ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ମାର୍ଚ୍ଚରେ ଯୁକ୍ତ୨ ପରୀକ୍ଷା

ଭୁବନେଶ୍ବର : ୨୦୨୩ ମାର୍ଚ୍ଚ ମାସରେ ଯୁକ୍ତ୨ ଥିଓରି ପରୀକ୍ଷା। ତା’ ପୂର୍ବରୁ ଜାନୁଆରି ଶେଷ କିମ୍ବା ଫେବ୍ରୁଆରି ପ୍ରଥମ ସପ୍ତାହରେ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଦୁଇ ବର୍ଷ ହେଲା କୋଭିଡ୍‌ ସଂକ୍ରମଣ ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହେବା ସହ ପରୀକ୍ଷା ପରିଚାଳନାରେ ସମସ୍ୟା ସୃଷ୍ଟି ହୋଇଥିଲା। ତେଣୁ ଏଥର ଯେପରି ନିର୍ଦ୍ଧାରିତ ସମୟରେ ସମସ୍ତ ପ୍ରକ୍ରିୟା ଅନୁଷ୍ଠିତ ହେବ, ସେନେଇ ପରିଷଦ ପକ୍ଷରୁ ରୂପରେଖ ପ୍ରସ୍ତୁତ କରାଯାଇଛି। ପାଖାପାଖି ୩ଲକ୍ଷ ୬୦ ହଜାର ଛାତ୍ରଛାତ୍ରୀ ଏଥର ପରୀକ୍ଷା ଦେବାକୁ ଥିବାରୁ ଖୁବ୍‌ଶୀଘ୍ର ଫର୍ମ ପୂରଣ ପ୍ରକ୍ରିୟା ଆରମ୍ଭ କରିବାକୁ ପରିଷଦ ନିଷ୍ପତ୍ତି ନେଇଛି। ରେଗୁଲାର ଓ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ପ୍ରକ୍ରିୟା ଏକା ସମୟରେ ଅନୁଷ୍ଠିତ ହେବ। ବିନା ‌ଜରିମାନାରେ ଯେଉଁମାନେ ଫର୍ମ ପୂରଣ କରି ନ ପାରିବେ, ସେମାନଙ୍କୁ ଦୁଇଟି ସୁଯୋଗ ଦିଆଯିବ। ନ‌ଭେମ୍ବର ୧୫ସୁଦ୍ଧା ଫର୍ମ ପୂରଣ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଅନ୍ୟପକ୍ଷରେ ପରୀକ୍ଷା ପରିଚାଳନା ଲାଗି ନିୟୋଜିତ ହେବାକୁ ଥିବା ଅଧ୍ୟାପକ ତଥା ପରୀକ୍ଷକଙ୍କ ତାଲିକା ପ୍ରସ୍ତୁତ କରୁଛି ସିଏଚ୍‌ଏସ୍‌ଇ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜଗୁଡ଼ିକରେ କେତେ ସଂଖ୍ୟକ ଅଧ୍ୟାପକ ରହିଛନ୍ତି, ତାହାର ତାଲିକା ଅକ୍ଟୋବର ୧୯ରୁ ନଭେମ୍ବର ୭ ମଧ୍ୟରେ ପ୍ରଦାନ କରିବାକୁ ରାଜ୍ୟର ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେଉଁ ଫର୍ମାଟ୍‌ରେ ଅଧ୍ୟାପକଙ୍କ ସ୍ଥିତି ସମ୍ପର୍କରେ ଅଧ୍ୟକ୍ଷମାନେ ତଥ୍ୟ ପ୍ରଦାନ କରିବେ, ତାହା ସାମ୍‌ସ ପୋର୍ଟାଲରେ ଉଲ୍ଲେଖ ହୋଇଛି। ଯେଉଁ ଅଧ୍ୟାପକମାନଙ୍କ ତଥ୍ୟ ପ୍ରଦାନ କରିବେ, ସେମାନଙ୍କ ଯୋଗ୍ୟତା ଜୁନିଅର ଅଧ୍ୟାପକ/ପିଜିଟିରୁ କମ୍‌ ହୋଇ ନଥିବା ଆବଶ୍ୟକ। ଅନ୍‌ଲାଇନ୍‌ରେ ଷ୍ଟାଫ୍‌ ଇନ୍‌ ପୋ‌ଜିସନ୍‌(ଏସ୍‌ଆଇପି) ଲିଙ୍କ୍‌ ଉପରେ କ୍ଲିକ୍‌ କରି ଅଧ୍ୟାପକଙ୍କ ଗ୍ରେଡେସନ୍‌ ତାଲିକା ପ୍ରଦାନ କରିବେ। ତାଲିକାରେ ସ୍ଥାନ ପାଇଥିବା ଅଧ୍ୟାପକମାନେ ଯୁକ୍ତ୨ ବାର୍ଷିକ ପରୀକ୍ଷାରେ ପରୀକ୍ଷକ ଦାୟିତ୍ବ ତୁଲାଇବେ। ସେମାନଙ୍କ ମୋବାଇଲ୍‌ ମଧ୍ୟ ପ୍ରଦାନ କରିବାକୁ ଅଧ୍ୟକ୍ଷମାନଙ୍କୁ କୁହାଯାଇଛି।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି