ଅପରାଧ ରାଜ୍ୟ

ମାଷ୍ଟରମାଇଣ୍ଡ ଗିରଫ, ଚିଙ୍ଗୁଡି ଚାଷୀଙ୍କୁ ଟାର୍ଗେଟ କରି ଠକିଥିଲେ ଲକ୍ଷାଧିକ ଟଙ୍କା

ଚାନ୍ଦବାଲି ୧୮।୦୯: ମାଷ୍ଟରମାଇଣ୍ଡ ଗିରଫ । ଭଦ୍ରକ ଜିଲ୍ଲାର ୫ଟି ଥାନା ଅଧିନରେ ସାଇବର ଠକେଇ ରାକେଟ୍ ଚଳାଉଥିବା ମାଷ୍ଟରମାଇଣ୍ଡ୍ ଗିରଫ ହୋଇଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ସ୍ମୃତିରଂଜନ ବିଶ୍ୱାଳ। ଚିଙ୍ଗୁଡ଼ି ଚାଷୀଙ୍କୁ ଟାର୍ଗେଟ୍ କରି ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ ସ୍ମୃତିରଞ୍ଜନ ଓ ତାଙ୍କର ସହଯୋଗୀ।

ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲାରେ ଚିଙ୍ଗୁଡ଼ି ଖାଦ୍ୟ କମ୍ ଦାମରେ ଦେବା ପାଇଁ ଚିଙ୍ଗୁଡ଼ି ଚାଷୀଙ୍କ ଫୋନ ନମ୍ବର ନେଇ ଯୋଗାଯୋଗ କରିଥିଲେ ମାଷ୍ଟରମାଇଣ୍ଡ୍ ଠକ ଓ ତାଙ୍କର ସହଯୋଗୀ । ଚିଙ୍ଗୁଡ଼ି ଚାଷୀଙ୍କୁ ଡ଼ାକି ଗାଡ଼ିରେ ଖାଦ୍ୟ ଲୋଡ କରିବା ପରେ ଟଙ୍କା ଏକ ନିର୍ଦ୍ଧିଷ୍ଟ ନମ୍ବରରେ ଜମା କରିବା ପାଇଁ ମଧ୍ୟ କହିଥାନ୍ତି । ତେବେ ଗ୍ରାହକମାନେ ଟଙ୍କା ଜମା କରିବା ପରେ ମୋବାଇଲ ସୁଇଚ ଅଫ କରିବା ସହ ଗାଡ଼ିରୁ ଖାଦ୍ୟ ଅନଲୋଡ କରି ନିଅନ୍ତି ଠକମାନେ। ଏମିତି କରି ଭଦ୍ରକ ଜିଲ୍ଲାରେ ୫ଟି ଥାନା ଅଧୀନରେ ବହୁ ଚିଙ୍ଗୁଡ଼ି ଚାଷୀଙ୍କୁ ଠକି ଚାଲିଥିଲେ । ଏଥିନେଇ ଚିଙ୍ଗୁଡ଼ି ଚାଷୀ ହରିହର ଜେନା ୧ ଲକ୍ଷ ୯ ହଜାର ଟଙ୍କାର ଠକେଇରେ ଶିକାର ହେବା ପରେ ଧାମରା ମେରାଇନ ଥାନାରେ ଅଭିଯୋଗ କରିଥିଲେ। ସେହିପରି ଚାଷୀ ଅମୂଲ୍ୟ ସାହୁ ୧ ଲକ୍ଷ ୫୭ ହଜାର ଟଙ୍କା ଠକେଇରେ ଶିକାର ହୋଇ ଧାମରା ଥାନାରେ ଅଭିଯୋଗ କରିଥିଲେ । ଚାନ୍ଦବାଲି ପୋଲିସ ଉପଖଣ୍ଡ ଆରକ୍ଷୀଙ୍କ ନିର୍ଦ୍ଦେଶରେ ଏହି କାରବାରରେ ସହଯୋଗୀ ମଙ୍ଗରାଜ ଦାସଙ୍କୁ ପୂର୍ବରୁ ହତ୍ୟା ଅଭିଯୋଗ ଏବେ ଠକେଇ ଅଭିଯୋଗରେ ଗିରଫ କରାଯିବା ସହ ମାଷ୍ଟରମାଇଣ୍ଡ୍ ସ୍ମୃତିରଂଜନ ବିଶ୍ୱାଳଙ୍କୁ ପୋଲିସ ଗରିଫ କରି କୋର୍ଟ ଚାଲାଣ କରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।