ରାଜ୍ୟ ସ୍ପେଶାଲ ରିପୋର୍ଟ

ମାର୍ଚ୍ଚ ଆରମ୍ଭରୁ ପ୍ରବଳ ଖରା: ଭୁବନେଶ୍ବର ଉଷ୍ମଦ୍ୱୀପ, ତାପମାତ୍ରା ୩୮ ଡିଗ୍ରି ଛୁଇଁଲା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର: ରାଜଧାନୀରେ ଆରମ୍ଭ ହୋଇଗଲା ତାତିର ରାଜୁତି। ଗତକାଲି ଭୁବନେଶ୍ବରର ସର୍ବୋଚ୍ଚ ତାପମାତ୍ରା ୩୫.୩ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଆଜି ହଠାତ୍‌ ୩ ଡିଗ୍ରି ବଢ଼ି ୩୮ଡିଗ୍ରିରେ ପହଞ୍ଚିଛି। ବାୟୁମଣ୍ଡଳରେ ଆର୍ଦ୍ରତା କମ୍‌ ଯୋଗୁଁ ଖରା ଅତ୍ୟନ୍ତ ଟାଣ ଥିଲା। ଏଣିକି କ୍ରମାଗତ ଭାବେ ରାଜଧାନୀ ଓ ରାଜ୍ୟର ତାପମାତ୍ରା ବଢ଼ି ଚାଲିବ ଓ ମାର୍ଚ୍ଚ ପହିଲାରୁ ଭୀଷଣ ଗରମ ଆରମ୍ଭ ହୋଇଯିବ। ତେବେ ସହରୀକରଣ ଓ ଆର୍ଦ୍ରଭୂମିର ଅଭାବ ଭୁବନେଶ୍ବର ପାଇଁ କାଳ ହେବ। ଏଥର ଗ୍ରୀଷ୍ମପ୍ରବାହ ରାଜଧାନୀବାସୀଙ୍କୁ କଲବଲ କରିବ ବୋଲି ପାଣିପାଗ ବିଜ୍ଞାନୀମାନେ କହିବା ସହ ଚିନ୍ତା ପ୍ରକଟ କଲେଣି। ଅପରପକ୍ଷେ, ଆଜି ୩୭.୧ ଡିଗ୍ରି ସହ ଅନୁଗୁଳ ତାଲିକାର ଦ୍ବିତୀୟରେ ରହିଥିବା ବେଳେ ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା ୩୬ ଡିଗ୍ରି ଅତିକ୍ରମ କରିଛି। ପାଣିପାଗ ବିଭାଗର ତଥ୍ୟ କହୁଛି, ଫେବ୍ରୁଆରିରେ ଏଭଳି ଦିନ ତାପମାତ୍ରା ସ୍ବାଭାବିକ। ୨୦୧୬ ମସିହା ଫେବ୍ରୁଆରି ୨୧ ତାରିଖରେ ଭୁବନେଶ୍ବର ସର୍ବୋଚ୍ଚ ଦିନ ତାପମାତ୍ରା ୪୦ ଡିଗ୍ରି ଟପି ୪୦.୯ଡିଗ୍ରି ରେକର୍ଡ ହୋଇଥିଲା।

ସେହିଭଳି ସେହିବର୍ଷ ଫେବ୍ରୁଆରି ୨୭ ତାରିଖରେ ସର୍ବୋଚ୍ଚ ତାପମାତ୍ରା ୪୦.୭ ଡିଗ୍ରି ରେକର୍ଡ ହୋଇଥିଲା। ୨୦୧୯ ଫେବ୍ରୁଆରି ୨୩ ତାରିଖରେ ମଧ୍ୟ ଦିନ ତାପମାତ୍ରା ୩୯.୪ ଡିଗ୍ରି ରେକର୍ଡ ହୋଇଥିଲା। ଏଣୁ ଫେବ୍ରୁଆରିରେ ଏଭଳି ତାପମାତ୍ରା କିଛି ନୂଆ ନୁହେଁ। ଫେବ୍ରୁଆରି ମାସରେ ରାଜଧାନୀ ଭୁବନେଶ୍ବରର ସର୍ବକାଳୀନ ରେକର୍ଡ ହେଉଛି ୪୨.୭ ଡିଗ୍ରି। ଯାହାକି ୧୯୬୩ ଫେବ୍ରୁଆରି ୨୩ ତାରିଖରେ ରେକର୍ଡ ହୋଇଥିଲା। ତେବେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିବ। ଆର୍ଦ୍ରତା କମ୍‌ ଓ ବର୍ଷା ଅଭାବ ଯୋଗୁଁ ତାପମାତ୍ରା ବଢ଼ିପାରେ ଓ ଟାଣ ଖରା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସଙ୍କ ଆକଳନ କହୁଛି, ଗ୍ରୀଷ୍ମ ଆରମ୍ଭ ହୋଇନି, ହେଲେ ଭୁବନେଶ୍ୱର ଏବେଠୁ ରାଜ୍ୟର ଉତ୍ତପ୍ତ ସହର ପାଲଟିଗଲାଣି। ଏହାର ଆଖପାଖ ଅଞ୍ଚଳକୁ ଲକ୍ଷ କଲେ ଏବେଠାରୁ ଏହା ଏକ ଉଷ୍ମଦ୍ୱୀପ ଭାବେ ମୁଣ୍ଡ ଟେକିଲାଣି। ଆଜିର ରେକର୍ଡ ସର୍ବୋଚ୍ଚ ତାପମାତ୍ରା (୩୮ ଡିଗ୍ରି)କୁ ବିଶ୍ଳେଷଣ କଲେ, ସହରୀକରଣ ଯେ ସ୍ଥାନୀୟ ପାଣିପାଗକୁ କେମିତି ପ୍ରଭାବିତ କରୁଛି, ତାହା ସ୍ପଷ୍ଟ ଜଣାପଡ଼ୁଛି। ସମାନ ଦ୍ରାଘିମା ଏବଂ ଅତି ନିକଟବର୍ତ୍ତୀ ଅକ୍ଷାଂଶରେ ଥିବା କଟକ ସହରର ସର୍ବୋଚ୍ଚ ତାପମାତ୍ରା ଭୁବନେଶ୍ୱର ସହ ସମାନ ରହିବ କଥା। କିନ୍ତୁ ସେଥିରେ ବିଲକ୍ଷଣ ଦେଖା ଯାଉଛି। କଟକରେ ୩୫.୨ ଡିଗ୍ରି ରହିଥିବା ବେଳେ ଭୁବନେଶ୍ୱରରେ ୩୮ ଡିଗ୍ରି ରେକର୍ଡ ହୋଇଛି।

ଉଷ୍ମଦ୍ୱୀପ ଏମିତି ଏକ ସହରୀକରଣ କ୍ଷେତ୍ର, ସମାନ ସୂର୍ଯ୍ୟକିରଣ ସତ୍ତ୍ବେ ଯାହା ନିଜ ପାର୍ଶ୍ୱବର୍ତ୍ତୀ ଅଞ୍ଚଳଠାରୁ ଅଧିକ ଉତ୍ତପ୍ତ ରହେ। ଆଜି ପୁରୀରେ ୩୨.୪ ଡିଗ୍ରି, ପାରାଦୀପରେ ୩୧.୩ ଡିଗ୍ରି, କଟକରେ ୩୫.୨ ଡିଗ୍ରି, ନୟାଗଡ଼ରେ ୩୫ ତଥା ଖୋର୍ଦ୍ଧା ଜଟଣୀରେ ୩୫.୫ ଡିଗ୍ରି ରହିଥିଲା। ରାଜଧାନୀର ପୂର୍ବ, ପଶ୍ଚିମ, ଉତ୍ତର ଏବଂ ଦକ୍ଷିଣରେ ଥିବା ଏହି ସବୁ ଅଞ୍ଚଳଠାରୁ ପ୍ରାୟ ୩ ଡିଗ୍ରି ଅଧିକ ଥିଲା ରାଜଧାନୀର ତାପମାତ୍ରା। ଏହାର ମୁଖ୍ୟ କାରଣ ହେଉଛି ସୁ-ଉଚ୍ଚ କଂକ୍ରିଟ୍‌ ଅଟ୍ଟାଳିକା, ପିଚୁ ସଡ଼କ, କଂକ୍ରିଟ୍‌ ଜଙ୍ଗଲ, ଗଛକଟା ତଥା ଆର୍ଦ୍ର ଭୂମି ନଷ୍ଟ। ପାଣିପା‌ଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପାଗ ଶୁଖିଲା ଓ ଖରାଟିଆ ରହିବ। ଉପକୂଳ କିଛି ସ୍ଥାନରେ କୁହୁଡ଼ି ହୋଇପାରେ। ପଶ୍ଚିମା ପବନ ଜାରି ରହିବ। ୨୬ତାରିଖ ପରେ ଗୁଜରାଟ, ବିଦର୍ଭ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ତାପମାତ୍ରା ବଢ଼ିବ। ଏହାର ପ୍ରଭାବରେ ଓଡ଼ିଶାରେ ମଧ୍ୟ ଗରମ କ୍ରମଶଃ ବଢ଼ିବ। ମାର୍ଚ୍ଚ ଆରମ୍ଭରୁ ଗରମ ଅନୁଭୂତ ହେବ। ଉତ୍ତର ଆଭ୍ୟନ୍ତରରେ ‌ଫେବ୍ରୁଆରି ୨୫ ପର୍ଯ୍ୟନ୍ତ, ଦକ୍ଷିଣ ଆଭ୍ୟନ୍ତରରେ ୨୭ତାରିଖ ପର୍ଯ୍ୟନ୍ତ ଓ ଉପକୂଳରେ ମାସ ଶେଷ (୨୮ ତାରିଖ) ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରା ପ୍ରାୟତଃ ଅପରିବର୍ତ୍ତିତ ରହିବ। ଫେବ୍ରୁଆରି ୨୮ ତାରିଖରୁ ମାର୍ଚ୍ଚ ୨ ତାରିଖ ଭିତରେ ସର୍ବାଧିକ ତାପମାତ୍ରା ୨ରୁ ୩ ଡିଗ୍ରି ବଢ଼ିବାର ସମ୍ଭାବନା ରହିଛି। ତେବେ ରାତିରେ ସର୍ବନିମ୍ନ ତାପମାତ୍ରା ଫେବ୍ରୁଆରି ୨୭ରୁ ପରବର୍ତ୍ତୀ ୩ ଦିନ ଭିତରେ ପ୍ରାୟ ୩ ଡିଗ୍ରି ବଢ଼ିବ।

ଶ୍ରୀ ପଶୁପାଳକ କହିଛନ୍ତି, ଏହି ସମୟରେ ଡାଳୁଅ ଧାନ ବଦଳରେ ସୂର୍ଯ୍ୟମୁଖୀ ଓ ଚିନାବାଦାମ ଚାଷ କରନ୍ତୁ। ମୁଗ, ବିରି ଓ ଖରାଦିନିଆ ପନିପରିବା ମଧ୍ୟ ଲାଭଜନକ ହେବ। ଡାଲିଜାତୀୟ ଫସଲରେ ଝାଉଁଳା ରୋଗ ଏବଂ ତୈଳବୀଜ ଓ ପନିପରିବା ପାଉଁସିଆ ରୋଗ ହୋବାର ସମ୍ଭାବନା ଥିବାରୁ ଏହାର ଦମନ ପାଇଁ ଆବଶ୍ୟକ ପରିଚାଳନା କରିବାକୁ ସେ ପରାମର୍ଶ ଦେଇଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।