିଂ ଆରମ୍ଭ କରିଛି ପୁଲିସ । ଡିସିପି, ଏଡିପିସି, ଏସିପି, ଆଇଆଇସି ଓ ଷ୍ଟ୍ରାଇକିଙ୍ଗ ଫୋର୍ସକୁ ନେଇ ପିକେଟିଂ କରୁଛି ପୁଲିସ । ଅମାନିଆଙ୍କୁ ସାବାଡ଼ କରିବା ସହ ଲୋକଙ୍କୁ ସଚେତନ କରାଯାଉଛି । କେବଳ ସେତିକି ନୁହେଁ ଘର ଭିତରେ ରହି ହୋଲି ଖେଳିବାକୁ ପରାମର୍ଶ ଦେଉଛନ୍ତି ପୁଲିସ ।

ଏଥର କୋଭିଡ କଟକଣା ଭିତରେ ହୋଲି ପାଳନ ହେଉଛି । ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବା ଉପରେ କଟକଣା ଜାରି କରାଯାଇଛି । କେବଳ ଘର ଭିତରେ ରହି ହୋଲି ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଛି। ଅର୍ଥାତ ପରିବାର ଭିତରେ ରୁହନ୍ତୁ ଓ ଆଉ ନିରାପଦରେ ହୋଲି ପାଳନ କରନ୍ତୁ। ରାଜଧାନୀରେ ହୋଲି ପାଳନ ବେଳେ କଡ଼ା ନଜର ରଖିବାକୁ ନିଷ୍ପତ୍ତି କରିଛି କମିସନରେଟ ପୁଲିସ, ଯାହାର ପ୍ରଭାବ ଆଜି ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି। ଆଜି ସକାଳେ ରାଜଧାନୀ ଭୁବନେଶ୍ୱର ରାସ୍ତାଘାଟ ଖାଲି ଖାଲି ଦେଖାଯାଉଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,