ରାଜ୍ୟ

ମାଲକାନଗିରି ବିଧାନସଭା: ମୁହାଁମୁହିଁ ହେବେ ପୁରୁଣା ମୁହଁ

ମାଲକାନଗିରି: ବିଜେଡି-ବିଜେପି ମେଣ୍ଟକୁ ନେଇ ଓଡ଼ିଶା ପଡ଼ୁଛି ଉଠୁଛି। ଗୋଟିଏ ପକ୍ଷ ମେଣ୍ଟ ସପକ୍ଷରେ ମତ ଦେଉଥିବା ବେଳେ ଅନ୍ୟପକ୍ଷର ମତ ଅଲଗା। ଏପରିସ୍ଥଳେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ମାଲକାନଗିରି ଚିତ୍ରକୁ ନିରେଖି ଦେଖିବା ପରେ ଭିନ୍ନ ଏକ ମତ ରଖୁଛନ୍ତି। ସେମାନଙ୍କ ଆକଳନ ହେଉଛି- ପ୍ରମୁଖ ରାଜନୈତିକ ଦଳର ଏଠାରେ ନିଜସ୍ବ ଭୋଟର ଅଛନ୍ତି। ମେଣ୍ଟ ନହେଲେ ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରେ ତ୍ରିମୁଖୀ ଲଢ଼େଇ ହେବା ନିଶ୍ଚିତ ଏବଂ କଡ଼ା ଟକ୍କର ହେବ। ଅନ୍ୟଥା ମେଣ୍ଟ ପ୍ରାର୍ଥୀଙ୍କ ବିରୋଧରେ କଂଗ୍ରେସ ବଡ଼ ଲଢ଼େଇ ଦେବ। ମେଣ୍ଟ ଚର୍ଚ୍ଚା ଯୋଗୁଁ ବିଜେଡି ଓ ବିଜେପି ଶିବିର ଦ୍ବନ୍ଦ୍ବରେ ରହିଥିଲେ ସୁଦ୍ଧା ଗ୍ରାମାଞ୍ଚଳରେ ଦୁଇ ଦଳ ପକ୍ଷରୁ ପ୍ରଚାର ଚାଲିଛି। କ୍ରମାଗତ ଦୁଇଟି ନିର୍ବାଚନରେ କଂଗ୍ରେସ ଦ୍ବିତୀୟ ସ୍ଥାନରେ ରହିଥିବାରୁ ଏଥର ନିର୍ବାଚନରେ ବଡ଼ ଓଲଟପାଲଟ କରିବା ଲକ୍ଷ୍ୟରେ ଅଛନ୍ତି ଦଳର ନେତା। ଦଳର ପ୍ରାର୍ଥୀ ମଧ୍ୟ ଏକପ୍ରକାର ଚୂଡ଼ାନ୍ତ ହୋଇସାରିଥିବା କୁହାଯାଉଛି। ପୂର୍ବତନ କାଲିମେଳା ପଞ୍ଚାୟତ ସମିତି ଅଧ୍ୟକ୍ଷ ମାଲା ମାଢ଼ି ହିଁ ତୃତୀୟ ଥର ପାଇଁ କଂଗ୍ରେସ ପ୍ରାର୍ଥୀ ହେବେ ବୋଲି ତାଙ୍କ ସମର୍ଥକ କହୁଛନ୍ତି।

ଅନ୍ୟପଟେ ବିଜେଡିରୁ ପୂର୍ବତନ ବିଧାୟକ ମାନସ ମାଡ଼କାମୀଙ୍କୁ ଦଳ ସୁଯୋଗ ଦେଇପାରେ। ଦଳ ଯଦି ନୂଆ ମୁହଁ କଥା ବିଚାର କରୁଛି ତେବେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡ଼ବା ରାବା ବିଜେଡି ପ୍ରାର୍ଥୀ ହୋଇପାରନ୍ତି। ବିଜେପି ଏଠାରୁ କାହାକୁ ପ୍ରାର୍ଥୀ କରିବ ଅସ୍ପଷ୍ଟ ରହିଛି। ବର୍ତ୍ତମାନର ବିଧାୟକ ଆଦିତ୍ୟ ମାଢ଼ି ସ୍ବାସ୍ଥ୍ୟଗତ କାରଣରୁ ନିର୍ବାଚନ ଲଢ଼ିବା ସମ୍ଭାବନା କମ। ଏମିତି ସ୍ଥିତିରେ କିଛି ଦିନ ତଳେ ହିଁ ପୂର୍ବତନ ବିଧାୟକ ମୁକୁନ୍ଦ ସୋଡ଼ି ବିଜେପିରେ ଯୋଗ ଦେଇଛନ୍ତି। ତେଣୁ ପୂର୍ବ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ବିଜେପି ତାଙ୍କୁ ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।