ରାଜ୍ୟ

ମାଲକାନଗିରି ଜିଲ୍ଲା କାରାଗାରରେ କ୍ଷମତାଠାରୁ ଅଧିକ ଅନ୍ତେବାସୀ; ୬୫୦ କଏଦୀଙ୍କ ପାଇଁ ୧୨ କାରାରକ୍ଷୀ

ମାଲକାନଗିରି: ଜେଲ ନା ଶୁଣିଲେ କାହାକୁ ବା ଡର ନଲାଗେ। କିନ୍ତୁ ଜେଲରୁ ବାହାରିବା ବ୍ୟକ୍ତିଙ୍କୁ ଉପଯୁକ୍ତ ସମ୍ମାନ ମିଳିବା ଆବଶ୍ୟକତା ରହିଛି। ଅନ୍ତେବାସୀ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ କଳା ଓ କୌଶଳର ଶିକ୍ଷା ଆବଶ୍ୟକତା ରହିଛି। କିନ୍ତୁ ନିଜେ ରୋଜଗାର ‌ହୋଇ ଆତ୍ମନିର୍ଭରଶୀଳ ହେବା ପାଇଁ କାରାଗାରରେ କୌଣସି ସୁବିଧା ନାହିଁ। ଯେଉଁଠି ଅନ୍ତେବାସୀ ରହିବା ପାଇଁ ଜାଗା ଅଣ୍ଟୁନି ସେଠାରେ ଧନ୍ଦାମୂଳକ ଶିକ୍ଷା ମିଳିବ କେଉଁଠି। ମାଲକାନଗିରି ଜିଲ୍ଲ କାରାଗାରରେ ଆବଶ୍ୟକତା ଠାରୁ ଅଧିକ ଅନ୍ତେବାସୀ ରହିଥିବାର ଦେଖିବାକୁ ମିଳିଛି। ଏଠି ଜାଗା ଅଭାବରୁ ଅନ୍ତେବାସୀଙ୍କୁ କୋରାପୁଟ ଓ ରାୟଗଡା ଜିଲ୍ଲାରେ ଥିବା କାରାଗାରକୁ ପଠାଇବାକୁ ପଡୁଛି। ଏଥିସହ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ମଧ୍ୟ ମୋଟ ୧୨ ଜଣ କାରାରକ୍ଷୀ ରହିଛନ୍ତି।

ସୂଚନାଯୋଗ୍ୟ, ୧୯୬୦ ମସିହାରୁ ମାଲକାନଗିରି ଉପକାରାଗାର ଆରମ୍ଭ ହୋଇଛି। ସେଠାରେ ୬୨୪ ଜଣ ଅନ୍ତେବାସୀ ରହିବା ପାଇଁ ବ୍ୟବସ୍ଥା ରହିଛି। କିନ୍ତୁ କାରାଗାରରେ ୬୫୦ ଜଣ ଅନ୍ତେବାସୀ ରହୁଛନ୍ତି। କାରାଗାରରେ ମୋଟ ୨୦ଟି ୱାର୍ଡ ସହିତ ୫ଟି ସେଲ୍ ରହିଛି। ମହିଳା ୱାର୍ଡରେ ୧୦ ଜଣ ଅନ୍ତେବାସୀ ରହିଥିବା ବେଳେ ପୁରୁଷ ୱାର୍ଡରେ ୬୪୦ ଜଣ ଅନ୍ତେବାସୀ ରହିଛନ୍ତି। ୬୪୦ ଜଣ ପୁରୁଷ ମଧ୍ୟରୁ ୧୧ ଜଣ କଏଦୀ ହୋଇଥିବା ବେଳେ ୬୨୯ ଜଣ ବିଚାରଧୀନ କଏଦୀ ଅଟନ୍ତି। ଏହି କାରାଗାରେ ଜାଗା ଅଭାବ ରହିଥିବା ବେଳେ ଏଠିକାର ଅନ୍ତେବାସୀମାଙ୍କୁ ନେଇ କୋରାପୁଟ ଜିଲ୍ଲାର କୋଟପାଡ ଓ ରାୟଗଡା ଜିଲ୍ଲାର ବିଷମକଟକ କାରଗାରରେ ରଖାଯାଇଛି। ମାଲକାନଗିରି କାରାଗାରରେ ଖେଳକୁଦ କରିବା ପାଇଁ ଉପଯୁକ୍ତ ଜାଗା ମଧ୍ୟ ଅଭାବ ରହିଛି। ଏଥିସହ ଅନ୍ତେବାସୀମାନେ କୌଣସି ଧନ୍ଦାମୂଳକ କାର୍ଯ୍ୟ କରିବା ପାଇଁ ମଧ୍ୟ ସୁଯୋଗ ପାଇପାରୁ ନାହାନ୍ତି। ମାଲକାନଗିରି କାରାଗାରରେ କାରାପାଳ, ଉପ କାରାପାଳ, ଫାର୍ମାସିଷ୍ଟ, ଡାକ୍ତର, ଝାଡୁଦାର ଓ ଡ୍ରାଇଭର ଜଣେ ଲେଖାଏଁ ରହିଛନ୍ତି। ଅନ୍ତେବାସୀଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ୧୦ ଜଣ କାରାରକ୍ଷୀ ରହିଛନ୍ତି। ସେଥିରେ ୨ ଜଣ ମହିଳା ଓ ୮ ଜଣ ପୁରୁଣ ଅଟନ୍ତି। ଏହି ୧୦ ଜଣ କାରାରକ୍ଷୀକୁ ପରିଚାଳନା କରିବା ପାଇଁ ୩ ଜଣ ମୁଖ୍ୟ କାରାରକ୍ଷୀ ଆବଶ୍ୟତକା ରହିଥିବା ବେଳେ ୨ ଜଣ ରହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।