ଅପରାଧ ରାଜ୍ୟ

ମାଲ୍‌କାନଗିରିରେ କିଡ୍‌ନୀ ବିକ୍ରି ଘଟଣା, ଅଭିଯୁକ୍ତ ସ୍ୱାମୀକୁ ଗିରଫ କଲା ପୋଲିସ

ମାଲକାନଗିରି ୦୪।୦୯: ମାଲକାନଗିରି ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା କିଡନୀ ବିକ୍ରି ଘଟଣାରେ ଆକ୍ସନ । ମାଲକାନଗିରି ଆଦର୍ଶ ଥାନା ପୋଲିସ ଅଭିଯୁକ୍ତ ସ୍ବାମୀ ପ୍ରଶାନ୍ତ କୁଣ୍ଡୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଖବର ଅନୁଯାୟୀ, କୋତାମେଟା ଗାଁର ରଞ୍ଜିତା କୁଣ୍ଡୁ ନାମକ ଜଣେ ବିବାହିତ ମହିଳାଙ୍କ କିଡନି ତାଙ୍କ ସ୍ବାମୀ ବିକ୍ରି କରି ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲେ । ପରେ ଜିଲ୍ଲା ସଦର ଚିକିତ୍ସାଳୟରେ ରଞ୍ଜିତା କୁଣ୍ଡୁଙ୍କୁ ଡାକ୍ତରୀ ପରୀକ୍ଷା କରାଯିବା ସହ ଘଟଣାର ତଦନ୍ତ କରି ପୋଲିସ ଅଭିଯୁକ୍ତ ପ୍ରଶାନ୍ତ କୁଣ୍ଡୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ୨୦୧୦ ମସିହାରେ ପ୍ରଶାନ୍ତ ଓ ରଞ୍ଜିତାଙ୍କ ପ୍ରେମ ବିବାହ ହୋଇଥିଲା । ହେଲେ ୨୦୧୮ ମସିହାରେ ରଞ୍ଜିତାଙ୍କ ଚିକିତ୍ସା କରିବା କଥା କହି ସ୍ବାମୀ ପ୍ରଶାନ୍ତ ତାଙ୍କୁ ନେଇ ଭୁବନେଶ୍ବର ନେଇ ଏକ ଘରୋଇ ହସ୍ପିଟାଲକୁ ନେଇ ତାଙ୍କର ଗୋଟିଏ କିଡନି ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।