ଅପରାଧ ରାଜ୍ୟ

ମା’ର ଭୁଲ୍‌ ନାଁ ପାଇଁ ଚାଲିଗଲା ପୁଅ! ବିଜୁ ସ୍ବାସ୍ଥ୍ୟକାର୍ଡରେ ମିଳିଲାନି ଚିକିତ୍ସା

ଲାଞ୍ଜିଗଡ଼ : କଳହାଣ୍ଡି ଜିଲ୍ଲାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିବା ଖବର ନୂଆ ନୁହେଁ। ଗତ ଗୁରୁବାର ଦିନ ଚିକିତ୍ସା ସୁବିଧା ପାଇନଥିଲେ ଜଣେ ମହିଳା। ଯାଆଁଳା ଶିଶୁ ଜନ୍ମଦେଇ ପ୍ରାଣ ହରାଇଥିଲେ। ଶୁକ୍ରବାର ଦିନ ଆଉ ଏକ ଉଦ୍‌ବେଗଜନକ ଖବର ସାମ୍ନାକୁ ଆସିଛି। ବିଜୁ ସ୍ବାସ୍ଥ୍ୟକାର୍ଡରେ ମା’ର ନାଁ ବଦଳି ଯାଇଥିବାରୁ ଜଣେ ନାବାଳକ ଚିକିତ୍ସାରୁ ବଞ୍ଚିତ ହୋଇ ପ୍ରାଣ ହରାଇଛନ୍ତି।

ଏହି ନାବାଳକ ହେଉଛନ୍ତି, ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ୍‌ ଅନ୍ତର୍ଗତ ବେନଗାଁ ପଞ୍ଚାୟତ ଧଂରାଭଟା ଗାଁର ଶ୍ରବୁ ମାଝୀଙ୍କ ପୁଅ ଦୁକୁ ମାଝୀ (୧୨ବର୍ଷ)। ଶ୍ରବୁ ମାଝୀଙ୍କ ପରିବାର କହିଲେ ବାପା, ସ୍ତ୍ରୀ ଲଛମୀ, ଦୁଇ ପୁଅ ଏବଂ ଦୁଇ ଝିଅ। ପରିବାରରେ ମୋଟ ୭ ଜଣ ପ୍ରାଣୀ ରହୁଥିବା ବେଳେ କୁଲି ମଜୁରି କରି ଶ୍ରବୁ ପରିବାରର ଭରଣପୋଷଣ କରିଥା’ନ୍ତି। ମା’ଙ୍କ ମୃତ୍ୟୁପରେ ଶ୍ରବୁ ବର୍ତ୍ତମାନ ନିଜ ଗାଁ ଲାଞ୍ଜିଗଡ଼ ବ୍ଲକ୍‌ ବେନଗାଁ ପଞ୍ଚାୟତ ଧଂରାଭଟା ଗାଁକୁ ଚାଲିଆସି ଦୁଇ ବର୍ଷ ହେଲା ରହୁଛନ୍ତି। ବେନଗାଁ ପଞ୍ଚାୟତରୁ ଧଂରାଭଟା ୩ କିଲୋମିଟର ଏବଂ ବ୍ଲକ୍‌ ମୁଖ୍ୟାଳୟରୁ ୨୫ କିଲୋମିଟର ଦୂର। ଶ୍ରବୁଙ୍କ ପରିବାର ତ୍ରିଲୋଚନପୁର ପଞ୍ଚାୟତର ତୁରିଗୁଡ଼ା ଗାଁରେ ରହୁଥିବା ବେଳେ ହାତୀ ଘରକୁ ପଶି ଆଧାରକାର୍ଡ, ଭୋଟରକାର୍ଡ, ରାସନକାର୍ଡ ଏବଂ ଅନ୍ୟାନ୍ୟ ଦରକାରୀ କାଗଜପତ୍ର ନଷ୍ଟ କରି ଦେଇଥିଲେ। ସେଇଥିପାଇଁ ସେମାନେ ଧଂରାଭଟା ଚାଲି ଆସିଥିଲେ। ହସଖୁସିରେ ପରିବାର ଚଳୁଥିବା ବେଳେ ବର୍ଷେ ପୂର୍ବରୁ ଶ୍ରବୁଙ୍କ ପୁଅ ଦୁକୁ ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇଥିଲେ। ପେଟ, ଗୋଡ଼ ଓ ମୂତ୍ରାଶୟ ଫୁଲି ରହୁଥିଲା। ଶ୍ରବୁ ମାଝୀ ପ୍ରଥମେ ପୁଅକୁ ଭବାନୀପାଟଣା ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ରୋଗ ଜାଣିନପାରି ବୁର୍ଲା ସ୍ଥାନାନ୍ତର କରିଥିଲେ। ବୁର୍ଲାରୁ କଟକ ଯିବା ପାଇଁ ଡାକ୍ତର କହିଥିଲେ I ଶ୍ରବୁ ଟଙ୍କା ଯୋଗାଡ଼କରି କଟକ ଯାଇଥିଲେ। କିନ୍ତୁ, ସେଠାରେ ମଧ୍ୟ କିଛି ସୁଫଳ ମିଳିନଥିବାରୁ ଘରକୁ ଫେରି ଆସିଥିଲେ।

ଶେଷରେ, ବସନ୍ତପଡ଼ା ସରପଞ୍ଚ ଚାଁଚେର ମାଝୀ କିଛି ଆର୍ଥିକ ସାହାଯ୍ୟ ଦେଇ ବେଦାନ୍ତର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ପଠାଇଥିଲେ। ସେଠାରେ ଅସ୍ତ୍ରୋପଚାର କରାଯିବାକୁ କୁହାଯାଇଥିଲା। ତେବେ, ଏଥିପାଇଁ ସେ ବିଜୁ ସ୍ୱାସ୍ଥ୍ୟ କାର୍ଡ ଦେଖାଇଥିଲେ। ହେଲେ ଦୁର୍ଭାଗ୍ୟର ବିଷୟ ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଶ୍ରବୁ ମାଝୀଙ୍କ ସ୍ତ୍ରୀ ଲଛମୀ ମାଝୀ ବଦଳରେ ନାରିଙ୍ଗା ମାଝୀ ଅଛି। ତେଣୁ, ଏହି କାର୍ଡରେ ଚିକିତ୍ସା ହୋଇପାଇବ ନାହିଁ ବୋଲି ମେଡିକାଲ ପକ୍ଷରୁ କୁହାଯାଇଥିଲା। ଶେଷରେ ଶ୍ରବୁ ପୁଅକୁ ଧରି ନିରାଶ ହୋଇ ଘରକୁ ଫେରି ଆସିଲେ।

ଜୀବନ ସହ ସଂଗ୍ରାମ କରି ଶେଷରେ ଗୁରୁବାର ସନ୍ଧ୍ୟାରେ ଦୁକୁଙ୍କ ମୃତ୍ୟୁ ଘଟିଛି। ସ୍ବାସ୍ଥ୍ୟକାର୍ଡରେ ମା’ ନାଁ ଠିକ୍‌ ଥିଲେ ପୁଅକୁ ଚିକିତ୍ସା ସୁବିଧା ମଳିଥା’ନ୍ତା ଓ ତାଙ୍କ ପୁଅ ବଞ୍ଚି ଯାଇଥା’ନ୍ତା ବୋଲି କହିଛନ୍ତି ଶ୍ରବୁ। ଆହୁରି ମଧ୍ୟ ତ୍ରିଲୋଚନପୁର ପଞ୍ଚାୟତରେ ନାଁ ବଦଳି ଯାଇଥିବା କହିଛନ୍ତି। ଏ ସମ୍ପର୍କରେ ଲାଞ୍ଜିଗଡ଼ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ପଚାରିବାରୁ ଏ ବିଷୟରେ ମୁଁ କିଛି ସୂଚନା ପାଇନାହିଁ। ଏହାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି।

ତେବେ, ମା’ ନାଁ ତ୍ରୁଟି ପାଇଁ ଜଣେ ଆଦିବାସୀ ନାବାଳକକୁ ଚିକିତ୍ସା ନମିଳିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।