ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ମାଲକାନଗିରିରେ କରୋନା କଟକଣା କଡାକଡି : ଦୋକାନୀ ଓ ଗ୍ରାହକ ପିନ୍ଧିବେ ମାସ୍କ, ସାମାଜିକ ଦୂରତା ପାଇଁ ବନ୍ଧାଗଲା ରେଡ୍ ରିବନ୍

ମାଲକାନଗିରି ୩।୪: ମାଲକାନଗିରି ଜିଲ୍ଲାକୁ ପୁଣି ଫେରିଲା କରୋନା କଟକଣା । ପୋଡଶୀ ରାଜ୍ୟ ଛତିଶଗଡରେ କରୋନାର ନୂଆ ଟ୍ରେଣ୍ଡ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ମାଲକାନଗିରି ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛନ୍ତି । ସୁକୁମା-ମାଲକାନଗିରି ସୀମାରେ ଲୋକଙ୍କୁ ଯାଞ୍ଚ କରାଯାଇ ଜିଲ୍ଲା ଭିତରେ ପ୍ରବେଶ କରିବା ଲାଗି ଅନୁମତି ଦିଆଯାଉଛି ।

ଜିଲ୍ଲା ପ୍ରଶାସନର ନୂତନ ନିୟମ ଅନୁଯାଇ ପ୍ରତ୍ୟେକ ଦୋକାନୀ ଓ ଗ୍ରାହକ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ପ୍ରତ୍ୟେକ ଦୋକାନ ସମ୍ମୁଖରେ ଜିଲ୍ଲା ପ୍ରଶାସନ ତରଫରୁ ରେଡ୍ ରିବନ୍ ଲଗାଯାଇ ଲୋକଙ୍କୁ ସାମାଜିକ ଦୂରତା ବଜାୟ ରଖିବା ଲାଗି ପରାମର୍ଶ ଦିଆଯାଇଛି । ବ୍ୟବସାୟୀ ପ୍ରତିଷ୍ଠାନରେ ହ୍ୟାଣ୍ଡୱାସ୍ ଓ ସାନିଟାଇଜର ରଖିବାକୁ ଲାଗି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଧାର୍ମିକ ଅନୁଷ୍ଠାନ, ହୋଟେଲ ଓ ରେଷ୍ଟୁରାଣ୍ଟରେ ସାମାଜିକ ଦୂରତା ବଜାୟ ରଖିବା ଲାଗି ମଧ୍ୟ ନିର୍ଦ୍ଦେଶ ରହିଛି । ଏସବୁ ନିୟମର ଖିଲାପ କରୁଥିବା ଲୋକଙ୍କଠାରୁ ଜିଲ୍ଲା ପ୍ରଶାସନ ୫୦୦ ରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମନା ଆଦାୟ କରୁଛନ୍ତି । ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଛି । ରାଜ୍ୟରେ କରୋନାର ନୂତନ ଟ୍ରେଣ୍ଡ ଆରମ୍ଭ ହେବା ପରେ ମାଲକାନଗିରି ଜିଲ୍ଲା ପ୍ରଶାସନ ଏପରି ସତର୍କତାମୂଳକ ପଦକ୍ଷେପ ନେଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ