ଅପରାଧ ରାଜ୍ୟ

ମାଲଗୋଦାମରୁ ପୁଣି ନକଲି ମସଲା କମ୍ପାନି ଠାବ: ୫ କ୍ବିଣ୍ଟାଲରୁ ଅଧିକ ନକଲି ହଳଦୀ, ଲଙ୍କା ଓ ଜିରା ଗୁଣ୍ତ ଜବତ

କଟକ: ମାଲଗୋଦାମ୍‌ର ପୁରୁଣା ଡକୟାର୍ଡରେ ଜବର ଦଖଲ ଉଚ୍ଛେଦ ଚାଲିଥିବା ବେଳେ ସେଠାରେ ଏକ ନକଲି ମସଲା କମ୍ପାନିର ଗୋଦାମକୁ ଠାବ କରାଯାଇଛି। ସିଏମ୍‌ସି ଓ ପୁଲିସ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ଚାଲିଥିବା ବେଳେ ତାହାକୁ ବନ୍ଦ କରି ଏହି ଗୋଦାମ ଉପରେ ଚଢଉ କରାଯାଇଥିଲା। ଏଥିରେ ସିଏମସି ସ୍ବାସ୍ଥ୍ୟ ବିଭାଗ ସାମିଲ ହୋଇଥିଲା। ଏହି କାରବାରରେ ସଂପୃକ୍ତ ବ୍ୟବସାୟୀ ବ୍ରହ୍ମପୁରର ବି ପାଣ୍ତବ ପାତ୍ରଙ୍କ ଗୋଦାମରୁ ୫ କୁଇଣ୍ଟାଲରୁ ଅଧିକ ହଳଦୀ, ଜିରା, ଲଙ୍କା ଗୁଣ୍ତ ଜବତ କରାଯାଇ ନମୁନାଗୁଡିକୁ ପରୀକ୍ଷା ପାଇଁ ଲାବୋରେଟୋରିକୁ ପଠା ଯାଇଛି। ଏହି ଗୋଦାମକୁ ସିଲ୍‌ କରି ଦିଆଯାଇଛି।

ସୂଚନା ଅନୁଯାୟୀ ମାଲଗୋଦାମର ପୁରୁଣା ଡକୟାର୍ଡରେ ୧୫ରୁ ୨୦ ପରିବାର ଦୀର୍ଘ ଦିନ ଧରି ଜବର ଦଖଲ କରି ରହୁଥିଲେ। ସେମାନଙ୍କୁ ବାରମ୍ବାର ନୋଟିସ୍‌ ଦିଆଯିବା ପରେ ବି ସେମାନେ ନ ହଟିବାରୁ ଆଜି ଡେପୁଟି କମିସନର ତ୍ରିଶୂଲ ମାର୍ଦ୍ଦିଙ୍କ ନେତୃତ୍ବରେ, ପ୍ରଫୁଲ୍ଲ ମଙ୍ଗଲ, ସିଏମସି ଏନଫୋର୍ସମେଣ୍ଟ ଟିମ୍ ସହ ସିଡିଇଏଫର ଦୁଇଟି ଦଳ ଓ ସ୍ଥାନୀୟ ପୁଲିସ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ସମୟରେ ନକଲି ମସଲା କାରବାର କରୁଥିବା ପାଣ୍ତବ ପାତ୍ର ସେଠାରେ ସନ୍ଦେହଜନକ ଭାବେ ବୁଲୁଥିବାରୁ ପୁଲିସ ତାଙ୍କୁ ଧରି ନେଇ ଜେରା କରିଥିଲା। ଫଳରେ ତାଙ୍କ ଠାରୁ ନକଲି ମସଲା ଗୋଦାମ ସଂପର୍କରେ ତଥ୍ୟ ମିଳିଥିଲା। ପରେ ସିଏମସିର ସିଟି ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ବରେ ଖାଦ୍ୟ ସୁରକ୍ଷା ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିଲେ। ଏହି ଚଢଉରେ ଖାଦ୍ୟ ମାନ ନିରୂପଣ ଅଧିକାରୀ ରଶ୍ମିତା ବେହେରା ସହଯୋଗ କରିଥିଲେ।

ସୂଚନାଯୋଗ୍ୟ ଯେ ପୂର୍ବରୁ ବି ଏକାଧିକ ଘଟଣାରେ ମାଲଗୋଦାମରୁ ନକଲି ମସଲା ସାମଗ୍ରୀ ଜବତ ହୋଇଛି। କିନ୍ତୁ ଏଭଳି ଜବତ ଓ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ପରେ ପରବର୍ତ୍ତୀ ପର୍ଯ୍ୟାୟରେ ନକଲି କାରବାର ରୋକିବାକୁ କୌଣସି ଦୃଢ ପଦକ୍ଷେପ ନିଆଯାଉ ନଥିବାରୁ ନକଲି ସାମଗ୍ରୀ କାରବାର କମିବା ବଦଳରେ ବଢି ଚାଲିଛି। ପୂର୍ବରୁ କଟକ​ରେ ନକଲି ମସଲା ସାମଗ୍ରୀ ସମେତ ନକଲି ସିମେଣ୍ଟ, ନକଲି ରଙ୍ଗ, ନକଲି ଔଷଧ, ନକଲି ତେଲ, ନକଲି ଗଙ୍ଗା ଜଳ ସମେତ ନକଲି ପୂଜା ସାମଗ୍ରୀ କାରବାର ବି ଧରା ପଡିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।